ETV Bharat / bharat

ରାହୁଲଙ୍କୁ ବାଳକବୁଦ୍ଧି କହି ମୋଦିଙ୍କ ଆକ୍ରମଣ; କହିଲେ ହିନ୍ଦୁଙ୍କୁ ହିଂସୁକ କହିଥିବା ଲୋକକୁ ଦେଶବାସୀ କେବେ ଭୁଲିବେନି - PM MODI SPEECH IN PARLIAMENT

author img

By ETV Bharat Odisha Team

Published : Jul 2, 2024, 6:33 PM IST

Updated : Jul 2, 2024, 7:27 PM IST

PM Modi attack Rahul Gandhi: ଲୋକସଭାରେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳକୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ, ହିନ୍ଦୁଙ୍କୁ ହିଂସୁକ କହିଥିବା ଲୋକକୁ ଏ ଦେଶବାସୀ କେବେ ଭୁଲିବେନି । ହିନ୍ଦୁମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଷଡଯନ୍ତ୍ର କରାଯାଉଛି । ପଢନ୍ତୁ ପୁରା ଖବର

ରାହୁଲ ଗାନ୍ଧୀଙ୍କୁ ବାଳକବୁଦ୍ଧି କହି ମୋଦିଙ୍କ ଆକ୍ରମଣ
ରାହୁଲ ଗାନ୍ଧୀଙ୍କୁ ବାଳକବୁଦ୍ଧି କହି ମୋଦିଙ୍କ ଆକ୍ରମଣ (ETV Bharat Odisha)

ନୂଆଦିଲ୍ଲୀ: ଲୋକସଭା ଅଧିବେଶନର ଆଜି ସପ୍ତମ ଦିନରେ ମଧ୍ୟ ପ୍ରବଳ ହୋ ହଲ୍ଲା ହଟ୍ଟଗୋଳରେ କମ୍ପିଛି ଗୃହ । ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଜବାବ ଦେଇ ବିରୋଧୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଷଣ ବେଳେ ବିରୋଧୀଙ୍କ ମଣିପୁର ସ୍ଲୋଗାନ ମଧ୍ୟରେ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଦେଶ ଲମ୍ବା ସମୟ ଧରି ତୁଷ୍ଟୀକରଣ ମଡେଲ ଦେଖିଆସିଛି । ହେଲେ ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ ମନ୍ତ୍ରରେ ଚାଲିଛୁ । ୧୯୮୪ ପରେ ୧୦ଟି ଲୋକସଭା ନିର୍ବାଚନ ହୋଇଛି, କିନ୍ତୁ କଂଗ୍ରେସ ୨୫୦ ଆସନ ଛୁଇଁପାରିନି । ୧୩ ରାଜ୍ୟରେ ଜିରୋ ସିଟ୍ ଆସିଛି, ତଥାପି ସେମାନେ ବୟାନବାଜି କରୁଛନ୍ତି । ଦେଶବାସୀ କଂଗ୍ରେସକୁ ଏହି ନିର୍ବାଚନରେ ବିରୋଧୀ ଆସନରେ ବସିବାକୁ ସଙ୍କେତ ଦେଇଛନ୍ତି । ଲଗାତାର ଦଳ ତୃତୀୟ ଥର ଶହେ ଛୁଇଁପାରିନି । କଂଗ୍ରେସ ଇତିହାସରେ ଏହା ତୃତୀୟ ସର୍ବାଧିକ ଖରାପ ପ୍ରଦର୍ଶନ । କଂଗ୍ରେସ ପରାଜୟକୁ ସ୍ବୀକାର କରି ଆତ୍ମସମୀକ୍ଷା କରିବା କଥା ।

