ETV Bharat / bharat

ଉଗ୍ରରୂପ ନେଉଛି ହାଲଦୱାନି ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି, ଶହେ ପୋଲିସଙ୍କ ସମେତ 300 ଆହତ

author img

By ETV Bharat Odisha Team

Published : Feb 9, 2024, 9:42 AM IST

Updated : Feb 9, 2024, 10:15 AM IST

Haldwani Banbhoolpura Violence: ହାଲଦୱାନି ହିଂସାକାଣ୍ଡ ପରେ ଉତ୍ତରାଖଣ୍ଡରେ ହାଇଆଲର୍ଟ ଜାରି । ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି ହୋଇଥିବା ବେଳେ, 300ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଛନ୍ତି ୧୦୦ରୁ ଅଧିକ ପୋଲିସ । ଅଧିକ ପଢନ୍ତୁ

ହାଲଦୱାନି ହିଂସାକାଣ୍ଡ
Haldwani Banbhoolpura Violence

ଡେରାଡୁନ: ହାଲଦୱାନିରେ ଜବରଦଖଲ ଉଚ୍ଛେଦ ସମୟରେ ହିଂସାକାଣ୍ଡ । ଏହି ଘଟଣାରେ ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି ପାଇଛି । ହିଂସାକାଣ୍ଡରେ 100 ପୋଲିସଙ୍କ ସମେତ 300ରୁ ଅଧିକ ଆହତ ହୋଇଛନ୍ତି । ଅପ୍ରିତିକର ପରିସ୍ଥିତରୁ ଦୂରେଇ ରହିବାକୁ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବା ସହ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି । ଏହି ଘଟଣାକୁ ନେଇ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି ।

ସୂଚନା ଅନୁସାରେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଜିଲ୍ଲା ପ୍ରଶାସନ ଓ ହାଲଦୱାନି ମ୍ୟୁନିସିପାଲ ପ୍ରଶାସନର ମିଳିତ ଟିମ ବନବୁଲାପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ପହଞ୍ଚିଥିଲା । ସେଠାରେ ବୁଲଡୋଜର ମାଧ୍ୟମରେ ସରକାରୀ ଜମିରେ ଅବୈଧ ଭାବେ ନିର୍ମିତ ମଦ୍ରାସା ଓ ନମାଜ ସ୍ଥାନକୁ ଉଚ୍ଛେଦ କରିବା ଆରମ୍ଭ କରିଥିଲା ପ୍ରଶାସନ। ଏହାକୁ ସ୍ଥାନୀୟ ନିର୍ଦ୍ଦିଷ୍ଟ ଧର୍ମର ବହୁଲୋକେ ବିରୋଧ କରିଥିଲେ । କିଛି ଦୁର୍ବୃତ୍ତ ପୋଲିସ ଓ ପ୍ରଶାସନର ଟିମକୁ ଆକ୍ରମଣ କରିଥିଲେ । ପଥରମାଡରେ ବହୁ ସରକାରୀ କର୍ମଚାରୀଙ୍କ ସହ ସାଧାରଣ ଲୋକେ ଓ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ ।

ଘଟଣାସ୍ଥଳରେ ବ୍ୟାପକ ଜଳାପୋଡା ମଧ୍ୟ ହୋଇଥିଲା । ପୋଲିସ ଗାଡି ସହ ଏକାଧିକ ଗାଡିରେ ଉପଦ୍ରବକାରୀମାନେ ନିଆଁ ଲଗାଇ ଦେଇଥିଲେ । ପ୍ରାୟ 70ଟି ଗାଡି ଜଳିଯାଇଥିବା ସୂଚନା ରହିଛି । ଏହାପରେ ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା । ପୋଲିସ ଗୁଳିରେ 6 ଜଣଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି । ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରାଯିବା ସହ ଦଙ୍ଗାକାରୀଙ୍କୁ ଦେଖିବାମାତ୍ରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-ଉତ୍ତରାଖଣ୍ଡରେ ଅବୈଧ ଧାର୍ମିକସ୍ଥଳୀ ଉଚ୍ଛେଦ ବେଳେ ଦଙ୍ଗା: ପୋଲିସ ଗୁଳିରେ ଜଣେ ମୃତ, 3 ଆହତ

ଏହି ଘଟଣାକୁ ନେଇ ନୈନିତାଲ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ଆପଣ ମାନେ ଭିଡିଓରେ ଦେଖିଥିବେ ପୋଲିସ ଫୋର୍ସ ଏବଂ ପ୍ରଶାସନ କାହାକୁ ଉସକାଉନାହିଁ କିମ୍ବା କ୍ଷତି ପହଞ୍ଚାଉ ନାହାଁନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହଲଦ୍‌ୱାନି ବିଭିନ୍ନ ସ୍ଥାନରେ ଉଚ୍ଛେଦ ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ନୋଟିସ ଏବଂ ଶୁଣାଣି ପାଇଁ ସମୟ ଦିଆଯାଇଥିଲା । କେତେ ଜଣ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ, କିଛି ଲୋକଙ୍କୁ ସମୟ ଦିଆୟାଇଥିବା ବେଳେ କିଛି ଲୋକଙ୍କୁ ସମୟ ଦିଆୟାଇନଥିଲା । ଯେଉଁ ଲୋକଙ୍କୁ ସମୟ ଦିଆୟାଇନଥିଲା ତାଙ୍କ ସ୍ଥାନରେ PWD ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ବାରା ଉଚ୍ଛେଦ ଆରମ୍ଭ ହୋଇଥିଲା। ଦଙ୍ଗାକାରୀଙ୍କ ଦ୍ବାରା ପୋଲିସ ଷ୍ଟେସନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ସାମ୍ପ୍ରଦାୟିକ ନୁହେଁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏହାକୁ ସାମ୍ପ୍ରଦାୟିକ କିମ୍ବା ସମ୍ବେଦନଶୀଳ ନକରିବାକୁ।

Last Updated : Feb 9, 2024, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.