ETV Bharat / bharat

Maoist-Girlfriend Meet; ଗାର୍ଲଫ୍ରେଣ୍ଡ ଚକ୍କରରେ ଧରାପଡିଲା ମାଓବାଦୀ, ପ୍ରେମିକା କଥାରେ ଜଙ୍ଗଲ ଛାଡି ସହରକୁ ଆସିଲା, ପୋଲିସ ମାମୁଁ ମାଡିବସିଲା - Naxalite Arrested - NAXALITE ARRESTED

Naxalite who Came to Meet his Girlfriend Caught by CCB police: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁଲୁର ଘଟଣା । ସ୍ମାର୍ଟସିଟି, ମେଟ୍ରୋସିଟି, ଆଇଟି ହବରେ ଦିନ ଦ୍ବିପ୍ରହରରେ ବନ୍ଧା ହୋଇଛି ମାଓବାଦୀ । ନିକଟରେ ବେଙ୍ଗାଲୁରୁ ସିଟି ପୋଲିସ ଜଣେ ମାଓବାଦୀକୁ ଗିରଫ କରିଛି । ସିପିଆଇ-ମାଓବାଦୀ ପାଇଁ କାମ କୁରଥିବା ଅଭିଯୋଗରେ ଜଣେ ମାଓବାଦୀକୁ ଗିରଫ କରିଛି ସିସିବି ପୋଲିସ । ଗିରଫ ମାଓବାଦୀ ହରିଆଣାର ଅନିରୁଦ୍ଧ ରଜନ ବୋଲି ସୂଚନା ଦେଇଛି ସିସିବି ପୋଲିସ । ଅଧିକ ପଢନ୍ତୁ

Maoist-Girlfriend Meet
Maoist-Girlfriend Meet (ETV Bharat Odisha)
author img

By ETV Bharat Odisha Team

Published : Sep 6, 2024, 5:31 PM IST

ବେଙ୍ଗାଲୁରୁ: ପ୍ରେମରେ ପଡି ଫସିଲା ମାଓବାଦୀ । ଜଙ୍ଗଲ ଛାଡି ପ୍ରେମିକାକୁ ଭେଟିବାକୁ ଆସି ଧରାପଡିଗଲା ମାମୁଁ ହାତରେ । ବସରେ ବସି ଗାର୍ଲଫ୍ରେଣ୍ଡ ପାଖକୁ ଯିବା ପୂର୍ବରୁ ପଡିଗଲା ପୋଲିସ ହାବୁଡରେ । ‘ପ୍ରେମରେ ପଡିଲେ ହଜାରେ ନାଟ’, ‘ପ୍ରେମ ପାଇଁ ଯୁଦ୍ଧ’, ‘ପ୍ରେମ ପାଇଁ ମୃତ୍ୟୁ’ ଏପରି କଥା ଶୁଣିଥିବେ ଆଉ ଏବେ ଗାର୍ଲଫ୍ରେଣ୍ଡ ପାଇଁ ଘଞ୍ଚ ଜଙ୍ଗଲ ଛାଡି କଂକ୍ରିଟ ସହରରେ ଫସିଗଲା ପ୍ରେମିକ ପ୍ରବର ମାଓବାଦୀ । ରାତିର ଘନ ଅନ୍ଧାରରେ ଘଞ୍ଚ ଜଙ୍ଗଲରେ ଗରିଲା ଯୁଦ୍ଧ ପାଇଁ ଜଣାଶୁଣା ମାଓବାଦୀ ସହରର ଚିକମିକ୍ ଆଲୁଅର ଗଳିକନ୍ଦିରେ ବାଟମଣା ହୋଇଛି । ପ୍ରେମ ମୋହର ମାୟାଜାଲରେ ପଡି ପୋଲିସକୁ ଦିନରାତି ଚକମା ଦେଉଥିବା ‘ଜଙ୍ଗଲୀ ମଣିଷ’ ଥାନାର ଚାରିକାନ୍ଥରେ ଏବେ ଦିନ ଗଣିବ । ଆଉ ପ୍ରେମିକାକୁ ଡେଟିଂ ରହିଗଲା ସ୍ବପ୍ନରେ ।

BENGALURU CITY POLICE
BENGALURU CITY POLICE (ETV Bharat Odisha)

ଏହା ବି ପଢନ୍ତୁ- Naxal Free Operation: ପୋଲିସ DGଙ୍କ ବଡ଼ ବୟାନ '2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ହେବ ଓଡ଼ିଶା' - DG YB Khurania on NAXAL OPERATION

ବିଶ୍ବସ୍ତ ସୂତ୍ରରୁ ଖବର ପାଇ, ସ୍ପେଶାଲ୍ ଅପରେସନ ଚଳାଇଥିଲା ସିସିବି ପୋଲିସ । ମାଓବାଦୀକୁ ଧରିବା ପାଇଁ ବିଛାଇଥିଲା ଜାଲ । ବେଙ୍ଗାଲୁରୁ ସହରର ଉପ୍ପରାପେଟ୍ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ସ୍ଥାନରେ ମାଓବାଦୀ ତା ପ୍ରେମିକାକୁ ଦେଖାକରିବାକୁ ଆସିଥିବା ପୋଲିସ ନିକଟରେ ଖବର ପହଞ୍ଚିଥିଲା । ଏହା ପରେ ବେଙ୍ଗାଲୁରୁ ସିଟି ପୋଲିସର ସ୍ପେଶାଲ ଆତଙ୍କୀ-ନିରୋଧୀ ଟିମ୍ (ଏଟିସି) ଅଫିସର ଆକ୍ସନ ଆରମ୍ଭ କରିଥିଲେ । ମାଓବାଦୀକୁ ଗିରଫ କରିବା ସହିତ ତାକୁ ପଚରାଉଚରା ଆରମ୍ଭ କରିଛନ୍ତି । ସିପିଆଇ-ମାଓବାଦୀ ପାଇଁ କାମ କୁରଥିବା ଅଭିଯୋଗରେ ଜଣେ ମାଓବାଦୀକୁ ଗିରଫ କରିଛି ସିସିବି ପୋଲିସ । ଗିରଫ ମାଓବାଦୀ ହରିଆଣାର ଅନିରୁଦ୍ଧ ରଜନ ବୋଲି ସୂଚନା ଦେଇଛି ସିସିବି ପୋଲିସ ।