ନାଁ ନନେଇ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ: ରାହୁଲ ଗାନ୍ଧୀଙ୍କ ନାଁ ନେଇ ତାଙ୍କୁ କଟାକ୍ଷ କରି ମୋଦି କହିଛନ୍ତି ଯେ, ଗତକାଲି ସଂସଦରେ ଖୁବ୍ ମିଛ କଥା କୁହାଯାଇଥିଲା । ଇଭିଏମ, ସମ୍ବିଧାନକୁ ନେଇ କହିଥିବା ମିଛ ସୀମା ଟପିଯାଇଛି । ସମ୍ବିଧାନର ଗାରିମା ସହ ଖେଳିବା ସଂସଦ ପାଇଁ ଦୁର୍ଭାଗ୍ୟଜନକ । କାଲି ଗୃହରେ ବାଳକବୁଦ୍ଧିର ବିଳାପ ଚାଲିଥିଲା । ସିମ୍ପାଥି ପାଇବାକୁ ଦେଶରେ ଏବେ ଏପରି ନୂଆ ଡ୍ରାମା ଚାଲିଛି । କାଲି ଯାହା ଘଟିଲା, ତାକୁ ଗମ୍ଭୀରତାର ସହ ନେବାକୁ ପଡିବ । ଏଭଳି ଆଚରଣକୁ ବାଳକବୁଦ୍ଧ କହି ଅଣଦେଖା କରାଯିବା କଥା ନୁହେଁ । ଏଭଳି ଆଚରଣ ଦେଶର ମହାନ ପରମ୍ପରା ପ୍ରତି କୁଠାରଘାତ । ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଏଥିସହ ଏପରି ଭୁଲ ମନ୍ତବ୍ୟ ପାଇଁ ତାଙ୍କୁ (ରାହୁଲ) ସର୍ବୋଚ୍ଚ କୋର୍ଟରେ କ୍ଷମା ମାଗିବାକୁ ପଡିଛି ବୋଲି କହି ରାହୁଲଙ୍କୁ ତାଚ୍ଛଲ୍ୟ କରିଛନ୍ତି ମୋଦି ।

ହିନ୍ଦୁଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ପାଇଁ ଷଡଯନ୍ତ୍ର: ଗତକାଲି ରାହୁଲ ହାତରେ ମହାଦେବ, ଗୁରୁ ନାନକଙ୍କ ଫଟୋ ଧରି ଯେଉଁମାନେ ହିଂସ୍ର ଆଚରଣ କରୁଛନ୍ତି, ସେମାନେ ହିନ୍ଦୁ ନୁହଁନ୍ତି ବୋଲି କହି ବିଜେପିକୁ ଟାର୍ଗେଟ କରିଥିଲେ । ଏନେଇ ଆଜି ମୋଦି ପାଲଟା ଆକ୍ରମଣ ପୂର୍ବକ, ହିନ୍ଦୁଙ୍କୁ ହିଂସୁକ କହିବା ଆପଣଙ୍କର ସଂସ୍କାର ? ଏହା ଆପଣଙ୍କର ଚରିତ୍ର ବୋଲି ପ୍ରଶ୍ନ କରିବା ସହ ଏହାକୁ ଏ ଦେଶ କେବେ ଭୁଲିବ ନାହିଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ୧୩୧ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦଜୀ ଚିକାକୋରେ କହିଥିଲେ ମୁଁ ଗର୍ବିତ ଯେ ମୁଁ ସେହି ଧର୍ମକୁ ଆସିଛି ଯିଏ ପୁରା ଦୁନିଆକୁ ସହିଷ୍ଣୁତା ଏବଂ ବୈଶ୍ବିକ ସ୍ବୀକୃତି ଶିଖାଇଛି । ହିନ୍ଦୁମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଷଡଯନ୍ତ୍ର କରାଯାଉଛି । ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ।

