ETV Bharat / bharat

ପିଏମଙ୍କ ପାଠଶାଳା: ମୋଦିଙ୍କ ଟିପ୍ସ, ପ୍ରତିଯୋଗିତା ବନ୍ଧୁ ସହ ନୁହେଁ ନିଜ ସହ କର

author img

By ETV Bharat Odisha Team

Published : Jan 29, 2024, 1:22 PM IST

Pariksha Pe Charcha 2024: ଦିଲ୍ଲୀର ଭାରତ ମଣ୍ଡପରେ ‘ପରୀକ୍ଷା ପେ ଚର୍ଚ୍ଚା' କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାପମୁକ୍ତ ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ମୋଦି । ଅଧିକ ପଢନ୍ତୁ

ପରୀକ୍ଷା ପେ ଚର୍ଚ୍ଚା
Pariksha Pe Charcha

ନୂଆଦିଲ୍ଲୀ: ‘ପରୀକ୍ଷା ପେ ଚର୍ଚ୍ଚା'ର ସପ୍ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । କିପରି ପରୀକ୍ଷାରେ ଚାପମୁକ୍ତ ରହିବ ଓ ସଫଳତା ପାଇବେ ସେନେଇ ମୋଦିଙ୍କ ଠାରୁ ଟିପ୍ସ ନେଇଛନ୍ତି ଛାତ୍ରଛାତ୍ରୀ । ଆମେ କେବେ ଏହା କହି ପାରିବୁ ନାହିଁ କି ଚାପ ଦୂର ହୋଇଗଲା । ଯେକୌଣସି ସମୟରେ ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ଚାପକୁ ସାମ୍ନା କରିବାକୁ ସକ୍ଷମ ହେବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପରେ ଆୟୋଜିତ ହୋଇଯାଇଛି ପ୍ରଧାନମନ୍ତ୍ରୀଙ୍କ ପାଠଶାଳା କାର୍ଯ୍ୟକ୍ରମ ।

  • #WATCH | Delhi: You all have come to that place where in the beginning all the great leaders of the world sat for two days and discussed the future of the world. Today you are in that place and you are discussing the future of India: PM Modi at 'Pariksha Pe Charcha' 2024 pic.twitter.com/dZLE8ps0wI

    — ANI (@ANI) January 29, 2024 " class="align-text-top noRightClick twitterSection" data=" ">

ଚାପକୁ ସାମ୍ନା କରିବାକୁ ସକ୍ଷମ ହେବା ଜରୁରୀ: ମୋଦି ଛାତ୍ରଛାତ୍ରୀଙ୍କୁ ପ୍ରଥମେ ସମ୍ବୋଧନ କରି କହିଥିଲେ ଯେ, ଆପଣ ମାନେ ଯେଉଁ ସ୍ଥାନରେ ବସିଛନ୍ତି ସେହିଠାରେ କିଛି ଦିନ ପୂର୍ବରୁ ବିଶ୍ବର ବଡବଡ ନେତା ଦୁଇ ଦିନ ଉପସ୍ଥିତ ରହି ବିଶ୍ବର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ । ଆଜି ଆପଣ ସେହି ସ୍ଥାନରେ ଅଛନ୍ତି ଏବଂ ଆପଣ ଭାରତର ଭବିଷ୍ୟତ ବିଷୟରେ ଆଲୋଚନା କରୁଛନ୍ତି । ପରୀକ୍ଷା ପେ ଚର୍ଚ୍ଚାର ଏହା ସପ୍ତମ ସଂସ୍କରଣ । ସମାନ ପ୍ରଶ୍ନ ବାରମ୍ବାର ଆସିଛି ଏବଂ ଭିନ୍ନ ଶୈଳୀରେ ପ୍ରଶ୍ନ କରାଯାଇଛି । ଏହାର ଅର୍ଥ ହେଉଛି ସାତ ବର୍ଷ ମଧ୍ୟରେ ସାତୋଟି ଭିନ୍ନ ବ୍ୟାଚ୍ ସମାନ ପରିସ୍ଥିତି ଦେଇ ଗତି କରିଛନ୍ତି । ପ୍ରତ୍ୟେକ ନୂଆ ବ୍ୟାଚ୍ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମେ କେବେ ଏହା କହି ପାରିବୁ ନାହିଁ କି ଚାପ ଦୂର ହୋଇଗଲା । ଯେକୌଣସି ପ୍ରକାର ଚାପକୁ ସାମ୍ନା କରିବାକୁ ସକ୍ଷମ ହେବା ଜରୁରୀ । ସେମାନେ ଗ୍ରହଣ କରିବା ଜରୁରୀ ଯେ ଚାପ ବଢି ଚାଲିବ । ଏଥିରୁ ନିଜକୁ ଦୂରେଇବା ପାଇଁ ନିଜକୁ ପ୍ରସ୍ତୁତ ହେବାକୁ ପଡିବ ।

