ETV Bharat / bharat

ଗାଈ ବାନ୍ଧିବାକୁ ନେଇ ଜଘନ୍ୟ କାଣ୍ଡ, ଇଟାରେ ପିଟିପିଟି ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ - ଲକ୍ଷ୍ନୌ ଭାଇକୁ ହତ୍ୟା କଲା ଭାଇ

Man Killed Younger Brother: ପାରିବାରିକ କଳହକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ଅଭିଯୁକ୍ତ ବଡ଼ଭାଇକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ
ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ
author img

By ETV Bharat Odisha Team

Published : Mar 3, 2024, 12:17 PM IST

ଲକ୍ଷ୍ନୌ: ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତ ଛିଟା । ସାମାନ୍ୟ ଘରୋଇ କଳିକୁ ନେଇ ଭାଇ ସାଜିଲା ଭଗାରୀ । ନିର୍ମାଣାଧୀନ ଘରର ତଳ ମହଲାରେ ସାନ ଭାଇ ଗାଈ ବାନ୍ଧିଥିବାର ଦେଖି ରାଗିଗଲା ବଡ଼ ଭାଇ । ଇଟାରେ ପିଟି ପିଟି ସାନକୁ କଲା ହତ୍ୟା । ଏହି ଘଟଣାରେ ଅଭିଯୁକ୍ତ ବଡ ଭାଇକୁ ଗିରଫ କରିଛି ପୋଲିସ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶରେ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ନିଶାତଗଞ୍ଚ ଅଞ୍ଚଳର ଦୁଇ ଭାଇ ରାଜ କିଶୋର (ବଡ଼ ଭାଇ) ଓ ବାବୁ ଯାଦବ ( ସାନଭାଇ) । ପାରସ୍ପରିକ ସମ୍ମତି ଅନୁଯାୟୀ, ଉଭୟ ଏକ ଘର ନିର୍ମାଣ କରୁଥିଲେ । ଘର ତିଆରି ଶେଷ ହେବା ପୂର୍ବରୁ ହିଁ ନିର୍ମାଣାଧୀନ ଘରକୁ ଦୁଇଭାଇଙ୍କ ମଧ୍ୟରେ ବଣ୍ଟା ଯାଇଥିଲା । ଘରର ତଳ ମହଲା ସାନ ଭାଇ ଭାଗରେ ପଡ଼ିଥିବା ବେଳେ ଉପର ମହଲା ବଡ଼ ଭାଇ ରାଜ କିଶୋରଙ୍କ ଭାଗରେ ରହିଥିଲା । କିନ୍ତୁ ଗତକାଲି (ଶନିବାର) ଦିନ ରାଜ କିଶୋର ନିଜ ପତ୍ନୀ ସୁଷମା ଓ ଝିଅ କାଜଲ ସହ ନିର୍ମାଣାଧୀନ ଘର ପାଖକୁ ଆସିଥିଲେ । ଏହି ସମୟରେ ସାନ ଭାଇ ବାବୁ ଘରର ତଳ ମହଲାରେ ଏକ ଗାଈକୁ ବାନ୍ଧିଥିଲା ।

ତେବେ ତଳ ମହଲାରେ ଗାଈ ବାନ୍ଧିବାକୁ ସାନ ଭାଇକୁ ମନା କରିଥିଲା ବଡ ଭାଇ । ଯାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଲାଗିଥିଲା । ରାଜ କିଶୋର ଝଗଡ଼ାରେ ଉତକ୍ଷୀପ୍ତ ହୋଇ ସାନ ଭାଇ ବାବବୁଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ସେପଟେ ଉତ୍ତେଜନା ଶୁଣି ବାବୁଙ୍କ ପତ୍ନୀ କୁଷୁମ ଓ ଝିଅ ମୁସ୍କାନ ଝଗଡ଼ା ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଶାନ୍ତ ହେବା ପରିସ୍ଥିତିରେ ନଥିଲେ ବଡ଼ଭାଇ । ରାଗରେ ଏକ ଇଟା ସାହାଯ୍ୟରେ ବାବୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ବାବୁ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ କେଜିଏମୟୁ ଟ୍ରମା ସେଣ୍ଟରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ଏଭଳି କାଣ୍ଡ ଘଟାଇ ଅଭିଯୁକ୍ତ ରାଜ କିଶୋର ପରିବାର ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଭାଇ ସାଜିଲା ଭଗାରୀ, ଜମି ପାଇଁ ନେଲା ସାଇ ଭାଇର ଜୀବନ

ସେପଟେ ମୃତ ବାବୁଙ୍କ ଝିଅ ଓ ପତ୍ନୀ ଏନେଇ ସେଣ୍ଟ୍ରାଲ ଜୋନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ବଡ଼ ଭାଇ ରାଜ କିଶୋରକୁ ଗିରଫ କରିଛି । ଏନେଇ ଅଭିଯୁକ୍ତକୁ ପଚରାଉଚରା କରାଯାଉଥିବା ସୂଚନା ଦେଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.