ଏହା ବି ପଢନ୍ତୁ- ମାଓବାଦୀ ଭୟ ଦେଖାଇ ଅର୍ଥ ଆଦାୟ କରୁଥିଲା, ଜଣଙ୍କୁ ବାନ୍ଧିଲା ପୋଲିସ; ଜାଣନ୍ତୁ ମୋଡସ ଅପରେଣ୍ଡି - fake maoist arrested

"ଅନିରୁଦ୍ଧ, ସିପିଆଇ ମାଓବାଦୀର ସକ୍ରିୟ ସଦସ୍ୟ । ସେ ଏହି ନିଷିଦ୍ଧ ଘୋଷିତ ସଂଗଠନ ପାଇଁ କାମ କରୁଥିଲା । ଖାଲିସେତିକି ନୁହେଁ, ଅନିରୁଦ୍ଧ ଥିଲା ସଂଗଠନର କାର୍ଯ୍ୟକ୍ରମ, ପ୍ରଚାର ପ୍ରସାରର ମାଷ୍ଟର ମାଇଣ୍ଡ । ସଂଗଠନର ପୁସ୍ତିକା ବଣ୍ଟନ ଠାରୁ ଆରମ୍ଭ କରି ସଂଗଠନରେ ସଦସ୍ୟ ସାମିଲ ପର୍ଯ୍ୟନ୍ତ ସବୁ କାମ ଟିକିନିକି କରି ତଦାରଖ କରୁଥିଲା ଅନିରୁଦ୍ଧ । ଏହାସହିତ ସଂସ୍ଥାର ସମସ୍ତ ଗୁପ୍ତ ବୈଠକ ଏବଂ ଟଙ୍କା ନେଣଦେଣ କାମ ଦେଖୁଥିଲା ଅନିରୁଦ୍ଧ । ସେ ଆଜି ପର୍ଯ୍ୟନ୍ତ ସବୁ ପୋଲିସକୁ ଚକମା ଦେବା ସହିତ ପୋଲିସ ଆଖିରେ ବାରମ୍ବାର ଧୂଳି ଦେଇ ଖସିଯାଉଥିଲା । ଅନିରୁଦ୍ଧ ୩ କି ୪ ଦିନ ତଳୁ ତା ଗାର୍ଲଫ୍ରେଣ୍ଡକୁ ଦେଖାକରିବାକୁ ସହରକୁ ଆସିଥିଲା । ପରେ ଗୁରୁବାର ସକାଳେ ପୋଲିସ ତାକୁ ଗିରଫ କରିଥିଲା । ଚନ୍ନାଇକୁ ଯିବା ବାଟରେ ସେ ଗିରଫ ହୋଇଛି । ଚେନ୍ନାଇ ଯିବାକୁ ମାଜେଷ୍ଟିକ୍ ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ସମୟରେ ଗାର୍ଲଫ୍ରେଣ୍ଡକୁ ଡିଟିଂ ଖେଳ ଖତର କରିଛି ପୋଲିସ," ବୋଲି ଅଫିସିଆଲ ସୂତ୍ରରୁ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ- ମାଓ କ୍ୟାମ୍ପରେ ଜାତିବାଦ ନେଇ ପାତରଅନ୍ତର ! ମହିଳା ମାଓବାଦୀଙ୍କ ସମେତ ଆତ୍ମସମର୍ପଣ କଲେ ୨ ମାଓବାଦୀ - HARDCORE MAOISTS SURRENDERED

ତା ନିକଟରୁ ଦୁଇଟି ବ୍ୟାଗ, ପେନ ଡ୍ରାଇଭ ଏବଂ ଗୋଟିଏ ଟ୍ୟାବ୍ ଜବତ କରିଛି ପୋଲିସ । ଏହାସହିତ ତା ନିକଟରୁ ନକଲି ଆଧାରକାର୍ଡ ଜବତ ହୋଇଛି । ଯାହା ବିକାଶ ଖଡଗେ ନାମରେ ଥିଲା ଆଧାରକାର୍ଡ ଟି । ୟୁଏପିଏ (Unlawful Activities Prevention Act) ଅଧିନରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ପୋଲିସ ହେପାଜତକୁ ନିଆଯିବା ସହିତ ପଚରାଉଚରା ଆରମ୍ଭ ହୋଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- Dantewada Encounter: ଲାଲବାହିନୀକୁ ଶକ୍ତ ଧକ୍କା, ଦନ୍ତେୱାଡ଼ା ପୋଲିସ ଏନକାଉଣ୍ଟରରେ 9 ନକ୍ସଲ ନିପାତ - Naxalites Killed

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.