  • #WATCH | Delhi: We cannot do- switch off, pressure is gone. One must become capable of bearing any kind of pressure. They should believe that pressure keeps on building, one has to prepare oneself (to tackle it): PM Modi at 'Pariksha Pe Charcha' 2024 pic.twitter.com/GivEGAU8qD

ଏହା ମଧ୍ୟ ପଢନ୍ତୁ-ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ମୋଦି

ପରୀକ୍ଷା ସମୟରେ ନିଜ ସହ ପ୍ରତିଦ୍ବନ୍ଦିତା କରନ୍ତୁ: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛି ଯେ, ପରୀକ୍ଷା ସମୟରେ ନିଜ ସାଙ୍ଗ ମାନଙ୍କ ସହ ପ୍ରତିଯୋଗିତା କରନ୍ତୁ ନାହିଁ । ବରଂ ନିଜେ ନିଜ ସହ କରନ୍ତୁ । ଧରାଯାଉ ପରୀକ୍ଷାରେ ଗୋଟିଏ ପେପର 100 ମାର୍କ ରହିଛି । ଯଦି ବନ୍ଧୁ 90 ମାର୍କ ପାଆନ୍ତି ତେବେ ଆପଣଙ୍କ ପାଇଁ କଣ 10 ମାର୍କ ଅଛି କି ? ଆପଣଙ୍କ ପାଖରେ 100 ମାର୍କ ମଧ୍ୟ ଅଛି । ତେଣୁ ବନ୍ଧୁଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ ନାହିଁ, ବରଂ ନିଜ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ । ତେଣୁ ବନ୍ଧୁଙ୍କୁ ଘୃଣା କରିବାର କୌଣସି ଆବଶ୍ୟକତା ନାହିଁ । ବାସ୍ତବରେ, ସେ ତୁମ ପାଇଁ ଏକ ପ୍ରେରଣା ହୋଇପାରିବ ।

ଅଭିଭାବକ ନିଜ ପିଲାଙ୍କର ରିପୋର୍ଟ କାର୍ଡକୁ ନିଜ ଭିଜିଟିଙ୍ଗ କାର୍ଡ ବନାଇଛନ୍ତି: ମୋଦି କହିଛନ୍ତି ଯେ,''ଅନେକ ଅଭିଭାବକ ନିଜ ପିଲାମାନଙ୍କୁ ଅନ୍ୟ ପିଲାମାନଙ୍କର ଉଦାହରଣ ଦେଇଥାନ୍ତି । ପିତାମାତାମାନେ ଏହି କାର୍ଯ୍ୟ କରିବା ଠାରୁ ଦୂରେଇ ରହିବା ଉଚିତ୍ । ଆମେ ଦେଖିଛୁ ଯେ ଯେଉଁ ପିତାମାତା ନିଜ ଜୀବନରେ ଅଧିକ ସଫଳ ହୋଇନାହାଁନ୍ତି, ସେମାନଙ୍କ ପାଖରେ କହିବାକୁ କିଛି ନାହିଁ । ସେମାନଙ୍କ ନିଜ ପିଲାମାନଙ୍କର ରିପୋର୍ଟ କାର୍ଡକୁ ନିଜ ଭିଜିଟିଙ୍ଗ କାର୍ଡ ବନାଇ ଦିଅନ୍ତି । ଯେତେବେଳେ ବି ସେମାନେ କାହାକୁ ଭେଟନ୍ତି, ସେମାନେ ନିଜ ପିଲାମାନଙ୍କର ସଫଳତା କହିବେ । ଯାହା ଦ୍ବାରା ତାଙ୍କ ପିଲା ନିଜକୁ ଭାବିବ ମୁଁ ସବୁ କିଛି ଜାଣିଛି । ''

ପ୍ରତିଯୋଗିତା ଏବଂ ଚ୍ୟାଲେଞ୍ଜ ପ୍ରେରଣା ଦିଏ: ଯଦି ଜୀବନରେ କୌଣସି ଚ୍ୟାଲେଞ୍ଜ ରହିବ ନାହିଁ ତେବେ ଜୀବନ ପ୍ରେରଣାହୀନ ଓ ଉତ୍ସାହହୀନ ହୋଇଯାଏ । ପ୍ରତିଯୋଗିତା ଏବଂ ଚ୍ୟାଲେଞ୍ଜ ଗୁଡିକ ଜୀବନରେ ପ୍ରେରଣା ଭାବରେ କାର୍ଯ୍ୟ କରିଥାଏ । କିନ୍ତୁ ପ୍ରତିଯୋଗିତା ଭଲ ହେବା ଆବଶ୍ୟକ । ଚାପ ଏତେ ଅଧିକ ହେବା ଉଚିତ ନୁହେଁ କି, ଏହା ଜଣଙ୍କର ସାମର୍ଥ୍ୟ ଉପରେ ପ୍ରଭାବ ପଡିବ । ଚାପର ଚରମ ସ୍ତରକୁ ନଯାଇ, କୌଣସି ପ୍ରକ୍ରିୟାରେ ଧୀରେ ଧିରେ ବିକାଶ ହେବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.