ETV Bharat / bharat

ଶହୀଦଙ୍କୁ ମିଳିଥିଲା କିର୍ତ୍ତୀ ଚକ୍ର ସମ୍ମାନ, ମେଡାଲ ନେଇ ବାପଘରକୁ ପଳାଇଲେ ପତ୍ନୀ - Captain Anshuman Singh

author img

By ETV Bharat Odisha Team

Published : Jul 12, 2024, 4:32 PM IST

Martyr Captain Anshuman Singh: ଶହୀଦ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କ କିର୍ତ୍ତୀ ଚକ୍ର ସହ ତାଙ୍କର ସମସ୍ତ ସ୍ମୃତି ନେଇ ତାଙ୍କ ପତ୍ନୀ ନିଜ ବାପଘରକୁ ଚାଲିଯାଇଥିବା ଅବିଯୋଗ । ଅଧିକ ପଢ଼ନ୍ତୁ

Shahid Captain Anshuman Singh
Shahid Captain Anshuman Singh (ETV Bharat Odisha)

ହାଇଦ୍ରାବାଦ: ସିଆଚିନରେ ଶହୀଦ ହୋଇଥିବା କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ଗତ କିଛି ଦିନ ତଳେ ଭାରତ ସରକାର କିର୍ତ୍ତୀ ଚକ୍ର (ମରଣୋତ୍ତର) ସମ୍ମାନରେ ସମ୍ମାନିତ କରିଥିଲେ । ଅଂଶୁମାନଙ୍କ ପତ୍ନୀ ସ୍ମୃତି ଓ ମାଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କିନ୍ତୁ ସ୍ମୃତି ଅଂଶୁମାନଙ୍କ ସବୁ ସ୍ମୃତି ସହ ସରକାରଙ୍କ ତରଫରୁ ଦିଆଯାଇଥିବା କିର୍ତ୍ତୀ ଚକ୍ର ସମ୍ମାନକୁ ମଧ୍ୟ ନେଇ ତାଙ୍କ ବାପଘରକୁ ଚାଲିଯାଇଥିବା ଅଂଶୁମାନଙ୍କ ବାପା ମାଆ ଅଭିଯୋଗ କରିଛନ୍ତି ।

ଅଂଶୁମାନଙ୍କ ବାପା ମାଆ କରିଥିବା ଅଭିଯୋଗ ଅନୁସାରେ, ବୋହୁ ସ୍ମୃତି ଅଂଶୁମାନଙ୍କ ଫଟୋ ଆଲବମ୍, ପୋଷାକ ଏବଂ ଅନ୍ୟାନ୍ୟ ସ୍ମୃତି ସହିତ ସରକାର ଦେଇଥିବା କିର୍ତ୍ତୀ ଚକ୍ର ମେଡାଲକୁ ନେଇ ଗୁରୁଦାସପୁର ସ୍ଥିତ ତାଙ୍କ ବାପଘରକୁ ଚାଲିଯାଇଛନ୍ତି । କେବଳ ଏତିକି ନୁହେଁ ଶହୀଦ ଅଂଶୁମାନଙ୍କ ସ୍ଥାୟୀ ଠିକଣା ଲକ୍ଷ୍ନୌକୁ ବଦଳାଇ ଗୁରୁଦାସପୁର କରିଦେଇଥିବା ଅଭିଯୋଗ ଆଣିଛନ୍ତି ଶହୀଦ ଅଂଶୁମାନଙ୍କ ବାପା ମାଆ ।

ଏନେଇ ଶହୀଦ ଅଂଶୁମାନ ସିଂଙ୍କ ବାପା ରାମ ପ୍ରତାପ ସିଂ କହିଛନ୍ତି, "ପୁଅର ଇଚ୍ଛା ଅନୁସାରେ ଆମେ ସ୍ମୃତିଙ୍କ ସହ ଧୁମଧାମରେ ଅଂଶୁମାନଙ୍କ ବିବାହ କରାଇଥିଲୁ । ବିବାହରେ କୌଣସି ତ୍ରୁଟି ମଧ୍ୟ ରଖିନଥିଲୁ । ଆମେ ସମସ୍ତେ ବହୁତ ଖୁସି ଥିଲୁ । ବିବାହ ପରେ ନୋଏଡାରେ ବିଡିଏସ ପଢ଼ୁଥିବା ମୋ ଝିଅ ସହ ଏକ ଫ୍ଲାଟରେ ରହିଥିଲେ ସ୍ମୃତି । ଯେତେବେଳେ 19 ଜୁଲାଇ 2023ରେ ପୁଅର ଶହୀଦ ହେବାର ଖବର ମିଳିଥିଲା ସେତେବେଳେ ବୋହୂ ଓ ମୋ ଝିଅ ନୋଏଡାରେ ଥିଲେ । ସେଠାରୁ ସେ ଲକ୍ଷ୍ନୌ ଆସିବା ପରେ ଗୋରଖପୁର ଯାଇ ପୁଅର ଅନ୍ତିମ ସଂସ୍କାର କରିଥିଲୁ । କିନ୍ତୁ ପୁଅ ମୃତ୍ୟୁର 13 ଦିନ ବୋହୁ ତାଙ୍କ ବାପଘରକୁ ଯିବା ପାଇଁ କହିଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଅଗ୍ନିବୀରଙ୍କ ଲାଗି ବଡ଼ ଘୋଷଣା; ମିଳିବ 10% ସଂରକ୍ଷଣ, ବୟସ ସୀମାରେ ବି କୋହଳ - Reservation For former Agniveer

ରାମ ପ୍ରତାପ ସିଂ ଏହା ମଧ୍ୟ କହିଛନ୍ତି, "ଆମେ ସ୍ମୃତିଙ୍କୁ ନିଜ ଝିଅ ଭଳି ସମ୍ମାନ କରୁଥିଲୁ । ଅଂଶୁମାନ ଚାଲିଯିବା ପରେ ନିଜ ଝିଅ ଭଳି ବୋହୂର ପୁଣିଥରେ ବିବାହ ପାଇଁ ମଧ୍ୟ ଚିନ୍ତା କରୁଥିଲୁ । ହେଲେ ସେ ଅଂଶୁମାନଙ୍କ ସମସ୍ତ ସ୍ମୃତିକୁ ସାଙ୍ଗରେ ନେଇ ନିଜ ବାପାଘରକୁ ଚାଲିଯାଇଛନ୍ତି ।" ସେପଟେ ଏନେଇ ଅଂଶୁମାନଙ୍କ ପତ୍ନୀ ସ୍ମୃତିଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.