#WATCH | Prime Minister Narendra Modi says,

ଓଡ଼ିଶାରେ ଭରପୁର ଆଶୀର୍ବାଦ ମିଳିଛି: ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ, ଏନଡିଏ ତୃତୀୟ ଥର କ୍ଷମତାକୁ ଆସିବା ଏକ ଐତିହାସିକ ଘଟଣା । ସ୍ବାଧୀନତା ପରେ ଦେଶରେ ଦ୍ବିତୀୟ ଥର ଏମିତି ସୌଭାଗ୍ୟ ଆସିଛି । ଲୋକସଭା ନିର୍ବାଚନ ସହିତ ଆମେ ବିଧାନସଭା ହୋଇଥିବା ୪ଟି ରାଜ୍ୟରେ ସଫଳତା ପାଇଛୁ । ଓଡ଼ିଶାରେ ଆମକୁ ଭରପୁର ଆଶୀର୍ବାଦ ମିଳିଛି । ଆନ୍ଧ୍ରପ୍ରଦେଶରେ ଏନଡିଏ କ୍ଲିନ ସ୍ବିପ କରିଛି । ଅରୁଣାଚଳ ପ୍ରଦେଶ ଓ ସିକିମରେ ଆମେ ପୁଣିଥରେ ସରକାର କରିଛୁ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରଚଣ୍ଡ ବିଜୟ ପାଇଛୁ । କେରଳରେ ବିଜେପି ଏଥର ଖାତା ଖୋଲିଛି । ତାମିଲନାଡୁରେ ମଧ୍ୟ କଡା ଟକ୍କର ଦେଇଛି ।

ଆମ ପାଇଁ ଦେଶ ସର୍ବାଗ୍ରେ: ଦୁର୍ନୀତି ପ୍ରତି ଶୂନ୍ୟ ସହ୍ୟ ନୀତି ରହିବ ବୋଲି ପ୍ରଥମରୁ କହିଥିଲି । ଆମ କାର୍ଯ୍ୟ ଦେଖି ଲୋକେ ଆମ ଉପରେ ବିଶ୍ବାସ ରଖିଲେ । ଲୋକଙ୍କ ବିଶ୍ବାସର ଫଳସୂରୁପ ତୃତୀୟ ଥର ଆମକୁ ଜିତାଇଛନ୍ତି । ଆମ ପାଇଁ ଦେଶ ପ୍ରଥମ । ଭାରତ ଆମ ପାଇଁ ସର୍ବାଗ୍ରେ । ଦେଶର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ପ୍ରୟାସ କରିଚାଲିଛୁ । ଦେଶ ଲମ୍ବା ସମୟ ଧରି ତୁଷ୍ଟୀକରଣ ମଡେଲ ଦେଖିଆସିଛି । ହେଲେ ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ ମନ୍ତ୍ରରେ ଚାଲିଛୁ । ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାକୁ ଚେଷ୍ଟା କରୁଛୁ । ସେଥିପାଇଁ ଦେଶବାସୀ ଆମ ଉପରେ ପୁଣିଥରେ ଭରସା କରିଛନ୍ତି ବୋଲି ମୋଦି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲୋକସଭାରେ ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, କହିଲେ ଆପଣ ହିନ୍ଦୁ ହିଁ ନୁହନ୍ତି - Ruckus in Lok Sabha

ଭାରତ ହେବ ତୃତୀୟ ସର୍ବବହୃତ ଅର୍ଥବ୍ୟବସ୍ଥା: ଆହୁରି କହିଛନ୍ତି ଯେ, ଜମ୍ମୁ-କାଶ୍ମୀରରେ କିଛି ହୋଇପାରିବନି ବୋଲି କୁହାଯାଉଥିଲା । ଆମେ ଧାରା ୩୭୦ ଉଚ୍ଛେଦ କଲୁ । କାଶ୍ମୀର ଏବେ ଗଣତନ୍ତ୍ରର ବାର୍ତ୍ତାବହ ପାଲଟିଛି । ୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ସେମାନେ ହାତ ଛନ୍ଦି ବସୁଥିଲେ । ଏବେ ଭାରତ ସର୍ଜିକାଲ ଷ୍ଟ୍ରାଇକରେ ଘରେ ପଶି ଆକ୍ରମଣ କରୁଛି । ଭାରତ କିଛି ବି କରିଦେବ ବୋଲି ଏକ ସନ୍ଦେଶ ଦିଆଯାଇଛି । ସେହିପରି ୧୦ ବର୍ଷରେ ଦେଶର ଅର୍ଥନୀତିକୁ ୧୦ରୁ ୫ ନମ୍ବରକୁ ଆଣିଛୁ । ଆଗାମୀ ଦିନରେ ଭାରତ ବିଶ୍ବର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା କରିବୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 2, 2024, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.