ETV Bharat / bharat

ବିଜାପୁର ଏନକାଉଣ୍ଟରରେ 4 ନକ୍ସଲ ନିପାତ, ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ

Bijapur Naxal Encounter: ବିଜାପୁର ଜଙ୍ଗଲରେ ଏନକାଉଣ୍ଟରରେ 4 ନକ୍ସଲ ନିପାତ । ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ । ଅଧିକ ପଢନ୍ତୁ

ବିଜାପୁର ଏନକାଉଣ୍ଟରରେ 4 ନକ୍ସଲ ନିପାତ, ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ
ବିଜାପୁର ଏନକାଉଣ୍ଟରରେ 4 ନକ୍ସଲ ନିପାତ, ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ
author img

By ETV Bharat Odisha Team

Published : Feb 27, 2024, 10:09 PM IST

ବିଜାପୁର ଏନକାଉଣ୍ଟରରେ 4 ନକ୍ସଲ ନିପାତ, ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ

ବିଜାପୁର: ଛତିଶଗଡ ବିଜାପୁରରେ ନକ୍ସଲଙ୍କ ବିରୋଧରେ ସୁରକ୍ଷା ବାହିନୀ ଅପରେସନକୁ ଜୋରଦାର କରିଛି । ଗୁଇନ୍ଦା ଇନପୁଟ ଆଧାରରେ ସୁରକ୍ଷା ବାହିନୀ ଜଙ୍ଗଲା ପୋଲିସ ଷ୍ଟେସନ ଅଞ୍ଚଳର ବଡଟୁଙ୍ଗାଲି ଓ ଛୋଟଟୁଙ୍ଗାଲି ଜଙ୍ଗଲରେ କମ୍ବିଂ ଅପରେସନ୍ କରିଥିଲା । ଏଥିରେ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 4 ଜଣ ନକ୍ସଲ ନିପାତ ହୋଇଛନ୍ତି । ବହୁମାତ୍ରାରେ ମାଓସାମଗ୍ରୀ ଓ ବିସ୍ଫୋରକ ମଧ୍ୟ ଜବତ ହୋଇଛି । ଦୀର୍ଘ ଦିନ ହେବ ନକ୍ସଲମାନେ ସେହି ସ୍ଥାନରେ କ୍ୟାମ୍ପ କରି ରହିଥିବା ସନ୍ଦେହ କରାଯାଉଛି ।

ନକ୍ସଲ ନେତା ଜନନ୍ତା ନେତୃତ୍ବରେ ପ୍ରାୟ 20ରୁ ଅଧିକ ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ ଆଜି କେନ୍ଦ୍ରୀୟ ବଳ ଓ ସ୍ଥାନୀୟ ପୋଲିସ ପ୍ରଶାସନ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନରେ DRG, ବସ୍ତର ଫାଇଟର ଏବଂ CRPF ଯବାନ ଅଂଶଗ୍ରହଣ କରିଥିଲେ । ପୂର୍ବାହ୍ନରୁ ଗୁଳି ବିନିମୟ ଜାରି ରହିଥିଲା । ଏହି ଏନକାଉଣ୍ଟରରେ ଚାରିଜଣ ନକ୍ସଲଙ୍କୁ ସୁରକ୍ଷା ବାହିନୀ ନିପାତ କରିବାରେ ସଫଳ ହୋଇଛି । ଅନ୍ଯ କିଛି ନକ୍ସଲ ଆହତ ହୋଇ ଜଙ୍ଗଲ ମଧ୍ୟରୁ ଛତ୍ରଭଙ୍ଗ ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି । 4 ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି ।

ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଦେଶୀ ପିସ୍ତଲ, ଚାରିଟି କାର୍ଟ୍ରିଜ୍, ଗୋଟିଏ ବିଜିଏଲ୍ ଲଞ୍ଚର୍, ଗୋଟିଏ ଲୋଡ୍ ବନ୍ଧୁକ, ତିନୋଟି ଟିଫିନ୍ ବୋମା, କର୍ଡେକ୍ସ ତାର, ଜେଲାଟିନ୍ ଷ୍ଟିକ ଏବଂ ଗୋଟିଏ ୱାକି-ଟକି ମଧ୍ୟ ରହିଛି । ଏହା ବ୍ୟତୀତ ନକ୍ସଲମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଧ୍ୟ ରଖିଥିଲେ । ଧନୁ ଏବଂ ତୀର, କୁରାଢୀ, ଛୁରୀ ଏବଂ ଫାଷ୍ଟଏଡ ବାକ୍ସ ମଧ୍ୟ ରହିଛି । ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନରକୁ ଜୋରଦାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ 3 କଂଗ୍ରେସ ପ୍ରାର୍ଥୀ ବିଜୟୀ, ହିମାଚଳରେ ବାଜି ମାରିଲା ବିଜେପି

ସାରା ଦେଶରେ ନକ୍ସଲ ବିରୋଧୀ ବ୍ୟାପକ କରାଯାଉଥିବା ବେଳେ ଛତିଶଗଡରେ ଏବେ ମଧ୍ୟ ଲାଲବାହିନୀ ସକ୍ରିୟ ରହିଛି । ବିଭିନ୍ନ ସ୍ଥାନରେ ଇନପୁଟ ସୂଚନା ଆଧାରରେ କ୍ରମାଗତ କମ୍ବିଂ ଅପରେସନ ଓ ଏନକାଉଣ୍ଟର ମଧ୍ୟ କରାଯାଉଛି । ନିକଟରେ ଶେଷ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ରାଜ୍ୟରେ ଏକାଧିକ ସ୍ଥାନରେ ନକ୍ସଲ ହିଂସା ଦେଖିବାକୁ ମିଳିଥିଲା । 4 ଜଣ ସାଧାରଣ ଲୋକଙ୍କୁ ନକ୍ସଲ ହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.