ETV Bharat / bharat

ଛେପ ପକାଇ ବିକ୍ରି କରୁଥିଲେ ଆଖୁରସ, ୨ ଗିରଫ - Spitting In Sugarcane - SPITTING IN SUGARCANE

Spitting In Sugarcane: ଗ୍ଲାସରେ ଛେପ ପକାଇ ସେହି ଗ୍ଲାସରେ ବିକ୍ରି କରୁଥିଲେ ଆଖୁରସ । ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Spitting In Sugarcane
Spitting In Sugarcane (ETV Bharat)
author img

By ETV Bharat Odisha Team

Published : Jun 17, 2024, 7:11 PM IST

ନୂଆଦିଲ୍ଲୀ: ନୋଏଡାରୁ ସାମନାକୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ସେକ୍ଟର ୨୧ ନିକଟରେ ଥିବା ହାଉସିଂ ସୋସାଇଟି ବାହାରେ ମିଳୁଥିଲା ଆଖୁରସ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଆଖୁ ରସରେ ଛେପ ମିଶାଇ ବିକ୍ରି କରୁଥିଲେ ଦୋକାନୀ । ଯାହାର ପ୍ରମାଣ ମିଳିବା ପରେ ପୋଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ପୂର୍ବରୁ ଏଭଳି କାଣ୍ଡ ଘଟାଇବାର ସେପରି ନଜିର ରହିଛି ନା ନାହିଁ ସେନେଇ ଅଧିକ ଖୋଳତାଡ ଚଳାଇଛି ପୋଲିସ ।

ପୋଲିସ ନିକଟରେ ଅଭିଯୋଗକାରୀ ଦର୍ଶାଇଥିଲେ ଯେ, ଗତ ଶନିବାର ସନ୍ଧ୍ୟାରେ ନିଜ ସ୍ତ୍ରୀ ସହ ସେ ଆଖୁ ରସ ପିଇବାକୁ ଯାଇଥିଲେ । ସୋସାଇଟିର ଗେଟ ନମ୍ବର-୧ ବାହାରେ ବିକ୍ରି କରାଯାଉଥିଲା ଆଖୁରସ । ଦମ୍ପତି ଗୋଟିଏ ଗ୍ଲାସ ଆଖୁ ରସ ଅର୍ଡର ଦେଇଥିଲେ । ହେଲେ ଏହାପରେ ଏପରି ଘଟଣା ଘଟିଲା ଯାହା ଦେଖିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା । ଜୁସ୍ ପ୍ରସ୍ତୁତ କରୁଥିବା ଦୋକାନୀ ଜଣକ ସେହି ଗ୍ଲାସରେ ତିନି ଥର ଛେପ ପକାଇଥିଲେ । ଆଉ ସେଥିରେ ଜୁସ ମିଶାଇ ଲୋକଙ୍କୁ ପିଇବାକୁ ଦେଇଥିଲେ । ଏଭଳି ନିନ୍ଦନୀୟ ଆଚରଣଙ୍କୁ ଗ୍ରାହକ ବିରୋଧ କରିବା ସହ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ଅଣ୍ଡା ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ, କ'ଣ ଖାଇବା ଅନୁଚିତ ଜାଣନ୍ତୁ - Food Should Be Avoided With Eggs

ଅଭିଯୋଗକାରୀ କହିଛନ୍ତି, "ଏହି ଘଟଣା ବିଷୟରେ ଜାଣିବା ପରେ ସେ ବିରୋଧ କରିଥିଲେ । ଆଉ ତା'ପରେ ଅଭିଯୁକ୍ତ ଦୋକାନୀ ନିଜ ଷ୍ଟଲ ଛାଡି ଭୟରେ ସେଠାରୁ ପଳାୟନ କରିଥିଲେ ।"ଅଭିଯୋଗକାରୀଙ୍କ କହିବା କଥା, ଏହି ଘଟଣା ଉଭୟ ଧାର୍ମିକ ଏବଂ ସ୍ବାସ୍ଥ୍ୟଗତ ପ୍ରଭାବ ପକାଇବ । ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ସେପଟେ ପୋଲିସ ଏହି ମାମଲାରେ ପ୍ରତିକ୍ରିୟା ରଖି କହିଛି, "ଅଭିଯୋଗକାରୀଙ୍କ ବୟାନ ଆଧାରରେ ସମସ୍ତ ଦଫା ଲଗାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାସହ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରାଯାଇଛି । ଏନେଇ ଅନ୍ୟ ଲୋକମାନଙ୍କର ବୟାନ ମଧ୍ୟ ନିଆଯିବ । ଏହାସହ ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ମଧ୍ୟ ଯାଞ୍ଚ କରାଯିବ । ସେ ଏଭଳି କାହିଁକି କରିଛନ୍ତି ସେନେଇ ତଦନ୍ତ କରାଯିବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.