ETV Bharat / bharat

ରଙ୍ଗନାଥସ୍ବାମୀ ମନ୍ଦିର ପରେ ରାମେଶ୍ବରମରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର

PM Modi in south india tour: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦକ୍ଷିଣ ଭାରତୀୟ ତୀର୍ଥରେ ପ୍ରଧାନମନ୍ତ୍ରୀ । ରଙ୍ଗନାଥ ସ୍ବାମୀ ମନ୍ଦିର ପରେ ରାମେଶ୍ବରମରେ ଦର୍ଶନ କଲେ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 20, 2024, 8:52 PM IST

ଶ୍ରୀ ରଙ୍ଗନାଥ ସ୍ବାମୀ ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର

ଚେନ୍ନାଇ: 22ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନ ହେବା ପୂର୍ବରୁ ଏକାଧିକ ଦକ୍ଷିଣ ଭାରତୀୟ ମନ୍ଦିର ଭ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାମିଲନାଡୁର ଅନ୍ୟତମ ପ୍ରମୁଖ ମନ୍ଦିର ତିରୁଚିରାପଲ୍ଲୀର ରଙ୍ଗାନାଥ ସ୍ବାମୀ ମନ୍ଦିରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଉପହାର ମଧ୍ୟ ଗ୍ରହଣ କରିଛନ୍ତି । ଅଯୋଧ୍ୟାରେ 22ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୁଖ୍ୟକର୍ତ୍ତା ଭାବେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ରଙ୍ଗନାଥ ସ୍ବାମୀ ମନ୍ଦିରର ସେବାୟତ ମଣ୍ଡଳୀ ଅଯୋଧ୍ୟା ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କୁ ଉପହାର ପ୍ରଦାନ କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ତିରୁଚିରାପଲ୍ଲୀ ସ୍ଥିତ ପ୍ରଖ୍ୟାତ ରଙ୍ଗନାଥ ସ୍ବାମୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତୀୟ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା । ଯାହାକୁ ସ୍ଥାନୀୟ ଭାଷାରେ ‘ଭେସ୍ତି ଓ ଅଙ୍ଗବସ୍ତ୍ରମ’ ବୋଲି କୁହାଯାଏ । ସେଠାରେ ସେ ଗର୍ଭଗୃହରେ ଦର୍ଶନ ପରେ ମନ୍ଦିର ବେଢା ପରିକ୍ରମା କରିଥିଲେ । ମନ୍ଦିରରେ ଥିବା ହସ୍ତୀଙ୍କ ଠାରୁ ଆର୍ଶୀବାଦ ମଧ୍ୟ ନେଇଥିଲେ । ମନ୍ଦିରର ସ୍ବତନ୍ତ୍ର ନୀତିକାନ୍ତିରେ ବ୍ୟବହାର ହେଉଥିବା ହସ୍ତୀ ‘ଅନ୍ଦଳ’କୁ ପ୍ରଧାନମନ୍ତ୍ରୀ ଖାଦ୍ୟ ମଧ୍ୟ ଖୁଆଇଥିଲେ ।

  • #WATCH | Prime Minister Narendra Modi offers prayers at Sri Arulmigu Ramanathaswamy Temple in Rameswaram, Tamil Nadu. The Prime Minister also took a holy dip into the sea here. pic.twitter.com/v7BCSxdnSk

    — ANI (@ANI) January 20, 2024 " class="align-text-top noRightClick twitterSection" data=" ">

ଏହା ପରେ ପ୍ରଧାନମନ୍ତ୍ରୀ ଅପରାହ୍ନରେ ଦାକ୍ଷିଣାତ୍ୟର ଅନ୍ୟତନ ଧାମ ରାମେଶ୍ବରରେ ପହଞ୍ଚିଛନ୍ତି । ସେଠାରେ ସେ ପ୍ରଥମେ ସମୁଦ୍ରରେ ବୁଡ ପକାଇବା ପରେ ରାମେଶ୍ବର ସ୍ଥିତ ରାମନାଥସ୍ବାମୀ ମନ୍ଦିରରେ ପବିତ୍ର କୂପଜଳରେ ସ୍ନାନ କରିଛନ୍ତି । ଏହା ପରେ ସେ ସେଠାରେ ଅନ୍ୟତମ ଜୋର୍ତିଲିଙ୍ଗ ରାମନାଥ ସ୍ବାମୀଙ୍କର ଦର୍ଶନ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଗଣମାଧ୍ୟମକୁ ସରକାରୀ ନିର୍ଦ୍ଦେଶାନାମା: ରାମ ମନ୍ଦିର ସମ୍ପର୍କିତ ମିଥ୍ୟା ଖବର ପ୍ରସାରଣରୁ କ୍ଷାନ୍ତ ରୁହ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସନାତନ ଧର୍ମର 4 ଆଦିପୀଠ ମଧ୍ୟରୁ ଅନ୍ୟତନ ରାମେଶ୍ବରମ ଧାମର ରାମାୟଣ ସହ ପ୍ରତ୍ୟେକ୍ଷ ସମ୍ପର୍କ ରହିଛି । ପ୍ରଭୁ ଶ୍ରୀରାମ ରାବଣଙ୍କ ସହ ଯୁଦ୍ଧ ପାଇଁ ଲଙ୍କାକୁ ସେତୁବନ୍ଧ ବାନ୍ଧିବା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଏଠାରେ ପୂଜାର୍ଚ୍ଚନା କରିଥିଲେ । ସେଠାରେ ସେ ଶିବ ପୂଜା କରିବା ପରେ ସେତୁବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେଣୁ ରାମଙ୍କ ଆରାଧ୍ୟ ଭାବେ ଜ୍ୟାର୍ତିଲିଙ୍ଗଙ୍କ ନାମ ‘ରାମନାଥ ସ୍ବାମୀ’ ଭାବେ ବର୍ଣ୍ଣିତ ହୋଇଛି । ତେବେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ କର୍ତ୍ତା ହେବାକୁ ଥିବା ପ୍ରଧାନମନ୍ତ୍ରୀ ଏବେ ବିଶେଷ ବ୍ରତ ଧାରଣ କରିଛନ୍ତି । ଏହା ମଧ୍ୟରେ ଦକ୍ଷିଣ ଭାରତରେ ପ୍ରମୁଖ ଆଧ୍ୟାତ୍ମିକ ସ୍ଥାନ ମଧ୍ୟ ପରିଭ୍ରମଣ କରିବାରେ ଲାଗିଛନ୍ତି । ଆସନ୍ତାକାଲି ସେ ଦିଲ୍ଲୀ ଫେରିବେ । 22 ରେ ଅଯୋଧ୍ୟାରେ ପହଞ୍ଚିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.