ETV Bharat / bharat

ରାସ୍ତାକଡରେ ଟ୍ରକକୁ ଧକ୍କା ଦେଲା କାର୍, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ - Road Accident

Road Accident: ରାସ୍ତାକଡରେ ଛିଡା ହୋଇଥିବା ଟ୍ରକ । ଭାରସାମ୍ୟ ହରାଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

ରାସ୍ତାକଡରେ ଟ୍ରକକୁ ଧକ୍କା ଦେଲା କାର୍, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

author img

By ETV Bharat Odisha Team

Published : Apr 25, 2024, 12:49 PM IST

ହାଇଦ୍ରାବାଦ: ରାସ୍ତାକଡରେ ଛକି ବସିଥିଲା ଯମ । ଭାରସାମ୍ୟ ହରାଇ ଟ୍ରକ ସହ କାର୍ ଧକ୍କା ହେବାରୁ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ । ଆଜି (ଗୁରୁବାର) ଭୋର୍ ସମୟରେ ତେଲେଙ୍ଗାନାର ସୂର୍ଯ୍ୟାପେଟ ଅଞ୍ଚଳରେ ଏଭଳି ସଡ଼କ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । କାରରେ ୧୦ ଜଣ ଯାତ୍ରା କରୁଥିଲେ । ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି ।

ଯାହା ସୂଚନା ମିଳିଛି, ଆଜି ସକାଳ ପ୍ରାୟ ୪ଟା ୪୫ ମିନିଟ୍ ବେଳେ ଏହି ଦୁର୍ଘଟଣା ଘଟିଥିଲା । କାର୍‌ରେ ୧୦ ଜଣ ଯାତ୍ରା କରୁଥିଲେ । ସେମାନେ ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଆଡକୁ ଯାଉଥିଲେ । ସୂର୍ଯ୍ୟାପେଟ ସହର ଅନ୍ତର୍ଗତ ୬୫ ନଂ ଜାତୀୟ ରାଜପଥ ନିକଟରେ କାର୍ ଅନିୟନ୍ତ୍ରିତ ହୋଇ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ଜୀବନ ଚାଲି ଯାଇଥିଲା । ଏନେଇ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲା । ପୋଲିସ ଗାଡି ଭିତରୁ ଗୁରୁତରମାନଙ୍କୁ ଉଦ୍ଧାର ନିକଟସ୍ଥ କୋଡାଡା ସରକାରୀ ହସ୍ପିଟାଲ ପଠାଇଛି ।

ଏହା ମଧ୍ୟ ପଢନ୍ତୁ : ବାହାଘର ସାରି ଫେରୁଥିଲେ, ବରଯାତ୍ରୀ ଗାଡିକୁ ଟ୍ରକ ଧକ୍କା ଦେବାରୁ 9 ମୃତ - Road Accident

ଏହା ମଧ୍ୟ ପଢନ୍ତୁ : ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ; ଦୁଇ ଝିଅଙ୍କ ସାମ୍ନାରେ ଆଖି ବୁଜିଲେ ବାପାମାଆ - Road Accident In Boudh

ପୋଲିସର କହିବା ଅନୁସାରେ, ସକାଳ ସମୟ ହୋଇଥିବାରୁ ଉକ୍ତ କାର୍ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଗତି କରୁଥିଲା । ବାଟରେ ରାସ୍ତାକଡରେ ଟ୍ରକ ପାର୍କିଂ ହୋଇଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ପଛ ପଟୁ ପିଟି ହୋଇଥିଲା । ଏଥିରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଗୋଟିଏ ଛୋଟ ଶିଶୁ ରହିଛି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ହୋଇଥିବା କୁହାଯାଉଥିବା ବେଳେ କାହାର ବି ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାର ଅଧିକ ଛାନଭିନ୍ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.