ETV Bharat / bharat

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

FIR Against B S Yediyurappa: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 15, 2024, 9:45 AM IST

Updated : Mar 15, 2024, 10:55 AM IST

FIR Against  Former Karnataka CM
FIR Against Former Karnataka CM

ବେଙ୍ଗାଲୁରୁ: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଜଣେ ନାବାଳିକାକୁ ସେ ଯୌନ ନିର୍ଯାତନା ଦେଇଥିବା ସଦାଶିବନଗର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋକ୍ସୋ ଆକ୍ଟ ଏବଂ ଆଇପିସି ଧାରା 354 (A)ରେ ମାମଲା ରୁଜୁ ହୋଇଛି ।

ବିଏସ ୟେଦୁରପ୍ପାଙ୍କ ବିରୋଧରେ POCSO ଆକ୍ଟ ଏବଂ IPC ଧାରା 354 (A) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଏହି ଥାନାରେ ଅଭିଯୋଗ ହେବା ପରେ ବିଳମ୍ବିତ ରାତିରେ ମାମଲା ରୁଜୁ କରିଥିଲା ପୋଲିସ । ଗତ ମାସ ଫେବୃଆରୀ 2 ତାରିଖରେ ନାବାଳିକା ଜଣଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ଯେତେବେଳେ ପୀଡିତା ଓ ତାଙ୍କ ମାଆ ଏକ ଠକେଇ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିବାକୁ ଯାଇଥିଲେ । ଥାନାରେ ପୀଡିତାଙ୍କ ମାଆ ଅଭିଯୋଗ ପରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ଘଟଣାର ଅନୁସନ୍ଧାନ କରିବାକୁ ଦାବି କରିଛନ୍ତି ।

ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ବିଏସ ୟେଦୁରପ୍ପା । ସେ କହିଛନ୍ତି, ''କିଛି ଦିନ ପୂର୍ବେ ଜଣେ ମହିଳା ମୋ ଘରକୁ ଆସିଥିଲେ । ତାଙ୍କର କିଛି ସମସ୍ୟା ଥିବା ସେ କାନ୍ଦି କାନ୍ଦି କହୁଥିଲେ । ମୁଁ ତାଙ୍କୁ ସମସ୍ୟା ସମ୍ପର୍କରେ ପଚାରିଥିଲି ଓ ପୋଲିସ କମିଶନରଙ୍କୁ ଫୋନ କରି ତାଙ୍କୁ ସାହାଯ୍ୟ କରିବାକୁ କହିଥିଲି । ପରେ ମହିଳା ଜଣକ ମୋ ବିରୋଧରେ କହିବା ଆରମ୍ଭ କରିଥିଲେ । ମୁଁ ଏହି ମାମଲାକୁ ପୋଲିସ କମିଶନରଙ୍କୁ ଅବଗତ କରାଇଛି । ଗତକାଲି ପୋଲିସ ନିକଟରେ ମୋ ବିରୋଧରେ ଅଭିଯୋଗ ହୋଇଛି । ଦେଖିବା ଆଗକୁ କଣ ହେଉଛି, ମୁଁ କରିପାରିବି ନାହିଁ କି ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି । ''

ଏହା ମଧ୍ୟ ପଢନ୍ତୁ-ଯୌନ ନିର୍ଯାତନା ଅଭିଯୋଗ, ହଟିଲେ IIM କୋଲକାତା ମହାନିର୍ଦ୍ଦେଶକ

ତେବେ ଏ ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ସଦାଶିବନଗର ଥାନା ଅଧିକାରୀ । ସେ କହିଛନ୍ତି, ‘ଆମେ ମାମଲା ରୁଜୁ କରିଛୁ । ଅଭିଯୋଗଟି ସତ କି ନାହିଁ ତାହାର ତଦନ୍ତ କରୁଛୁ । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଅନ୍ୟପଟେ ଗଣମାଧ୍ୟମ ସମ୍ମୁଖରେ ପୀଡିତା ଓ ତାଙ୍କ ମାଆ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଏହି ଘଟଣାରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରେମେଶ୍ବର କହିଛନ୍ତି, ''ଗୁରୁବାର ରାତି ପ୍ରାୟ 10ଟା ସମୟରେ ଜଣେ ମହିଳା ବିଏସ ୟେଦୁରପ୍ପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ପୋଲିସ ଏହି ମାମଲା ପଞ୍ଜୀକୃତ କରିଛି । ଯେଉଁ ପର୍ଯ୍ୟନ୍ତ ଆମକୁ ସତ ଜଣାପଡି ନାହିଁ ସେ ସମ୍ପର୍କରେ ଆମେ କିଛି ପ୍ରତିକ୍ରିୟା ରଖିପାରିବୁ ନାହିଁ । ଏହା ଏକ ସମ୍ବେଦନଶୀଳ କଥା, କାରଣ ଏଥିରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ତର୍ଭୁକ୍ତ । ମୋତେ ଲାଗୁନି ଏଥିରେ କୌଣସି ରାଜନୈତିକ ଚକ୍ରାନ୍ତ ଅଛି । ଯଦି ମହିଳା ଜଣଙ୍କ ସୁରକ୍ଷା ଆବଶ୍ୟକ କରନ୍ତି, ତେବେ ତାଙ୍କୁ ଦିଆଯିବ ।''

ଗତବର୍ଷ (2023) ଫେବୃଆରୀ ମାସରେ ରାଜନୀତିରୁ ଅବସର ନେଇଥିଲେ ବରିଷ୍ଠ ବିଜେପି ନେତା ବିଏସ ୟେଦୁରପ୍ପା । 2008ରୁ 2011 ପର୍ଯ୍ୟନ୍ତ ବିଏସ ୟେଦୁରପ୍ପା କର୍ଣ୍ଣାଟର ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପରେ 2019ରୁ 2021 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ।

Last Updated : Mar 15, 2024, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.