ETV Bharat / bharat

ବାଟରେ ଛକି ବସିଥିଲା ଯମ; ବସ୍‌-କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୭ ଜୀବନ - Road accident in UP

author img

By ETV Bharat Odisha Team

Published : Aug 4, 2024, 10:13 AM IST

Updated : Aug 4, 2024, 11:10 AM IST

Major Road Mishap, Bus-Car Collision: ବସ୍ ସହ ମୁହାଁମୁହିଁ ଧକ୍କା ହୋଇ ରାସ୍ତା ତଳକୁ ଖସିପଡିଲା କାର୍ । ୭ ଜୀବନ ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ । ଅଧିକ ପଢନ୍ତୁ

ବସ୍ ସହ କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୭ ଜୀବନ
ବସ୍ ସହ କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୭ ଜୀବନ (ETV Bharat Odisha)

ଲକ୍ଷ୍ନୌ: ଭୟଙ୍କର ଦୁର୍ଘଟଣା । ବସ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍ । ଆଖି ପିଛୁଳାକେ ଚାଲିଗଲା ୭ ଜୀବନ । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨୦ରୁ ୨୫ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତି ପ୍ରାୟ ୧୨:୩୦ ସମୟରେ ଏହି ଦୁର୍ଘଟଣା ହୋଇଛି ।

କାଳ ରାତିରେ ଛକି ବସିଥିଲା ଯମ:

ମିଳିଥିବା ସୂଚନା ଅନୁସାରେ, କାଲି ବିଳମ୍ବିତ ରାତିରେ କାର୍‌ଟି ଲକ୍ଷ୍ନୌ ଅଭିମୁଖେ ଯାଉଥିଲା । ଇଟାୱା ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ କାର୍ ଦ୍ରୁତଗତିରେ ଆଗକୁ ବଢୁଥିବା ବେଳେ ବିପରୀତ ଦିଗରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ ସ୍ଲିପର ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏତେ ଜୋରରେ ଦୁର୍ଘଟଣା ଘଟିଥିଲା ଯେ, କାର୍ ଏକ୍ସପ୍ରେସୱେ ତଳକୁ ଖସି ପଡି ଚୂରମାର୍ ହୋଇଯାଇଥିଲା । ଏଥିରେ ବସିଥିବା ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ସେପଟେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ମଧ୍ୟ ପ୍ରାଣ ହରାଇଥିଲେ । ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଜଟିଆ ବାବା ମଥାରେ ଢାଲି ପାରିଲେନି ପବିତ୍ର ଜଳ ; ଟ୍ରକ ଧକ୍କାରେ ଚାଲିଗଲା 2 କାଉଡିଆଙ୍କ ସମେତ 3 ଜଣଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ - Truck accident in Ganjam

ଦୁର୍ଘଟଣାରେ ଲିଭିଗଲା ୭ ଜୀବନ ଦୀପ:

ଘଟଣାରେ ପ୍ରାୟ ୨୦ରୁ ୨୫ ବସ୍ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ଇଟୱା ଏସଏସପି ସଞ୍ଜୟ କୁମାର କହିଛନ୍ତି, ''କେମିତି ଏବଂ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲିସ ମାମଲାର ଯାଞ୍ଚ କରୁଛି । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ବସ୍‌ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।'' ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ : କାର୍‌ରେ ଷ୍ଟଣ୍ଟ କରୁଥିଲେ ନାବାଳକ; ସ୍କୁଟି ସହ ଧକ୍କା ଦେବାରୁ ଚାଲିଗଲା ମାଆ ଜୀବନ, ଝିଅ ଗୁରୁତର - UP car accident

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2024, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.