ETV Bharat / bharat

TMC ନେତାଙ୍କୁ ଡାକୁଛି BJP; ଦଳରେ ମିଶ, ନହେଲେ EDକୁ ସାମ୍ନା କର !

author img

By ETV Bharat Odisha Team

Published : Mar 4, 2024, 7:51 PM IST

Mamata claims BJP calling TMC leaders and asking them to join BJP: ଟିଏମସି ନେତାଙ୍କୁ ଡାକୁଛି ବିଜେପି । ଦଳରେ ନମିଶିଲେ EDକୁ ସାମ୍ନା କରିବାକୁ ମିଳୁଛି ଧମକ । ଅଭିଯୋଗ ଆଣିଲେ ଦିଦି । ଅଧିକ ପଢନ୍ତୁ

TMC ନେତାଙ୍କୁ ଡାକୁଛି ବିଜେପି, ଦଳରେ ମିଶ, ନହେଲେ EDକୁ ସାମ୍ନା କର !
ଟିଏମସି ନେତାଙ୍କୁ ଡାକୁଛି ବିଜେପି, ଦଳରେ ମିଶ, ନହେଲେ EDକୁ ସାମ୍ନା କର !ଟିଏମସି ନେତାଙ୍କୁ ଡାକୁଛି ବିଜେପି, ଦଳରେ ମିଶ, ନହେଲେ EDକୁ ସାମ୍ନା କର !

କୋଲକାତା: ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ବିଜେପି ଟିଏମସି ନେତାଙ୍କୁ ଦଳରେ ସାମିଲ ହେବାକୁ ଡାକୁଛି । ଏପରିକି ବିଜେପିରେ ସାମିଲ ନହେଲେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ କହି ଭୟଭୀତ କରାଯାଉଥିବା ମମତା କହିଛନ୍ତି ।

ମମତା କହିଛନ୍ତି, ‘‘ସେମାନେ (ବିଜେପି) କେତେବେଳେ ‘ଇଡି’ ପଠାଉଛନ୍ତି, ତ କିଛି ସ୍ଥାନରେ ‘ସିବିଆଇ’ ପଠାଉଛନ୍ତି । ଯଦି ତୁମେ (ଟିଏମସି ନେତା) ବିଜେପିରେ ଯୋଗ ନ ଦିଅ, ତେବେ ତୁମ ଘରକୁ ଇଡି ଟିମ ପଠାଯିବ । ବିଜେପି ନିର୍ବାଚନ ପୂର୍ବରୁ ଭୟଭୀତ ହୋଇପଡିଛି । କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଭୟ ଦେଖାଉଛି ଶାସକ ଦଳ । ଯଦି ବିଜେପି ନିର୍ବାଚନ ଜିତିପାରିବ, ତେବେ ଏସବୁ କରିବାର ଆବଶ୍ୟକତା କ’ଣ ? ଆସନ୍ତୁ ସିଧା ଲଢିବା । ଲୋକମାନେ ଯାହା ନିଷ୍ପତ୍ତି ନେବେ, ତାହା ଗଣତନ୍ତ୍ରର ନିଷ୍ପତ୍ତି ହେବ । କାହିଁକି ଏତେ ଭୟ ଅଛି? ଆପଣ ED ପଠାଉଛନ୍ତି । ଆସନ୍ତାକାଲି ଯେତେବେଳେ କ୍ଷମତାରେ ରହିବନାହିଁ, ସେତେବେଳେ ବିଜେପିକୁ କିଏ ସୁରକ୍ଷା ଦେବ ।’’

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ନଲଢିବାକୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତଙ୍କ ଘୋଷଣା, ଭାଇରାଲ ହୋଇଛି ସାଂସଦଙ୍କ ଆପତ୍ତିଜନକ ଭିଡିଓ

ତେବେ ଏହି ଅଭିଯୋଗ ବିରୋଧୀଙ୍କ କ୍ଷେତ୍ରରେ କିଛି ନୂଆ ନୁହେଁ । ବିଜେପି ଶାସନକୁ ଆସିବା ପରେ ‘ସିବିଆଇ’ ଓ ‘ଇଡି’ ପରି କେନ୍ଦ୍ରୀୟ ସଂସ୍ଥା ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି । ହେଲେ ଏହି କାର୍ଯ୍ୟାନୁଷ୍ଠାନ କେବଳ ବିରୋଧୀ ଦଳର ନେତାଙ୍କ ବିରୋଧରେ କରାଯାଉଥିବା ଅଭିଯୋଗ ହୋଇଛି । ବିଜେପି ଏକାଧିକ ରାଜ୍ୟରେ ଅପରେସନ ଲୋଟସ କରି କ୍ଷମତା ପରିବର୍ତ୍ତନ କରିଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଛନ୍ତି । ନିକଟରେ ଅନ୍ୟତମ ବିରୋଧୀ ଦଳ ଆମ ଆଦମୀ ପାର୍ଟି ମଧ୍ୟ ସମାନ ଅଭିଯୋଗ କରିଥିଲା । ଆମ ଆଦମୀ ପାର୍ଟିର ବିଧାୟକଙ୍କୁ କିଣି ଦିଲ୍ଲୀରେ ସରକାର ଭାଙ୍ଗିବା ପାଇଁ ବିଜେପି ପକ୍ଷରୁ ପ୍ରୟାସ କରାଯାଉଥିବା ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଅଭିଯୋଗ କରିଥିଲେ । ଏପରିକି ସେ ଗୃହରେ ମଧ୍ୟ ଆସ୍ଥା ଭୋଟରେ ବହୁମତ ପ୍ରମାଣ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.