ETV Bharat / bharat

ମହାରାଷ୍ଟ୍ରରେ ଛିଡିଲା ଆସନ ଭାଗବଣ୍ଟା; 21ରେ ଲଢିବେ ଉଦ୍ଧବ, କଂଗ୍ରେସକୁ 17 - Lok Sabha Election 2024 - LOK SABHA ELECTION 2024

MVA Seat Sharing Formula: ମହାବିକାଶ ଅଘାଡି(MVA)ର ବୈଠକ, ତର୍କ ବିତର୍କ ପରେ ଛିଣ୍ଡିଲା ସିଟ୍ ଭାଗବଣ୍ଟା । କାହାକୁ କେତେ ସିଟ ମିଳିଲା ଏବଂ କିଏ କେଉଁ ଆସନରୁ ଲଢିବେ ଜାଣନ୍ତୁ

MVA Seat Sharing Formula
MVA Seat Sharing Formula
author img

By ETV Bharat Odisha Team

Published : Apr 9, 2024, 2:30 PM IST

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଛିଣ୍ଡିଲା ସିଟ୍ ଭାଗବଣ୍ଟା ଅଙ୍କ । ମହାରାଷ୍ଟ୍ରରେ ବିରୋଧୀ ଦଳ ମହାବିକାଶ ଅଘାଡି(MVA)ରେ ସାମିଲ କଂଗ୍ରେସ, ଶିବସେନା ଏବଂ ଏନସିପି ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି । ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି) ମୋଟ 48ଟି ସିଟ୍ ମଧ୍ୟରୁ 21ଟି ସିଟ୍‌ରେ ନିର୍ବାଚନ ଲଢିବ । ସେହିପରି କଂଗ୍ରେସ 17 ଏବଂ ଶରଦ ପାଓ୍ବାରଙ୍କ ପାର୍ଟି ଏନସିପି 10 ସିଟ୍‌ରେ ନିର୍ବାଚନ ଲଢିବ । ସାଙ୍ଗଲୀ, ଭିଓ୍ବାଣ୍ଡି ଏବଂ ମୁମ୍ବାଇର ନର୍ଥ ସିଟରେ 3 ଦଳ ମଧ୍ୟରେ ବିବାଦ ଦେଖାଦେଇଥିଲା ।

ତେବେ ବର୍ତ୍ତମାନ ଚିତ୍ର ସ୍ପଷ୍ଟ ହୋଇ ଅଙ୍କ ଛିଣ୍ଡିଛି । ଭିୱାଣ୍ଡି ଆସନରେ ଏନସିପି ପ୍ରତିଦ୍ବନ୍ଦିତା କରିବ । ମେଣ୍ଟର ଚୁକ୍ତି ଅନୁସାରେ, ସାଙ୍ଗଲୀ ସିଟ୍‌ରେ ଶିବସେନା ଏବଂ ମୁମ୍ବାଇର ନର୍ଥ ସିଟ୍ କଂଗ୍ରେସ ଖାତାକୁ ଯାଇଛି । ସିଟ୍ ସେୟାରିଂ ପାଇଁ ଏମଭିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ପିସିସି ସଭାପତି ନାନା ପଟୋଲେ ଏବଂ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ ।

17 ସିଟ୍‌ରେ ନିର୍ବାଚନ ଲଢିବ କଂଗ୍ରେସ: ରାମଟେକ, ନାଗପୁର, ଭଣ୍ଡାରା ଗୋଣ୍ଡିଆ, ଗାଡଚିରୋଲି, ଲାଟୁର, ସୋଲାପୁର, କୋହ୍ଲାପୁର, ପୁଣେ, ନନ୍ଦେଡ, ଅମରାବତୀ, ନନ୍ଦୁରବାର, ଆକୋଲା, ଚନ୍ଦ୍ରପୁର, ଧୁଲେ, ଜଲନା, ଉତ୍ତର ମୁମ୍ବାଇ, ମୁମ୍ବାଇ ଉତ୍ତର କେନ୍ଦ୍ରୀୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ: ପାଓ୍ବାରଙ୍କ ବାସଭବନରେ ବସିଲା ମହା ବିକାଶ ଅଗାଡି ମେଣ୍ଟ ବୈଠକ, ଆଗକୁ ଏକାଠି ନିର୍ବାଚନ ଲଢିବା ନିଷ୍ପତ୍ତି

ଶରଦ ପାଓ୍ବାରଙ୍କ ଏନସିପିକୁ 10 ସିଟ୍: ଶରଦ ପାୱାରଙ୍କ ପାର୍ଟି ବାରାମତି, ଶୁରୁର, ଭିଓ୍ବଣ୍ଡୀ, ଦିନ୍ଦୋରୀ, ମାଧା, ରେଭର, ଓର୍ଦ୍ଧା, ଦକ୍ଷିଣ ଅହମ୍ମଦନଗର ଏବଂ ବିଡରୁ ପ୍ରତିଦ୍ବନ୍ଦିତା କରିବେ ।

ଉଦ୍ଧବ ଠାକେରଙ୍କ ଶିବସେନା 21 ସିଟ୍‌ରେ ନିର୍ବାଚନ ଲଢିବ: ଦକ୍ଷିଣ ମୁମ୍ବାଇ, ଦକ୍ଷିଣ ସେଣ୍ଟ୍ରାଲ ମୁମ୍ବାଇ, ଉତ୍ତର ପଶ୍ଚିମ ମୁମ୍ବାଇ, ମୁମ୍ବାଇ ଉତ୍ତର ପୂର୍ବ, ଜାଲଗାଓଁ, ପରଭନୀ, ନାଶିକ, ପାଲଘର, କଲ୍ୟାଣ, ଥାନେ, ରାୟଗଡ, ମାଭାଲ, ଧରଶିଭ, ରତ୍ନାଗିରି, ବୁଲଡାନା, ହାଟକାନଙ୍ଗଲେ, ସମ୍ୱାଜିନଗର, ଶିରିଡୀ, ସାଙ୍ଗଲି, ହିଙ୍ଗୋଲି, ୟବତମାଲ ଏବଂ ୱାଶିମରୁ ଶିବସେନା ନିର୍ବାଚନ ଲଢିବ ।

ପ୍ରକାଶ ଥାଉକି, ଲୋକସଭା ନିର୍ବାଚନ ପାଇଁ ଉଦ୍ଧବ ଠାକରେ 21 ଜଣ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । କିଛି ଦିନ ପୂର୍ବରୁ ଶିବସେନା ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ପ୍ରଥମ ପର୍ଯ୍ୟାୟରେ 17 ଜଣଙ୍କ ନାମ ଘୋଷଣା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.