ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ 102ଟି ଲୋକସଭା ଆସନରେ ଭୋଟ ଦେଉଛନ୍ତି ଜନତା । ଏହି କ୍ରମରେ ଆଜି ନାଗାଲାଣ୍ଡର ଗୋଟିଏ ଆସନ ପାଇଁ ନିର୍ବାଚନ ରହିଥିବା ବେଳେ 6ଟି ଜିଲ୍ଲାରେ ମତଦାନ ଶୂନ ରହିଛି । ଭୋଟିଂକୁ ବୟକଟ କରି ଜଣେ ହେଲେବି ମତଦାନ କରିନାହାନ୍ତି । ଇଷ୍ଟର୍ଣ୍ଣ ନାଗାଲାଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଭୋଟ ବର୍ଜନ କରାଯାଇଛି । ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନର ଡାକରା କ୍ରମେ 6ଜିଲ୍ଲାବାସୀ ଭୋଟ ଦେଇନାହାନ୍ତି । 6ଟି ପଛୁଆ ଜିଲ୍ଲାକୁ ମିଶାଇ ଏକ ନୂଆ ରାଜ୍ୟ ଗଠନ କରିବା ପାଇଁ 2010ରୁ ଦାବି କରାଯାଉଥିବା ବେଳେ ଚଳିତ ଥର ଭୋଟ ବର୍ଜନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଲଢେଇ, 21 ରାଜ୍ୟର 102 ଆସନରେ ଭୋଟିଂ - Phase 1 Voting
ଏକ ବୟାନରେ ବରିଷ୍ଠ ନିର୍ବାଚନ ଅଧିକାରୀ କହିଛନ୍ତି, "ଚଳିତ ନିର୍ବାଚନରେ ଇଷ୍ଟର୍ଣ୍ଣ ନାଗାଲାଣ୍ଡ ଅଧିବାସୀଙ୍କୁ ଭୋଟ ନଦେବା ପାଇଁ ସଂଗଠନ ପକ୍ଷରୁ କୁହାଯାଇଛି । ନିରପେକ୍ଷ ଭୋଟିଂ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ପାଇଁ ଚେଷ୍ଟା କରାଯାଇଛି । ଏଥିପାଇଁ ENPO( ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ) କୁ ନିର୍ଦ୍ଦେଶ ଦିଆଯାଇଛି । ଇଣ୍ଡିଆନ ପେନାଲ କୋର୍ଡ(IPC) ଧାରା 171C ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ।"
ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ; ଅପରାହ୍ନ 3ଟା ସୁଦ୍ଧା କେଉଁଠି କେତେ ମତଦାନ ? - Lok Sabha Elections 2024
ଅପରପକ୍ଷେ ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପକ୍ଷରୁ କୁହାଯାଇଛି, ଇଷ୍ଟର୍ଣ୍ଣ ନାଗାଲାଣ୍ଡରେ ଯେଉଁଭଳି ଭାବେ କୌଣସି ବିଶୃଙ୍ଖଳା ନହେବ ସେଥିପାଇଁ ବିଜ୍ଞପ୍ତି ପ୍ରକାଶ କରି ସମସ୍ତଙ୍କୁ ଅବଗତ କରାଯାଇଛି । ଇଷ୍ଟର୍ଣ୍ଣ ନାଗାଲାଣ୍ଡ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ରହିଛି । ଅନେକ ଆଲୋଚନା ପରେ ଏହି ଘୋଷଣା କରାଯାଇଛି । ଆମେ କାହାରିକୁ ବାଧ୍ୟ କରିନାହୁଁ ବରଂ ଲୋକେ ଏହାକୁ ସ୍ବଇଚ୍ଛାରେ ଗ୍ରହଣ କରିଛନ୍ତି । 171C ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରଯୁଜ୍ୟ ନୁହେଁ । ନିର୍ବାଚନ ଆୟୋଗ ସହ ସହଯୋଗ କରିବାକୁ ପ୍ରସ୍ତୁତ ରହିଛୁ । ଆମ ବିରୋଧରେ ଭୁଲ ବାଖ୍ୟା କରାଯାଇଛି ।
ମାର୍ଚ୍ଚ 30 ତାରିଖରେ ENPO 20 ଜଣ ବିଧାୟକ ଏବଂ ଅନ୍ୟାନ୍ୟ ସଂଗଠନ ସହିତ ଏକ ବୈଠକ କରିଥିଲା । ଏଥିରେ ଲୋକସଭା ନିର୍ବାଚନରୁ ନିବୃତ୍ତ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଇଷ୍ଟର୍ଣ୍ଣ ନାଗାଲାଣ୍ଡ ଏମଏଲଏ ଆସୋସିଏସନ 20 ଜଣ ବିଧାୟକଙ୍କୁ ନେଇ ଗଠିତ । ଏହାପର ଦିନ ଏନ୍ପିଓ ନିର୍ବାଚନରେ ଭୋଟ୍ ନଦେବା ନିଷ୍ପତ୍ତି ସମ୍ପର୍କରେ ଭାରତର ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଥିଲା । ଗତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍ପିଓ ମଧ୍ୟ ବୟକଟ୍ ନିଷ୍ପତ୍ତି ନେଇଥିଲା । କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ନାଗାଲାଣ୍ଡରେ ଗୋଟିଏ ଲୋକସଭା ଆସନ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