ETV Bharat / bharat

ଭୟଙ୍କର ଦୁର୍ଘଟଣା: ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ, ଚାଲିଗଲା ୧୦ ଜୀବନ - UP BUS ACCIDENT

author img

By ETV Bharat Odisha Team

Published : Aug 18, 2024, 3:02 PM IST

Major Road accident in UP: ପିକଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । ଚାଲିଗଲା ୧୦ ଜଣଙ୍କ ଜୀବନ ଓ ୨୫ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି । ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡି ଚଲାଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗ । ପଢନ୍ତୁ ପୁରା ଖବର

ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ, ଚାଲିଗଲା ୧୦ ଜୀବନ
ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ, ଚାଲିଗଲା ୧୦ ଜୀବନ (ETV Bharat Odisha)

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୀଷଣ ସଡ଼କ ଦୁର୍ଘଟଣା । ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ । ଅକାଳରେ ଚାଲିଗଲା ୧୦ ଯାତ୍ରୀଙ୍କ ଜୀବନ । ଆଜି (ରବିବାର) ପୂର୍ବାହ୍ନରେ ୟୁପି ବୁଲନ୍ଦସହରର ସଲେମପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହି ମୃତାହତମାନେ ପିକଅପ୍‌ରେ ଯାତ୍ରା କରୁଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ନିଟକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।

ଭ୍ୟାନରେ ଥିଲେ ପାଖାପାଖି 30 ଯାତ୍ରୀ:

ସୂଚନା ମୁତାବକ, ପିକଅପ୍ ଭ୍ୟାନରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ । ବନ୍ଦାୟୁ ରୋଡର ସଲେମପୁର ଗାଁ ନିକଟରେ ଗାଜିଆବାଦ ପଟୁ ବିପରୀତ ଦିଗରୁ ଆସୁଥିବା ପିକଅପ୍ ଭ୍ୟାନ ସହ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଦୁଇଟି ଯାକ ଗାଡି ପୁରା ଚୁରମାର୍ ହୋଇଯାଇଥିଲା । ଏଥିରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁଣି ଟ୍ରେନ ଦୁର୍ଘଟଣା: ଉତ୍ତର ପ୍ରଦେଶରେ ଟ୍ରାକରୁ ଖସିଲା ‘ସାବରମତି ଏକ୍ସପ୍ରେସ୍‌’, 22ଟି ବଗି ଲାଇନଚ୍ୟୁତ, ବଡ ଷଡଯନ୍ତ୍ର ସୂଚନା ଦେଲେ ରେଳମନ୍ତ୍ରୀ - Sabarmati Express derailed

ମଦ୍ୟପାନ କରି ବସ୍‌ ଚଳାଉଥିଲେ ଡ୍ରାଇଭର:

ପିକଅପ ଚାଳକ କହିଛନ୍ତି, ''ସେ ଗାଜିଆବାଦରୁ ଫେରୁଥିଲେ । ସେ ନିଜ ସାଇଡରେ ଯାଉଥିବା ବେଳେ ବସ୍ ଆସି ମୁହାଁମୁହିଁ ଧକ୍କା ଦେଇଥିଲା । ବସ୍ ଚାଳକ ମଦ୍ୟପାନ କରି ଗାଡି ଚଳାଉଥିଲେ । ଏଥିରେ ଆମର ଅନେକ ଲୋକଙ୍କ ମୃତ୍ୟୁ ହୋଇଯାଇଛି ।'' ସେହିପରି ସ୍ଥାନୀୟ ଲୋକ ମଧ୍ୟ ଦୁର୍ଘଟଣା ପାଇଁ ବସ୍ ଚାଳକକୁ ଦାୟୀ କରିଛନ୍ତି । ପିକଅପ ଚାଳକ ଇଣ୍ଡିକେଟର ଦେବା ସତ୍ତ୍ବେ ବସ୍ ଚାଳକ ଗାଡିକୁ ଭୁଲ ଦିଗକୁ ମୋଡି ଧକ୍କା ଦେଇଥିବା ସେମାନେ କହିଛନ୍ତି ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ଠାରୁ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି । ଏନେଇ ଅଧିକ ଛାନଭିନ୍ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଶ୍ରାବଣ ସୋମବାରରେ ବଡ ଅଘଟଣ; ଶିବ ମନ୍ଦିରରେ ଦଳାଚକଟାରେ 5 ମହିଳାଙ୍କ ସମେତ ୭ କାଉଡିଆ ମୃତ, ୯ ଆହତ - Bihar stampede

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.