ETV Bharat / bharat

ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ କୋର୍ଟରୁ ଗଲା ନୋଟିସ, ଜାଣନ୍ତୁ କାହିଁକି - notice to YouTuber Dhruv Rathi

author img

By ETV Bharat Odisha Team

Published : Jul 24, 2024, 3:59 PM IST

Notice to YouTuber Dhruv Rathi: ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ କୋର୍ଟରୁ ନୋଟିସ । ମାନହାନୀ ମାମଲା କରିଥିଲେ ବିଜେପି ନେତା । 6 ତାରିଖ ସୁଦ୍ଧା ପକ୍ଷ ରଖିବେ ରାଠୀ । ଅଧିକ ପଢନ୍ତୁ

ୟୁଟ୍ଯୁବର ଧ୍ରୁବ ରାଠୀଙ୍କୁ କୋର୍ଟରୁ ନୋଟିସ, ମାନହାନୀ ମାମଲା କରିଥିଲେ ବିଜେପି ନେତା
ୟୁଟ୍ଯୁବର ଧ୍ରୁବ ରାଠୀଙ୍କୁ କୋର୍ଟରୁ ନୋଟିସ, ମାନହାନୀୟୁଟ୍ଯୁବର ଧ୍ରୁବ ରାଠୀଙ୍କୁ କୋର୍ଟରୁ ନୋଟିସ, ମାନହାନୀ ମାମଲା କରିଥିଲେ ବିଜେପି ନେତା ମାମଲା କରିଥିଲେ ବିଜେପି ନେତା (ETV Bharat Odisha)

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଓ ବିଜେପି ସରକାର ବିରୋଧୀ ଭାବେ ଜଣାଶୁଣା ଯୁବ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି କରାଯାଇଛି । ଜଣେ ବିଜେପି ନେତା କରିଥିବା ମାନହାନୀ ମାମଲାର ଶୁଣାଣି କରି ଦିଲ୍ଲୀର ସାକେତ କୋର୍ଟ ରାଠୀଙ୍କୁ ଏହି ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାମାସ (ଅଗଷ୍ଟ) 2 ତାରିଖରେ ହେବ । ଏହା ପୂର୍ବରୁ କୋର୍ଟରେ ରାଠୀ ତାଙ୍କ ପକ୍ଷ ରଖିବାକୁ ଜାରି ନୋଟିସରେ ନିର୍ଦ୍ଦେଶ ଦେଇଛନ୍ତି ସାକେତ କୋର୍ଟ ।

ମୁମ୍ବାଇ ବିଜେପି ମୁଖପାତ୍ର ସୁରେଶ କରମଶି ନାଖୁଆ ରାଠୀଙ୍କ ବିରୋଧରେ ଏହି ମାନହାନୀ ମାମଲା କରିଥିଲେ । ଧ୍ରୁବ ରାଠୀ ପ୍ରସ୍ତୁତ କରିଥିବା ଏକ ଭିଡିଓରେ ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରିବା ସହ ତାଙ୍କ ପ୍ରତି ମଧ୍ୟ ଧ୍ରୁବ ରାଠୀ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ ସୁରେଶ । ଏପରି ଭିଡିଓ ତାଙ୍କ ରାଜନୈତିକ ଓ ସାମାଜିକ ଜୀବନର ପ୍ରତିଷ୍ଠାରେ ଆଞ୍ଚ ଆଣିଛି । ଏହା ତାଙ୍କୁ ମାନସିକ ଭାବେ ଆଘାତ ଦେଇଥିବା ସେ ମାମଲାରେ ଦର୍ଶାଇଥିଲେ । କୋର୍ଟରେ ମାନହାନୀ ମାମଲା କରିବା ସହ ସେ ରାଠୀଙ୍କଠାରୁ ସେ 20 ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଥିଲେ ।

ଆଜି ସାକେତ ଜିଲ୍ଲାକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଜିଲ୍ଲା ଜଜ୍ ଗୁଞ୍ଜନ ଗୁପ୍ତା ଭିଡିଓ ପ୍ରସ୍ତୁତ କରିଥିବା ରାଠୀଙ୍କ ସହ ‘ଗୁଗୁଲ’ ଏବଂ ‘ଏକ୍ସ’ (ଟ୍ୱିଟର)କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଏମାନେ ସମସ୍ତେ ଆସନ୍ତା ଶୁଣାଣି ତାରିଖ ପୂର୍ବରୁ ସେମାନଙ୍କ ପକ୍ଷ ରଖିବେ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାମାସ (ଅଗଷ୍ଟ) ୨ ତାରିଖରେ ହେବ ।

ଏ ହା ମଧ୍ୟ ପଢନ୍ତୁ :- Union Budget 2024: ପ୍ରଧାନମନ୍ତ୍ରୀ କହିଲେ ସମାଜର ପ୍ରତ୍ୟେକ ବର୍ଗ ସଶକ୍ତ ହେବ, ବିରୋଧୀ କହିଲେ ‘କୁର୍ସି ବଚାଓ ବଜେଟ୍‌’ - UNION BUDGET 2024

ଏଠାରେ ସୂଚନାଯୋଗ୍ୟ ଯେ, ଧ୍ରୁବ ନିକଟରେ ଏକାଧିକ ଭିଡିଓରେ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ବିରୋଧୀମାନେ ଧ୍ରୁବଙ୍କ ଦ୍ବାରା ଉଠାଇଥିବା ପ୍ରସଙ୍ଗ ଓ ସମାଲୋଚନାକୁ ପ୍ରଶଂସା କରିଥିବା ବେଳେ ବିଜେପି ନେତା ଓ କର୍ମୀମାନେ ଏହାକୁ ରାଜନୈତିକ ପ୍ରୟୋଜିତ ଭିଡିଓ ବୋଲି କହିଛନ୍ତି । ସାଧାରଣ ନିର୍ବାଚନର ଠିକ ପୂର୍ବରୁ ରାଠୀ ମୋଦି ସରକାର ବିରୋଧରେ ଏକ 30 ମିନିଟରୁ ଅଧିକ ଅବଧିର ଭିଡିଓ ଏପିସୋଡ ନିଜ ୟୁଟ୍ୟୁବ ଚାନେଲରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ମଧ୍ୟ ଏହି ସିରିଜର ଭିଡିଓ ପୋଷ୍ଟ କରିବା ଜାରି ରଖିଥିଲେ ରାଠୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.