ETV Bharat / bharat

ପୁଅ କଲା ପର, ମାଆକୁ ମୁଖାଗ୍ନି ଦେଲେ ଝିଅ, କାନ୍ଧରେ ନେଇ ଅନ୍ତିମ ସଂସ୍କାର

ସାତ ଝିଅରେ ଗୋଟିଏ ପୁଅ, ହେଲେ ମାଆକୁ ଦେଲାନି କାନ୍ଧ । ଝିଅ କଲେ ମାଆଙ୍କ ଅନ୍ତିମ ସଂସ୍କାର । ଆସନ୍ତୁ ଜାଣିବ କେଉଁଠି ଘଟିଛି ଏହି ଆଭାବନୀୟ ଘଟଣା ।

author img

By ETV Bharat Odisha Team

Published : 3 hours ago

Etv Bharat
Etv Bharat (Etv Bharat)

ଭୋପାଳ: ୭ ଝିଅ ପରେ ଜନ୍ମ ନେଇଥିଲା ପୁଅ । କିନ୍ତୁ ମାଆର କଷ୍ଟକୁ ବୁଝି ପାରିଲାନି ପୁଅ । ଜୀବିତ ଥିବା ବେଳେ ମାଆକୁ ପଚାରିଲାନି । ସେବା ତ ଦୂରର କଥା ମାଆକୁ ଛାଡି ପଳାଇଥିଲା । । ମୃତଦେହକୁ କାନ୍ଧ ଦେଇ ମଶାଣୀକୁ ଯାଇଥିଲେ ଓ ମୁଖାଗ୍ନି ମଧ୍ୟ ଦେଇଥିଲେ । ମଧ୍ୟପ୍ରଦେଶର ସିତାମଉରେ ଏପରି ଘଟଣା ସାମ୍ନାକୁ ଆସିଛି ।

ମାଆର ଯତ୍ନ ନେଉଥିଲେ ୭ ଝିଅ:

ସୀତାମଉର ଖାତି ମୋହଲ୍ଲା ନିବାସୀ ସାଲିଆ ବାଇଙ୍କର ଶୁକ୍ରବାର ଅପରାହ୍ନରେ ଅସୁସ୍ଥତା ହେତୁ 90 ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ସାଲିଆ ବାଇଙ୍କର ଗୋଟିଏ ପୁଅ ଓ ୭ ଝିଅ । ଦୀର୍ଘ ବର୍ଷ ହେବ ମାଆକୁ ଛାଡି ଅନ୍ୟତ୍ର ରହୁଥିଲା ପୁଅ, ଏମିତିକି ଭଲ ମନ୍ଦ ମଧ୍ୟ ପଚାରୁନଥିଲା । ଗୋଟିଏ ଭାଇ ମାଆକୁ ଭୁଲି ଯିବାରୁ ଦୁଃଖରେ ରହୁଥିଲେ ସାତ ଉଭଣୀ । ମାଆର ପରିଣତ ବୟସରେ ଦେହ ଖରାପ ହେବାରୁ ସେମାନେ ଯତ୍ନ ନିଅନ୍ତି ।

ଏହା ମଧ୍ୟ ପଢନ୍ତୁ-ବାପାଙ୍କ ଦେହାନ୍ତ ପରେ ମୁଖାଗ୍ନି ଦେଲେ ଝିଅ

ଏହା ମଧ୍ୟ ପଢନ୍ତୁ-ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ, ପରିବାର ଚଳାଇବାକୁ ପୁଅ ଯାଇଛି ଦାଦନ ଖଟି

ମାଆର ମୃତଦେହକୁ ପୁଅକୁ ଛୁଇଁବାକୁ ଦେଲେନି ଝିଅ:

ଆସିଥିଲେ, ଫେରିଗଲେ:

ମାଆର ମୃତ୍ୟୁ ଖବର ପାଇଁ ଶୁକ୍ରବାର ଘରେ ପହଞ୍ଚିଥିଲା ପୁଅ । ଶେଷ ସମୟରେ ମାଆକୁ କାନ୍ଦ ଦେବ ବୋଲି ଭାବିଥିଲା ପୁଅ । କିନ୍ତୁ ତାହା କରାଇ ଦେଇନଥିଲେ ସାତ ଉଭଣୀ । ନିଜେ ସେମାନେ ଶେଷକୃତ୍ୟ କରିବେ ବୋଲି କହିଥିଲେ । ଏହାପରେ ମାଆର କୋକେଇକୁ ସଜାଇ କାନ୍ଧ ଦେଇ ମରଶରୀରକୁ ମଶାଣୀକୁ ନେଇଯାଇଥିଲେ । ସେଠାରେ ଶେଷକୃତ୍ୟ ପରେ ମୁଖାଗ୍ନି ଦେଇଥିଲେ ।

ଏନେଇ ଖାତି ପଟେଲ ପଞ୍ଚାୟତ ସଭାପତି ଘନଶ୍ୟାମ ସିଂ କେରୱା କହିଛନ୍ତି, ''ପୁଅ ଦୀର୍ଘ ଦିନ ଧରି ତାଙ୍କ ମା’ର ଯତ୍ନ ନେଉ ନଥିଲା । ତେଣୁ କେବଳ ତାଙ୍କର ସାତ ଝିଅ ଗତ ୧୦ ବର୍ଷ ଧରି ବୃଦ୍ଧ ମାଆଙ୍କର ଯତ୍ନ ନେଉଥିଲେ । ମାଆର ଦେହାନ୍ତ ହେବା ପରେ ଶେଷକୃତ୍ୟ ପାଇଁ ତାଙ୍କ ଝିଅ ମାନେ ଇଚ୍ଛା ପ୍ରକାଶ କରିଥିଲେ । ପରେ ସର୍ବସମ୍ମତି କ୍ରମେ ତାଙ୍କର ଶେଷ ରୀତିନୀତି ପାଇଁ ଅନୁମତି ଦିଆଗଲା । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.