ETV Bharat / bharat

ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ? ବର୍ଷାରେ ଉବୁଟୁବୁ ଆନ୍ଧ୍ର-ତାମିଲନାଡୁ-କର୍ଣ୍ଣାଟକ

ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ତାମିଲନାଡୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା । ରେଡ ଓ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଓଡ଼ିଶାରେ ୧୮ରେ ହୋଇପାରେ ବର୍ଷା ।

author img

By ETV Bharat Odisha Team

Published : Oct 15, 2024, 12:37 PM IST

heavy rainfall
heavy rainfall (ETV BHARAT ODISHA)

ହାଇଦ୍ରାବାଦ : ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଅବପାତରେ ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଉତ୍ତର ତାମିଲନାଡୁ, ପଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ଅଗ୍ରସର ହୋଇପାରେ । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଗତ ୨ ଦିନ ହେବ ପ୍ରବଳ ବର୍ଷା ଲାଗି ରହିବା କାରଣକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ବର୍ଷା ପାଇଁ ତାମିଲନାଡୁରେ ସ୍କୁଲ ଛୁଟି:

ଲଘୁଚାପ ପ୍ରଭାବରେ ଚେନ୍ନାଇରେ ବର୍ଷା ଲାଗି ରହିଛି । ଚେନ୍ନାଇ ସମେତ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଫଳରେ ତିରୁଭାଲୁର, କାଞ୍ଚିପୂରମ ଓ ଚେଙ୍ଗେଲାପାଟୁ ଜିଲ୍ଲାରେ ସ୍କୁଲ ଓ କଲେଜକୁ ଆଜି ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । ଆଇଟି ସଂସ୍ଥାଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଅକ୍ଟୋବର 15 ରୁ 18 ପର୍ଯ୍ୟନ୍ତ ଘରେ କାମ କରିବାକୁ ଅନୁମତି ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ତାମିଲନାଡୁର ୯ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି ।

HEAVY RAIN TAMIL NADU
HEAVY RAIN TAMIL NADU (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କ, ଦଶହରାରେ କେମିତି ରହିବ ପାଗ ?

ଏହା ମଧ୍ୟ ପଢନ୍ତୁ-୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ, ଏହି ଦିନ ସାରା ଓଡ଼ିଶାରେ ବର୍ଷିବ - Odisha Weather Latest Update

ଆନ୍ଧ୍ରରେ ବନ୍ୟା ସ୍ଥିତି:

ଅନ୍ୟପଟେ ଲଘୁଚାପ ଯୋଗୁଁ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। କୃଷ୍ଣା, ପ୍ରକାଶମ, ନେଲୋର, ବିଶାଖାପାଟଣା ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବର୍ଷା ଲାଗି ରହିଛି । ସୋମବାର ସକାଳରୁ ନେଲୋର ଜିଲ୍ଲାରେ ଲଗାତାର ବର୍ଷା ହେତୁ ତଲିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଆନ୍ନାମୟା ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ହେଉଥିବାରୁ ଜିଲ୍ଲାପାଳ ଶ୍ରୀଧର ଜିଲ୍ଲାର ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରିଛନ୍ତି । ଜରୁରୀକାଳିନ ପରିସ୍ଥିତିର ମୁକାବିଲା ପାଇଁ ପୋଲିସ, ପଞ୍ଚାୟତ ରାଜ, ଜଳସେଚନ ଏବଂ ଆର ଆଣ୍ଡ ବି ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପ୍ରଭାବିତ ଜିଲ୍ଲାମାନଙ୍କରେ SDRF ଏବଂ NDRF ଦଳକୁ ନିୟୋଜିତ କରାଯାଇଛି । କଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।

କର୍ଣ୍ଣାଟକରେ ହାଇ ଆଲର୍ଟ:

ବଙ୍ଗୋପସାଗର ଏବଂ ଆରବ ସାଗରରେ ଘୂର୍ଣ୍ଣିଝଡ଼ ପ୍ରଭାବରେ କର୍ଣ୍ଣାଟକ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି । ରାଜ୍ୟ ରାଜଧାନୀ ବାଙ୍ଗାଲୁରୁ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରକାଯାଇଛି । ଆସନ୍ତା ୧୭ ତାରିଖରେ ରାଜ୍ୟର ୧୧ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅକ୍ଟୋବର ୧୭ ତାରିଖ ଏବଂ ୧୮ ତାରିଖ ଦୁଇ ଦିନ କର୍ଣ୍ଣାଟକ ପାଇଁ ଆଲର୍ଟ ଜାରି ହୋଇଛି । ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ, ଉଡୁପି, କୋଡାଗୁ, ସିମୋଗା, ତୁମକୁର, ଚିକାମାଙ୍ଗାଲୁରୁ ଏବଂ ରାମ ନଗର ଜିଲ୍ଲାରେ ବର୍ଷା ହୋଇପାରେ । ସେହିପରି ବାଙ୍ଗାଲୁରୁ ସହର ଏବଂ ବାଙ୍ଗାଲୁରୁ ରୁରାଲ୍ ଅଞ୍ଚଳ ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି ।

ଓଡ଼ିଶାରେ ପଡ଼ିବ କି ପ୍ରଭାବ ?

ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ଏତେଟା ସମ୍ଭାବନା ନାହିଁ । ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ, ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟିଛି । କେତେକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.