ETV Bharat / bharat

ପୂର୍ବତନ ଏଆଇଏଡିଏମକେ ମନ୍ତ୍ରୀଙ୍କ ଘରେ ଇଡି ଚଢାଉ - AIADMK Leader Vijayabaskar - AIADMK LEADER VIJAYABASKAR

Money Laundering Probe: ତାମିଲନାଡୁର ପୂର୍ବତନ ଏଆଇଏଡିଏମକେ ମନ୍ତ୍ରୀ ସି ବିଜୟଭାସ୍କରଙ୍କ ଘରେ ଇଡି ଚଢାଉ । ମନି ଲଣ୍ଡରିଂ ମାମଲାରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ

AIADMK Leader Vijayabaskar i
AIADMK Leader Vijayabaskar i
author img

By ETV Bharat Odisha Team

Published : Mar 21, 2024, 1:43 PM IST

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଇଡି ସ୍କାନରରେ ପୂର୍ବତନ ଏଆଇଏଡିଏମକେ ମନ୍ତ୍ରୀ ସି ବିଜୟଭାସ୍କର । ଆଜି ସକାଳେ ତାଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ତାମିଲନାଡୁର ପୁଡୁକ୍କୋଟାଇରେ ଥିବା ତାଙ୍କ ବାସଭବନ ବ୍ୟତୀତ, ଚେନ୍ନାଇ ସ୍ଥିତ ରିଏଲ୍ ଇଷ୍ଟେଟ ଗ୍ରୁପର କିଛି ସ୍ଥାନରେ ଚଢାଉ କରିଛି ଇଡି । 2022ରେ ସି ବିଜୟଭାସ୍କରଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ସେ ଆୟ ଠାରୁ ଅଧିକ ସମ୍ପତ୍ତି ରଖିଥିଲେ । ଏନେଇ ତାଙ୍କ ବିରୋଧରେ ଏକ ମାମଲା ଦାୟର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀଙ୍କ ସମ୍ପର୍କୀୟ ଘରେ ED ରେଡ୍‌

ମିଳିଥିବା ସୂଚନା ଅନୁୟାୟୀ, ଦୁଇଟି ମାମଲାର କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ପ୍ରାୟ 25ଟି ସ୍ଥାନରେ ରେଡ କରାଯାଇଛି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟଭାସ୍କର ତାମିଲନାଡୁର ପୁଡୁକ୍କୋଟାଇର AIADMKର ଜଣେ ଶକ୍ତିଶାଳୀ ନେତା । ଆୟ ଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ 2022ରେ ସି ବିଜୟଭାସ୍କରଙ୍କ ଘରେ ଭିଡିଲାନ୍ସ ରେଡ କରିଥିଲା । ଆଜିର ଚଢାଉ ଏହି ମାମଲା ଉପରେ ଆଧାରିତ ବୋଲି କେନ୍ଦ୍ରୀୟ ଏଜେନ୍ସି କହିଛି । ପୂର୍ବରୁ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ବିଭାଗ (ଡିଭିଏସି) ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଭାସ୍କର ଏବଂ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପି ଅନବାଲାଗନଙ୍କ ବିରୋଧରେ ଦୁଇଟି ପୃଥକ ମାମଲା ଦାୟର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଜେଡି ବିଧାୟକଙ୍କ ଘରୁ ଦାମି କାର ସିଜ୍, ED ସ୍କାନରରେ ପ୍ରଫୁଲ୍ଲ ସାମଲଙ୍କ ଆର୍ଥିକ ଲିଙ୍କ

ଭାସ୍କର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହେବାର ଦେଢ ବର୍ଷ ପରେ ପୁଡୁକ୍କୋଟାଇରେ ଥିବା ଏକ ଡିଭିସି ୟୁନିଟ୍ ଦ୍ୱାରା 210 ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ଡିଭିଏସି ଅଭିଯୋଗ କରିଥିଲା ଯେ, ପୂର୍ବତନ ମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଏପ୍ରିଲ 1, 2016 ରୁ ମାର୍ଚ୍ଚ 31, 2021 ମଧ୍ୟରେ ତାଙ୍କ ଆୟ ଠାରୁ ଅଧିକ 35.79 କୋଟି ଟଙ୍କା ରଖିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ବିଜୟ ଭାସ୍କର ଏହି ଟଙ୍କା ରଖିଥିଲେ । ପୂର୍ବତନ ମନ୍ତ୍ରୀ ସି ବିଜୟଭାସ୍କରଙ୍କ ବିରୋଧରେ “ଗୁଟଖା ସ୍କାମ”ରେ ସିବିଆଇ ଦ୍ୱାରା ଏକ ମାମଲା ରୁଜୁ ହୋଇଥିଲା । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ, ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ଜିସ୍କୋୟାର ଏବଂ ଚେନ୍ନାଇ ସହର ଓ ଏହାର ଆଖପାଖରେ ଥିବା ସଂସ୍ଥା ଗୁଡ଼ିକରେ ଆଜି ତଲାସି କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.