ETV Bharat / bharat

ମଧ୍ୟ-ପୂର୍ବରେ ଘନଉଛି ବିବାଦ, ନିଜ ସ୍ତରରେ ବିପଦ ଆକଳନ କରିବାକୁ ବିମାନ କମ୍ପାନୀକୁ ମନ୍ତ୍ରାଳୟ କଲା ସତର୍କ - Middle East Crisis

Middle East Crisis: ଇସ୍ରାଏଲ ଓ ଇରାନ ତିକ୍ତତା ମଧ୍ୟରେ ପ୍ରଭାବିତ ଅନ୍ତର୍ଜାତୀୟ ବିମାନ ସେବା । ନିଜ ସ୍ତରରେ ବିପଦ ଆକଳନ କରିବାକୁ ବିମାନ କମ୍ପାନୀକୁ ସତର୍କ କଲା ଭାରତୀୟ ବେସାମିରକ ବିମାନ ଚାଳଚଳ ମନ୍ତ୍ରାଳୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 16, 2024, 10:11 PM IST

Middle East Crisis
Middle East Crisis

ନୂଆଦିଲ୍ଲୀ: ମଧ୍ୟ ପୂର୍ବ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି । ଏହି ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ନିଜ ସ୍ତରରେ ବିପଦର ମୂଲ୍ୟାଙ୍କନ ବା ଆକଳନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲୁଥିବାରୁ ଏୟାର ଇଣ୍ଡିଆ, ଭିସ୍ତାରା ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀଗୁଡ଼ିକ ପଶ୍ଚିମ ଦିଗକୁ ବିକଳ୍ପ ମାର୍ଗ ଭାବେ ବାଛିଛନ୍ତି । ଡିଜିସିଏ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଜଡିତ ଇରାନର ଆକାଶ ମାର୍ଗର ସୀମାରେ ଉଡ଼ାଣକୁ ଏଡ଼ାଇଛନ୍ତି ।

ଡିଜିସିଏ ସଚିବ ବୁମଲୁନମାଙ୍ଗ ବୁୱାଲନାମ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, " ଡିଜିସିଏ ବିମାନ କମ୍ପାନୀଗୁଡ଼ିକର ଯୋଗାଯୋଗରେ ରହିଛି । ଅନ୍ତର୍ଜାତୀୟ ଉଡାଣ ସମୟରେ ବିପଦକୁ ନିଜ ସ୍ତରରେ ଆକଳନ କରିବାକୁ ପରାମର୍ଶ ଦିଆଯାଇଛି । ଏୟାର ଇଣ୍ଡିଆକୁ ଅନ୍ତର୍ଜାତୀୟ ଉଡାଣ ଭରିବା ଲାଗି ଅନେକ ବିକଳ୍ପ ଉଡାଣ ମାର୍ଗ ପ୍ରଦାନ କରାଯାଇଛି । ଭିସ୍ତାରା ମଧ୍ୟ ଏହି ବିବାଦ ଯୋଗୁଁ କିଛି ଆକାଶ ମାର୍ଗରେ ପରିବର୍ତ୍ତନ କରିଛି । ଏପରିକି ଏୟାର ଇଣ୍ଡିଆ ଟେଲ ଆଭିଭକୁ ଉଡ଼ାଣ ବାତିଲ କରିଛି । ବିକଳ୍ପ ରାସ୍ତା ବାଛିଥିବାରୁ କିଛି ଏୟାର ଲାଇନ୍ସର ଉଡାଣ ସମୟ ପ୍ରାୟ ଅଧ ଘଣ୍ଟା ବୃଦ୍ଧି ପାଇଛି ।"

ଏହା ବି ପଢନ୍ତୁ- ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ

ମଧ୍ୟ-ପୂର୍ବ ସଙ୍କଟ ଉପରେ ICRAର କର୍ପୋରେଟ ରେଟିଂ ଉପାଧ୍ୟକ୍ଷ ତଥା ସେକ୍ଟର ହେଡ ସୁପ୍ରିୟୋ ବାନାର୍ଜୀ କହିଛନ୍ତି, "ବିଜନେସ ଏୟାରଲାଇନ୍ସଗୁଡ଼ିକ ନୋ-ଫ୍ଲାଏ ନିୟମ ପାଳନ କରିବା ଲାଗି ଲମ୍ବା ରାସ୍ତା ବାଛିବାକୁ ବାଧ୍ୟ ହେଉଛନ୍ତି । ଯେଉଁଥିରେ ଇନ୍ଧନ ଖର୍ଚ୍ଚ ବୃଦ୍ଧି ପାଉଛି । ଯଦି ଏହିପରି ଭାବରେ ଯୁଦ୍ଧ ସମ୍ଭାବନା ଲାଗି ରହେ, ତେବେ ଆଗାମୀ ଛୁଟି ଦିନରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ପ୍ରଭାବିତ ହେବ ।"

ଏହା ବି ପଢନ୍ତୁ- ଇରାନ-ଇସ୍ରାଏଲ ମଧ୍ୟରେ ବଢୁଛି ତିକ୍ତତା, ବଦଳିଲା ବାଇଡେନଙ୍କ ସ୍ବର

ସୂଚନା ଥାଉ କି ଏପ୍ରିଲ ପହିଲାରେ ସିରିୟା ରାଜଧାନୀ ଡୋମାସକ୍ସରେ ଥିବା ଇରାନୀୟ ଦୂତାବାସ ଉପରେ ଇସ୍ରାଏଲ ଫୋର୍ସ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ 12ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଇରାନ ସେନା କିଛି ଯବାନ ଓ ଅନ୍ୟ ଇରାନୀୟ କୂଟନୈତିକ ରହିଥିଲେ । ଏହାକୁ ଇରାନ ଗମ୍ଭୀରତାର ସହ ନେଇ ଇସ୍ରାଏଲକୁ ଦଣ୍ଡ ମିଳିବ ବୋଲି କହିଥିଲା । ଏପ୍ରିଲ 13 ତାରିଖରେ ଆରବ ସାଗରରେ ଏକ ଇସ୍ରାଏଲୀ ଜାହାଜକୁ ଇରାନ ସେନା ଜବତ କରିଥିଲା । ଏହାପରେ ଇରାନ ଉତ୍ତର-ଇସ୍ରାଏଲ ଅଞ୍ଚଳରେ ଶତାଧିକ ରକେଟ ଓ ଡ୍ରୋନ ମାଡ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.