ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ମୋଦି - ପରୀକ୍ଷା ପେ ଚର୍ଚ୍ଚା

Pariksha Pe Charcha 2024: ଆଜି ଭାରତ ମଣ୍ଡପରେ ଆୟୋଜିତ ହେବ ପ୍ରଧାମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ଟିପ୍ସ ଦେବେ ମୋଦି । ଅଧିକ ପଢନ୍ତୁ

ପରୀକ୍ଷା ପେ ଚର୍ଚ୍ଚା
pariksha pe charcha
author img

By ETV Bharat Odisha Team

Published : Jan 29, 2024, 10:39 AM IST

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ପରୀକ୍ଷା ଋତୁ । ଏହା ପୂର୍ବରୁ ଚାପମୁକ୍ତ କରିବାକୁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ କଥା ହେବେ ମୋଦି । ଦିନ 11ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ପ୍ରଧାନମନ୍ତ୍ରୀ ଏକ୍ସରେ ସୂଚନା ଦେଇଛନ୍ତି । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣ ପ୍ରଗତି ମଇଦାନର ଭାରତ ମଣ୍ଡପରେ ଆୟୋଜନ ହେବ । 3000 ଅଂଶଗ୍ରହଣକାରୀ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ।

ଏହା ମଧ୍ୟ ପଢନ୍ତୁ-ପରୀକ୍ଷା ପେ ଚର୍ଚ୍ଚା ୨୦୨୪; ଅଂଶଗ୍ରହଣକାରୀଙ୍କ ରେକର୍ଡ ସଂଖ୍ୟକ ପଞ୍ଜୀକରଣ, ୧କୋଟି ଟପିଲା

109ତମ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚଳିତ ବର୍ଷ 2.25 କୋଟିରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଛନ୍ତି । 2018 ମସିହା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ 22,000 ପଞ୍ଜିକରଣ କରିଥିଲେ । ସୋମବାର 'ପରୀକ୍ଷା ପେ ଚର୍ଚ୍ଚା'ର ସପ୍ତମ ସଂସ୍କରଣ ହେବ । ଏହି କାର୍ଯ୍ୟକ୍ରମକୁ ମୁଁ ସବୁବେଳେ ଅପେକ୍ଷା କରିଥାଏ । ଏହା ମୋତେ ଛାତ୍ରମାନଙ୍କ ସହିତ କଥା ହେବାକୁ ସୁଯୋଗ ଦେଇଥାଏ । ମୁଁ ମଧ୍ୟ ସେମାନଙ୍କର ଚାପକୁ କମାଇବାକୁ ଚେଷ୍ଟା କରିଥାଏ ।

କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ପଞ୍ଜୀକରଣ ହୋଇଛି । ଦେଶର କୋଣ ଅନୁକୋଣରୁ ପ୍ରାୟ 2 କୋଟିରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ପଞ୍ଜୀକରଣ କରିଛନ୍ତି । ଡିସେମ୍ବର 11 ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ 12 ତାରିଖରେ ଶେଷ ହୋଇଥିଲା ପରୀକ୍ଷା ପେ ଚର୍ଚ୍ଚାର ଆଜି ସପ୍ତମ ସଂସ୍କରଣ ହେବାକୁ ଯାଉଛି । ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ କଥାବାର୍ତ୍ତା ହେବେ ପ୍ରଧାନମନ୍ତ୍ରୀ ।

କିଛି ଦିନ ପରେ ଦଶମ, ଏକାଦଶ, ଆଇସିଏସଇ, ସିବିଏସଇ, ସହ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ହେବ । ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଜି ଆଲୋଚନା କରିବେ ନରେନ୍ଦ୍ର ମୋଦି । କିପରି ପରୀକ୍ଷା ସମୟରେ ଚାପ ଠାରୁ ଦୂରେଇ ରହିବ ସେନେଇ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେବେ । ସାଧାରଣତଃ ପରୀକ୍ଷା ନାମ ଶୁଣିଲେ ମାତ୍ରେ ପିଲାଙ୍କ ମନରେ ଭୟ ଆସେ । ପରୀକ୍ଷା ଦିନ ଯେତିକି ପାଖେଇ ଆସି ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢିଯାଇଥାଏ । ଅନେକ ସମୟରେ ଚାପରେ ରହି ପରୀକ୍ଷାରେ ଭଲ ନମ୍ବର ମଧ୍ୟ ରଖିପାରନ୍ତି ନାହିଁ ଛାତ୍ରଛାତ୍ରୀ । ତେଣୁ ପିଲାଙ୍କୁ ଚାପମୁକ୍ତ କରିବା ସହ ପରୀକ୍ଷାରେ କିପରି ସଫଳତା ପାଇବେ ସେଥି ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପିଲାଙ୍କୁ ଦୃଢ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.