ETV Bharat / bharat

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - Rath Yatra Wishes

PM Narendra Modi wishes in Rath Yatra: ବିଶ୍ବବ୍ୟାପୀ ପାଳନ ହେଉଛି ରଥଯାତ୍ରା । କିଛି ସ୍ଥାନରେ ରଥଟଣା ଆରମ୍ଭ । ପୁରୀରେ ଅପରାହ୍ନରେ ଗଡିବ ରଥ । ବିଭିନ୍ନ ମହଲରୁ ଶୁଭେଚ୍ଛା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 7, 2024, 9:29 AM IST

‘ମହାପ୍ରଭୁଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ଥାଉ’:ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
‘ମହାପ୍ରଭୁଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ଥାଉ’:ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ (ETV Bharat Odisha)

ନୂଆଦିଲ୍ଲୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳପୀଠ ପୁରୀଠାରୁ ଆରମ୍ଭ କରି ଦେଶ ଓ ବିଶ୍ୱବ୍ୟାପୀ ରଥଯାତ୍ରା ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇସାରିଲାଣି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭିନ୍ନ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି, ‘‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ଆଜି ଦେଶ ତଥା ବିଶ୍ଵର ଅଗଣିତ ଜଗନ୍ନାଥପ୍ରେମୀ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିରହିଛନ୍ତି । ଏହି ମହାପର୍ବ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ଜୟ ଜଗନ୍ନାଥ !’’

ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ସର୍ବଦା ଆମ ସମସ୍ତଙ୍କ ଉପରେ ରହୁ ବୋଲି ସେ ପ୍ରାର୍ଥନା କରିଛନ୍ତି । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ବେଳର ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ପବିତ୍ର ରଥଯାତ୍ରାର ଶୁଭାରମ୍ଭ ପାଇଁ ଅଭିନନ୍ଦନ । ଆମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରୁଛୁ । ତାଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିବା ନେଇ ପ୍ରାର୍ଥନା କରୁଛୁ ।’’

ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଅପରାହ୍ନରେ ରଥଟଣା ଆରମ୍ଭ ହେବାକୁ ଥିବା ବେଳେ ଏବେ ବିଭିନ୍ନ ନୀତିକାନ୍ତି ଜାରି ରହିଛି । ସିଂହଦ୍ବାରରେ ତିନିରଥ ଅପେକ୍ଷା କରିଛନ୍ତି । ଆଉ କିଛି ସମୟ ପରେ ରଥପ୍ରତିଷ୍ଠା ନୀତି ସମ୍ପନ୍ନ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରଥଯାତ୍ରାରେ ଅଂଶଗ୍ରହଣ କରିବେ । ଅପରାହ୍ନରେ ସେ ପୁରୀରେ ପହଞ୍ଚିବେ ।

ଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ କରାଯାଉଛି । ଓଡିଶା ବାହାରେ ଥିବା ସର୍ବପୁରାତନ ଜଗନ୍ନାଥ ମନ୍ଦିର ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ରଥଟଣା ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରଥରେ ଛେରାପହଁରା କରିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଛେରାପହଁରା ନୀତିର ପରମ୍ପରା ରହିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହି ସେବାର ସୌଭାଗ୍ୟ ପାଇଥିଲେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅହମ୍ମଦାବାଦ ସ୍ଥିତ ଜଗନ୍ନାଥ ମନ୍ଦିରରେ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି । ଶାହଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

ଶାହ ଟ୍ବିଟ୍ କରି ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭାରତୀୟ ସାଂସ୍କୃତିକ ଐତିହ୍ୟ ଏବଂ ସମୃଦ୍ଧତାକୁ ବଞ୍ଚାଇବା ତଥା ନୂଆ ଉତ୍କର୍ଷ ପ୍ରଦାନ କରିବା ପାଇଁ ପବିତ୍ର ଉତ୍ସବ । ଯାହାକୁ ଦେଶର କୋଟି କୋଟି ଶ୍ରଦ୍ଧାଳୁ ଅତ୍ୟନ୍ତ ଭକ୍ତିଭାବରେ ପାଳନ କରନ୍ତି । ଏହି ଯାତ୍ରା ଭାରତୀୟ ସଂସ୍କୃତି ପ୍ରବୃତ୍ତି ଦ୍ୱାରା ପରିଚାଳିତ ବୋଲି ପ୍ରତୀୟମାନ ହୁଏ ଏବଂ ଏହା ଅଧ୍ୟାତ୍ମିକତାର ଏକ ସ୍ତମ୍ଭ ଅଟେ । ମହାପ୍ରଭୁଙ୍କ ରଥଯାତ୍ରାରେ ମୁଁ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ସମସ୍ତଙ୍କ କଲ୍ୟାଣ ତଥା ପ୍ରଗତି ପାଇଁ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ !''

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି ପ୍ରାର୍ଥନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ LIVE - Ratha Yatra 2024

ମଧ୍ୟପ୍ରଦେଶର ଆଧ୍ୟାତ୍ମିକ ରାଜଧାନୀ ଉଜ୍ଜୈନରେ ମଧ୍ୟ ରଥଯାତ୍ରା ଆୟୋଜିତ ହୋଇଛି । ଆଉ କିଛି ସମୟ ମଧ୍ୟରେ ରଥଟଣା ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଉଜ୍ଜୈନ ସହର ଜ୍ୟୋତିର୍ଲିଙ୍ଗ ମହାକାଳଙ୍କୁ ସମର୍ପିତ ହୋଇଥିବା ରଥଯାତ୍ରା ଅବସରରେ ହରି-ହର ମିଳନ ହୁଏ ବୋଲି କହିଛନ୍ତି ମୋହନ । ପଶ୍ଚିମବଙ୍ଗର କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କୋଲକାତାରେ ରଥ ଟାଣିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.