ETV Bharat / bharat

ପ୍ରାଣ ପ୍ରତିଷ୍ଠା ସଂଧ୍ୟାରେ ଦେଶ ପାଳୁଛି ଦ୍ବୀପୋତ୍ସବ:‘ରାମଜ୍ୟୋତି’ ଜାଳିଲେ ପ୍ରଧାନମନ୍ତ୍ରୀ - Pran Pratishtha ceremony

PM Modi lights 'Ram Jyoti': ପ୍ରାଣ ପ୍ରତିଷ୍ଠା ଉତ୍ସବ ସଂଧ୍ୟାରେ ଆଜି ସାରା ଦେଶରେ ପାଳନ ହେଉଛି ଦ୍ବୀପୋତ୍ସବ । ‘ରାମଜ୍ୟୋତି’ ଜାଳିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ରାମଜ୍ୟୋତି ଜାଳିଲେ ପ୍ରଧାନମନ୍ତ୍ରୀ
ରାମଜ୍ୟୋତି ଜାଳିଲେ ପ୍ରଧାନମନ୍ତ୍ରୀ
author img

By ETV Bharat Odisha Team

Published : Jan 22, 2024, 10:58 PM IST

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସଂଧ୍ୟାରେ ଆଜି ସାରା ଦେଶରେ ପାଳନ ହେଉଛି ଦ୍ବୀପୋତ୍ସବ । ଅଯୋଧ୍ୟା ସମେତ ବିଭିନ୍ନ ସ୍ଥାନରେ ଲୋକେ ଦ୍ବୀପ ପ୍ରଜ୍ଜଳନ କରୁଛନ୍ତି । ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ କର୍ତ୍ତା ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଧାନମନ୍ତ୍ରୀ ନିବାସରେ ‘ରାମଜ୍ୟୋତି’ ପ୍ରଜ୍ଜଳନ କରିଛନ୍ତି । ଏକ ବିଶାଳ ଦ୍ବୀପ ପ୍ରଜ୍ଜଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଯାହାର ଫଟୋ ସେ ଟ୍ବିଟରରେ ସେୟାର କରିବା ସହ କ୍ୟାପସନରେ ‘ରାମଜ୍ୟୋତି’ ଲେଖିଛନ୍ତି ।

ସେହିପରି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ମୁଖ୍ୟାଳୟ ନାଗପୁରରେ ମଧ୍ୟ ବିଶାଳ ଆୟୋଜନ ସହ ଦ୍ବୀପୋତ୍ସବ ପାଳନ କରାଯାଇଛି । ଦିଲ୍ଲୀରେ ବହୁ କେନ୍ଦ୍ରମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ଦ୍ବୀପ ପ୍ରଜ୍ଜଳନ କରି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାଳନ କରୁଛନ୍ତି । ରାମନଗରୀ ଅଯୋଧ୍ୟାରେ ଭବ୍ୟ ତଥା ସରାୟୁ ନଦୀକୂଳରେ ଦ୍ବୀପୋତ୍ସବ ସହ ଆତସବାଜୀ ମଧ୍ୟ ହୋଇଛି । ଏଥିରେ ହଜାର ହଜାର ଅଯୋଧ୍ୟାବାସୀ ଅଂଶଗ୍ରହଣ କରିଛନ୍ତି । ଏହା ସହ ନଦୀଘାଟରେ ଲେଜର ଓ ଲାଇଟ ସୋ ଆୟୋଜିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ପ୍ରାଣ ପ୍ରତିଷ୍ଠା ଉତ୍ସବରେ କ’ଣ ପିନ୍ଧିଛନ୍ତି ରାମଲାଲା ! ଜାଣନ୍ତୁ ପ୍ରଭୁଙ୍କ ଶୃଙ୍ଗାର ସମ୍ପର୍କରେ...

ଆଜି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ଯଜମାନ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ଦୀର୍ଘ 11 ଦିନ ଧରି ବ୍ରତ ଧାରଣ କରିଥିଲେ । ଏହା ପୂର୍ବରୁ ସେ ଏକାଧିକ ଦକ୍ଷିଣ ଭାରତୀୟ ମନ୍ଦିରରେ ଦର୍ଶନ କରି ଅଯୋଧ୍ୟା ଫେରିଥିଲେ । ଆଜି ସକାଳୁ ସେ ପ୍ରାଣ ପ୍ରତିଷ୍ଠା ବିଧିରେ କର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ସଂଘ ପ୍ରମୁଖ ମୋହନ ଭାଗବତ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ରହିଥିଲେ । କାଶୀର ବରିଷ୍ଠ ପଣ୍ଡିତ ମଣ୍ଡଳୀ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀବିଗ୍ରହଙ୍କ ଚକ୍ଷୁରୁ ପଟି ଫିଟାଇଥିଲେ । ଅପରାହ୍ନରେ ସମସ୍ତ ବିଧି ଶେଷ ହେବା ପରେ ନିଜ ବ୍ରତ ଭଙ୍ଗ କରିଛନ୍ତି । ଜଣେ ପୁରୋହିତଙ୍କ ହସ୍ତରୁ ଜଳଗ୍ରହଣ କରି ନିଜ ବ୍ରତ ଭଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଏହି ଭବ୍ୟ ମନ୍ଦିରର ପ୍ରତିଷ୍ଠା ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟ ଶେଷ ହୋଇଛି । ଆସନ୍ତାକାଲି ଠାରୁ ସାଧାରଣ ଶ୍ରଦ୍ଧାଳୁ ଗର୍ଭଗୃହରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ପାଇବେ । ଆଜି ନିମନ୍ତ୍ରିତ ପ୍ରାୟ 7 ହାଜର ଶ୍ରଦ୍ଧାଳୁ ଗର୍ଭଗୃହରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.