ETV Bharat / bharat

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି - Bhartruhari Mahtab takes oath

author img

By ETV Bharat Odisha Team

Published : Jun 24, 2024, 10:53 AM IST

Updated : Jun 24, 2024, 1:06 PM IST

BJP MP Bhartruhari Mahtab takes oath: କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି । ଆଜିଠାରୁ ଆରମ୍ଭ ହେଉଛି ଲୋକସଭା ଅଧିବେଶନ । ଅଧିକ ପଢନ୍ତୁ

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି (ETV Bharat Odisha)

ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ଆଜି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ପରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି ଭର୍ତ୍ତୃହରି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଓ ବିଭିନ୍ନ ଦଳର ସାଂସଦମାନେ ଆଜି ଅଧିବେଶନର ପ୍ରଥମ ଦିନରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ।

ଆସନ୍ତାକାଲି ମଧ୍ୟ ଏହି ଶପଥ ଗ୍ରହଣ ପ୍ରକ୍ରିୟା ଜାରି ରହିବ । 26ତାରିଖରେ ନୂତନ ବାଚସ୍ପତି ନିର୍ବାଚିତ ହେବା ପରେ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଦାୟିତ୍ବରୁ ଅବ୍ୟାହତି ନେବେ । 28 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହା ପରଦିନ ରାଷ୍ଟ୍ରପତିଙ୍କ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଉଭୟ ଶାସକ ଓ ବିରୋଧୀ ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରିବେ ।

ଭର୍ତ୍ତହରିଙ୍କ ରାଜନୈତିକ ଜୀବନ...

ଭର୍ତ୍ତୃହରି ହେଉଛନ୍ତି ବିଶିଷ୍ଟ ଜନନାୟକ ତଥା ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁତ୍ର । ସେ ବର୍ତ୍ତମାନ ଲୋକସଭାର ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ଅନ୍ୟତମ ବରିଷ୍ଠ ସଦସ୍ୟ ମଧ୍ୟ । ସେ 1998 ମସିହାରେ ପ୍ରଥମ ଥର ନିର୍ବାଚନ ଲଢିବା ସହ ବିଜୟୀ ହୋଇଥିଲେ । ଏହା ପରେ ସେ କଟକ ସଂସଦୀୟ ଆସନରୁ ବିଜୁ ଜନତା ଦଳ ଟିକେଟରେ କ୍ରମାଗତ 6ଥର ନିର୍ବାଚିତ ହୋଇଥିଲେ । ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେନୀୟ ତର୍କ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଉଚ୍ଚମାନର ପ୍ରଦର୍ଶନ ପାଇଁ 2017ରେ ତାଙ୍କୁ ‘ସଂସଦ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂସଦର ଏକାଧିକ ଗୁରୁତ୍ବପୂର୍ଣ୍ଣ କମିଟିରେ ମଧ୍ୟ ସେ ସଦସ୍ୟ ରହିସାରିଛନ୍ତି । ସେ ପୂର୍ବରୁ ଏକାଧିକ ଥର ଲୋକସଭା ପ୍ୟାନେଲ ସଦସ୍ୟ ଭାବେ ମଧ୍ୟ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ ଗୃହ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ, ରନ୍ଧା ହୋଇଛି ପ୍ରିୟ ଖାଦ୍ୟ ପଖାଳ ଓ ଶାଗ ଭଜା - Cm Mohan Majhi kendujhar visit

ଚଳିତ ନିର୍ବାଚନରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏକାଧିକ ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା କରି ଇସ୍ତଫା ଘୋଷଣାର କିଛି ଦିନ ମଧ୍ୟରେ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଥିଲେ । ଏହା ପରେ ତାଙ୍କୁ ତାଙ୍କ ନିଜ ଆସନ କଟକରୁ ବିଜେପି ପ୍ରାର୍ଥୀ କରିଥିଲା । ସେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ମୁକାବିଲା କରି ନିଜ ବିଜୟ ଧାରା ବଜାୟ ରଖିଥିଲେ । ଚଳିତଥର 7ମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ନାମ ବାଚସ୍ପତି ପଦ ପାଇଁ ମଧ୍ୟ ଚର୍ଚ୍ଚାରେ ଥିଲା । ହେଲେ ଶେଷରେ ତାଙ୍କୁ ଆଜି କାମଚଳା ବାଚସ୍ପତି ଭାବେ ରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2024, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.