ETV Bharat / bharat

ଆଜି ଓମାରଙ୍କ ଶପଥ, କ୍ୟାବିନେଟରେ ସାମିଲ ହେବନି କଂଗ୍ରେସ !

ଓମାର କ୍ୟାବିନେଟରେ ସାମିଲ ହେବନି କଂଗ୍ରେସ । ବାହାରୁ ଦେବ ସମର୍ଥନ । ଶପଥ ସମାରୋହରେ ସାମିଲ ହେବେ ଖଡଗେ ଓ ରାହୁଲ ।

author img

By ETV Bharat Odisha Team

Published : 9 hours ago

ଆଜି ଓମାରଙ୍କ ଶପଥ, କ୍ୟାବିନେଟରେ କଂଗ୍ରେସକୁ ମିଳିନପାରେ ସ୍ଥାନ
ଆଜି ଓମାରଙ୍କ ଶପଥ, କ୍ୟାବିନେଟରେ କଂଗ୍ରେସକୁ ମିଳିନପାରେ ସ୍ଥାନ (ETV Bharat Odisha)

ନୂଆଦିଲ୍ଲୀ: ଆଜି ଜମ୍ମୁ-କାଶ୍ମୀରରେ ଶପଥ ଗ୍ରହଣ କରିବ ଓମାର ଅବଦୁଲ୍ଲା ସରକାର । ମୁଖ୍ୟମନ୍ତ୍ରୀ ଭାବେ ‘ଏନସି’ ଉପାଧ୍ୟକ୍ଷ ଓମାର ଓବଦୁଲ୍ଲା ଶପଥ ଗ୍ରହଣ କରିବେ । ମାତ୍ର ଏହାରି ମଧ୍ୟରେ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ଓମାର କ୍ୟାବିନେଟରେ କଂଗ୍ରେସକୁ ସ୍ଥାନ ନମିଳିପାରେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର କୌଣସି ବିଧାୟକ ସରକାରରେ ମନ୍ତ୍ରୀ ହେବେ ନାହିଁ, ମାତ୍ର ଦଳ (କଂଗ୍ରେସ) ବାହାରୁ ‘ଏନସି’କୁ ସମର୍ଥନ ଜାରି ରଖିବ ।

ତେବେ ଏପରି ନଷ୍ପତ୍ତି ସମ୍ପର୍କରେ ଉଭୟ ଦଳ କିଛି ପ୍ରକାଶ କରିନାହାନ୍ତି । ମାତ୍ର ଶପଥ ଗ୍ରହଣ ସମାରୋହର ମାତ୍ର କିଛି ଘଣ୍ଟା ପୂର୍ବରୁ ସୂତ୍ରରୁ ଏହି ସୂଚନା ମିଳିଛି । ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଂଶଗ୍ରହଣ କରୁଛନ୍ତି ।

ଆଜି ଓମାରଙ୍କ ଶପଥ, କ୍ୟାବିନେଟରେ ସାମିଲ ହେବନି କଂଗ୍ରେସ !
ଆଜି ଓମାରଙ୍କ ଶପଥ, କ୍ୟାବିନେଟରେ ସାମିଲ ହେବନି କଂଗ୍ରେସ ! (ETV Bharat Odisha)
  • ବାହାରୁ ସମର୍ଥନ ଦେବ କଂଗ୍ରେସ, ସରକାର ଚଳାଇବ ‘ଏନସି’

ଦୀର୍ଘ ୧୦ ବର୍ଷ ପରେ ହୋଇଥିବା ନିର୍ବାଚନରେ କଂଗ୍ରେସ ଓ ଏନସି ଏକାଠି ନିର୍ବାଚନ ଲଢିଥିଲେ । ‘ଏନସି’ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସର ପ୍ରଦର୍ଶନ ଚର୍ଚ୍ଚା ଅନୁସାରେ,ନୈରାଶ୍ୟଜନକ ଥିଲା । ଜମ୍ମୁ-କାଶ୍ମୀରରେ ବିଧାନସଭା ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣର ନୂଆ ସମୀକରଣ ଅନୁସାରେ ୯୦ରୁ ୪୫ ଆସନ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ । ଓମାରଙ୍କ ‘ଏନସି’ ୪୨ ଆସନରେ ଜିତି ଏକକ ସଂଖ୍ୟାଗରିଷ୍ଠତା ଠାରୁ ସାମାନ୍ୟ ପଛରେ ରହିଛି ।

  • କଂଗ୍ରେସକୁ ଜିତିଛି ୬ ଆସନ

‘ଏନସି’ ସହ ଏକାଠି ନିର୍ବାଚନ ଲଢିଥିବା କଂଗ୍ରେସ ୬ଟି ଆସନ ଜିତିଛି । ତେଣୁ ସରକାର ଗଠନ କରିବା ଦିଗରେ କଂଗ୍ରେସର ସହଯୋଗ ଏନସି ପାଇଁ ନିହାତି ଆବଶ୍ୟକ । ତେବେ କଂଗ୍ରେସ ସରକାରରୁ ବାହାରେ ରହିବା କାରଣ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଦିଗ ମଧ୍ୟ ସାମ୍ନାକୁ ଆସିନି । କିନ୍ତୁ କଂଗ୍ରେସ ସମର୍ଥନରେ ଓମାର ଆଜି ଶପଶ ଗ୍ରହଣ କରିବା ଏକପ୍ରକାର ସ୍ପଷ୍ଟ ।

ଏହା ମଧ୍ୟ ପଢନ୍ତୁ :- ୬ ବର୍ଷ ପରେ ଜାମ୍ମୁ-କାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ, ଆରମ୍ଭ ହେବ ଅବଦୁଲ୍ଲା ଯୁଗ

ଏହା ମଧ୍ୟ ପଢନ୍ତୁ :-ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

ସମ୍ପତ୍ତି ୨୯ ହଜାର, ମୁଣ୍ଡ ଉପରେ ୨ ଲକ୍ଷ ଋଣ: ଡୋଡାରୁ ବିଜୟୀ, କିଏ ଏହି ଆପ ପ୍ରାର୍ଥୀ ?

  • ଦ୍ବିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଓମାର ଓବଦୁଲ୍ଲା

୨୦୧୪ ରେ କାଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା । ଚଳିତଥର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଏନସି’ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏନସି- କଂଗ୍ରେସ ଏକାକୀ ନିର୍ବାଚନ ଲଢିଥିବା ବେଳେ ମିଳିତ ଭାବେ 48 ଆସନ ବହୁମତ ହାସଲ କରିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବିତୀୟ ବୃହତ୍ତମ ଦଳ ଭାବେ 29 ଆସନ ସହ ବିରୋଧୀ ଦଳ ଭୂମିକାରେ ରହିବାକୁ ବାଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.