ETV Bharat / bharat

ତେଲେଙ୍ଗାନାରେ ଲାଲୁଙ୍କୁ ମୋଦିଙ୍କ ଜବାବ, 140 କୋଟି ଦେଶବାସୀ ମୋର ପରିବାର - Lok Sabha Election

PM Modi in Telangana : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନା ଗସ୍ତରେ ଯାଇ 56000 କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ସେ ଲାଲୁଙ୍କ ସହିତ ବିଆରଏସ ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

PM Modi in Telangana
PM Modi in Telangana
author img

By ETV Bharat Odisha Team

Published : Mar 4, 2024, 5:47 PM IST

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଦିଲାବାଦର ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ଯୋଗଦେଇ 56000 କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ବିଜୁଳି, ରେଳ ଏବଂ ସଡକ କ୍ଷେତ୍ର ସହିତ ଜଡିତ ଅଟେ । ତେବେ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଉଦଘାଟନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଦେଶକୁ ବିକଶିତ କରିବା ପାଇଁ ମୁଁ ଦିନରାତି କାର୍ଯ୍ୟ କରୁଛି । ଦେଶର ଯୁବକ ବିକଶିତ ଭାରତର ସବୁଠାରୁ ବଡ ଲାଭାର୍ଥୀ । ଆଜି ତେଲେଙ୍ଗାନାର ଗ୍ରାମ ଗ୍ରାମରୁ 400ରୁ ଅଧିକ ବ୍ୟକ୍ତିଙ୍କ ସ୍ବର ସାମ୍ନାକୁ ଆସୁଛି ।"

15 ଦିନର ହିସାବ ଦେଲେ ମୋଦି: ପ୍ରଧାନମନ୍ତ୍ରୀ ବିପକ୍ଷ ଦଳକୁ ଟାର୍ଗେଟ କରି କହିଛନ୍ତି, " କିଛି ଲୋକ ଅଭ୍ୟାସ ଦ୍ବାରା କରିବାକୁ ବାଧ୍ୟ ହୋଇଥାଆନ୍ତି । ନିର୍ବାଚନ ସମୟ ଆସିଲେ ସେମାନେ ଖାଲି ନିର୍ବାଚନ ନିର୍ବାଚନ ହୋଇଥାଆନ୍ତି । ବର୍ତ୍ତମାନ ମୋତେ ଦେଶକୁ ଆଗକୁ ନେବାକୁ ହେବ । ମୁଁ ଆପଣମାନଙ୍କୁ 15 ଦିନର ହିସାବ ଦେଉଛି । ବର୍ତ୍ତମାନ ଦେଶର ବିକାଶ ଉତ୍ସବ ଚାଲିଛି । "

ମୋ ଜୀବନ ଖୋଲା ବହି: ପ୍ରଧାନମନ୍ତ୍ରୀ କହିଛନ୍ତି, "ବିପକ୍ଷ ଦଳ ମୋ ବିଷୟରେ କହିବା ଆରମ୍ଭ କରିଛନ୍ତି ଯେ, ମୋର ପରିବାର ନାହିଁ । ମୋ ଜୀବନ ଖୋଲା ବହି । ଦେଶ ମୋର ପ୍ରତ୍ୟେକ ମୁହୁର୍ତ୍ତ ଉପରେ ନଜର ରଖିଛି । ତେଲେଙ୍ଗାନାରେ ବିଆଇଏସ ବଦଳରେ କଂଗ୍ରେସ ଆସିଲେ ମଧ୍ୟ କିଛି ବଦଳିବ ନାହିଁ । ଇଣ୍ଡିଆ ମେଣ୍ଟ ବିପର୍ଯ୍ୟସ୍ତ ହୋଇ ପଡିଛି ।"

ଏହା ମଧ୍ୟ ପଢନ୍ତୁ: ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ତୋଫାନି ଗସ୍ତ, 2 ଦିନରେ ଓଡିଶା ସମେତ 5 ରାଜ୍ୟରେ ମାରାଥନ କାର୍ଯ୍ୟକ୍ରମ

ବିଆରଏସ ଘୋଟାଲା କରିଛି: ବିଆରଏସକୁ ଟାର୍ଗେଟ କରି କହିଛନ୍ତି, " ଭାରତୀୟ ରାଷ୍ଟ୍ର ସମିତି(BRS) ନିଜର କାର୍ଯ୍ୟକାଳ ଭିତରେ ଅନେକ ଘୋଟାଲା କରିଛି । ବିଆରଏସର ଘୋଟାଲା ଫାଇଲକୁ ଚପେଇ ଦେଇଛି କଂଗ୍ରେସ ।"

ଲାଲୁ ଯାଦବକୁ ଜବାବ: ଦୁର୍ନୀତି, ଆତ୍ମୀୟତା ଏବଂ ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହିଥିବା ବିରୋଧୀ ଦଳର ନେତା ନର୍ଭସ ହୋଇପଡିଛନ୍ତି । 2024 ନିର୍ବାଚନ ପାଇଁ ସେମାନେ ପ୍ରକୃତ ଇସ୍ତାହାର ପ୍ରକାଶ କରିଛନ୍ତି । ଯେତେବେଳେ ମୁଁ ସେମାନଙ୍କ ପରିବାରବାଦ ଉପରେ ପ୍ରଶ୍ନ କରେ, ସେତେବେଳେ ସେମାନେ କହିବା ଆରମ୍ଭ କରିଛନ୍ତି ଯେ, ମୋର ପରିବାର ନାହିଁ । ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ 140 କୋଟି ଦେଶବାସୀ ମୋର ପରିବାର । ଯେଉଁମାନଙ୍କ ପାଖରେ କେହି ନାହାଁନ୍ତି ସେମାନେ ମଧ୍ୟ ମୋଦି ଏବଂ ମୋଦି ମଧ୍ୟ ସେମାନଙ୍କର । ମୋ ଭାରତ ମୋ ପରିବାର ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରକାଶଥାଉ କି ରବିବାର ଦିନ ପାଟନାରେ ଏକ ରାଲିରେ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆତ୍ମୀୟତା ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ଏବଂ ହିନ୍ଦୁ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.