ETV Bharat / bharat

ମୁମ୍ବାଇରେ ହୋର୍ଡିଂ ଭୁଶୁଡିବା ଘଟଣା: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୭୪ ଆହତ - Mumbai hoarding collapse

Mumbai hoarding collapse: ମାୟାନଗରୀରେ ବଡ ଅଘଟଣ । ପ୍ରବଳ ଧୂଳିଝଡରେ ଲୁହା ହୋର୍ଡିଂ ଭୁଶୁଡି ପେଟ୍ରୋଲ ପମ୍ପ ଉପରେ ପଡିବାରୁ ଚାଲିଗଲା ୧୪ ଜୀବନ । ୭୦ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ମୁମ୍ବାଇରେ ହୋର୍ଡିଂ ଭୁଶୁଡିବା ଘଟଣା: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୭୪ ଆହତ
ମୁମ୍ବାଇରେ ହୋର୍ଡିଂ ଭୁଶୁଡିବା ଘଟଣା: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୭୪ ଆହତ (ETV Bharat Odisha)
author img

By ETV Bharat Odisha Team

Published : May 14, 2024, 7:39 AM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଭୟଙ୍କର ଧୂଳିଝଡରେ ହୋର୍ଡିଂ ଭୁଶୁଡିବା ଘଟଣା । ୧୪କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ପ୍ରବଳ ବର୍ଷା ଓ ଧୂଳିଝଡରେ ବିଶାଳ ହୋର୍ଡିଂଟି ଭାଙ୍ଗିଯାଇ ରାସ୍ତା ଆରପଟରେ ଏକ ପେଟ୍ରୋଲ ପମ୍ପ ଉପରେ ପଡିଯାଇଥିଲା । ଏହାତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ବେଳେ ପ୍ରଥମେ ୩ ଜଣଙ୍କ ମୃତ୍ୟୁ ଘଟିବାର ସୂଚନା ଆସିଥିଲା । ହେଲେ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢି ଆଜି (ମଙ୍ଗଳବାର) ୧୪ରେ ପହଞ୍ଚିଛି । ଏଥିରେ ୭୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଏନେଇ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ମୁମ୍ବାଇରେ ଭୟଙ୍କର ଧୂଳିଝଡ ସାଙ୍ଗକୁ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ସହରର ଘାଟକୋପର ଅଞ୍ଚଳରେ ରାସ୍ତାକଡରେ ଥିବା ଲୁହାର ଏକ ବିଶାଳ ହୋର୍ଡିଂ ଭୁଶୁଡି ଯାଇ ପେଟ୍ରୋଲ ପମ୍ପ ଉପରେ ପଡିଥିଲା । ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ଏହି ଅଘଟଣ ଘଟିଥିଲା । ହୋର୍ଡିଂ ତଳେ ଶତାଧିକ ଲୋକ ଦବି ଯାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କାଲି ରାତି ସାରା ଏହି ରେସ୍କ୍ୟୁ ଅପରେସନ ଜାରି ରଖିଥିଲା ଏନଡିଆରଏଫ ଟିମ୍ । ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହୋର୍ଡିଂ ତଳୁ ଆହତ ଅବସ୍ଥାରେ ୭୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ପ୍ରାୟ ୬୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ କରି ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଏବଂ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ଘୋଷଣା କରିଛନ୍ତି । ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗ ପ୍ରତି ସମବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଇନଷ୍ଟାଣ୍ଟ ନୁଡୁଲ୍ସ ଖାଇ ୬ ବର୍ଷୀୟ ଶିଶୁ ମୃତ, ୫ ଅସୁସ୍ଥ ! - Child Dies After Eating Noodles

ଅନ୍ୟପଟେ ବିଏମସି କହିଛି ଯେ, ଉକ୍ତ ଭୁଶୁଡି ପଡିଥିବା ହୋର୍ଡିଂ ବା ବିଲ୍ ବୋର୍ଡ ବେଆଇନ ଭାବରେ ଲଗାଯାଇଥିଲା । ଏଥିପାଇଁ କର୍ପୋରେସନ ପକ୍ଷରୁ କୌଣସି ଅନୁମତି ନିଆଯାଇନଥିଲା । ଏହି ଘଟଣାରେ ମୁମ୍ବାଇ ପୋଲିସ ଆଇପିସିର ଧାରା ୩୦୪, ୩୩୮, ୩୩୭ ଅଧିନରେ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.