ETV Bharat / bharat

UGC-NET ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା, ଦେଖନ୍ତୁ କେବେ ? - UGC NET EXAM

author img

By ETV Bharat Odisha Team

Published : Jun 29, 2024, 8:01 AM IST

Updated : Jun 29, 2024, 9:35 AM IST

UGC NET exam: ୟୁଜିସି ନେଟ ପରୀକ୍ଷା ପାଇଁ ଘୋଷଣା ହେଲା ନୂତନ ତାରିଖ । ଅଗଷ୍ଟ 21ରୁ ସେପ୍ଟେମ୍ବର 4 ତାରିଖ ମଧ୍ୟରେ ହେବ ପରୀକ୍ଷା । ଅଧିକ ପଢନ୍ତୁ

UGC-NET EXAM
UGC-NET EXAM (ETV BHARAT ODISHA)

ନୂଆଦିଲ୍ଲୀ: ପୁନଃ ୟୁଜିସି ନେଟ ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ଆସନ୍ତା ଅଗଷ୍ଟ 21ରୁ ସେପ୍ଟେମ୍ବର 4 ତାରିଖ ମଧ୍ୟରେ ହେବ ପରୀକ୍ଷା । ସେହିପରି ଜଏଣ୍ଟ CSIR ୟୁଜିସି ନେଟ ପରୀକ୍ଷା ଜୁଲାଇ 25ରୁ 27 ଏବଂ NCET 2024 ପରୀକ୍ଷା ଜୁଲାଇ 10 ତାରିଖରେ ହେବା ନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

UGC NET EXAM
UGC NET EXAM (ETV BHARAT ODISHA)

UGC-NET ପରୀକ୍ଷା ସିବିଟି (Computer-Based Test) ମୋଡରେ ହେବ । ଜୁନ୍ 18 ତାରିଖରେ ଅଫଲାଇନ ମୋଡରେ ଦୁଇଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର ଗୋଟିଏ ଦିନ ପରେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ରର ଜାତୀୟ ସାଇବର କ୍ରାଇମ ଆନାଲିଟିକ୍ସ ୟୁନିଟରୁ କିଛି ସୂଚନା ମିଳିଥିଲା । ପରୀକ୍ଷାରେ ଅନିୟମିତିତା ହୋଇଥିବା ଜଣାପଡିବା ପରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ନେଟ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଥିବା ଦର୍ଶାଇଥିଲା । ଏହାପରେ ଆଉ ଥରେ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଥିଲା । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ହସ୍ତାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ୟୁଜିସି ନେଟ ପରୀକ୍ଷା ରଦ୍ଦ, ଅନିୟମିତତା ନେଇ ତଦନ୍ତ କରିବ ସିବିଆଇ - UNION GOVT CANCELS UGC NET EXAM

ପେପର ଲିକ୍‌ ମାମଲାରେ ସାରା ଦେଶରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ବିରୋଧି ଦଳ ମଧ୍ୟ ଏହି ମାମଲାରେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରିଆସୁଛି । ତେବେ ପ୍ରବେଶିକା ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏନଟିଏ ଗଠନ କରାଯାଇଥିବା ବେଳେ ବାରମ୍ବାର ପରୀକ୍ଷାଗୁଡିକରେ ଅନିୟମିତତା ଅଭିଯୋଗ ଆସୁଥିବା ବେଳେ ଏନଟିଏ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

UGC-NET ହେଉଛି ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ 'ସହକାରୀ ପ୍ରଫେସର' ପଦବୀ ସହ 'ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଏବଂ ଆସିଷ୍ଟାଣ୍ଟ ପ୍ରଫେସର' ପଦ ପାଇଁ ପରୀକ୍ଷା ହୋଇଥାଏ । ଜୁନ 18 (ମଙ୍ଗଳବାର)ରେ ଦେଶର 317ଟି ସହରର 1208 ପରୀକ୍ଷା କେନ୍ଦ୍ରରେ 11, 21, 225 ଜଣ ପରୀକ୍ଷାର୍ଥୀ ୟୁଜିସି ନେଟ ପରୀକ୍ଷା ଦେଇଥିଲେ । ପରୀକ୍ଷା ରଦ୍ଦ ପରେ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଥିଲେ ।

Last Updated : Jun 29, 2024, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.