ETV Bharat / bharat

ଏପ୍ରିଲ ୧୬ରେ ହେବ କି ଲୋକସଭା ନିର୍ବାଚନ ? ଜବାବ ରଖିଲେ ଦିଲ୍ଲୀ CEO - ଲୋକସଭା ନିର୍ବାଚନ ତାରିଖ

Lok Sabha polls on April 16 ? ୨୦୨୪ ସାଧାରଣ ନିର୍ବାଚନ ଆସନ୍ତା ଏପ୍ରିଲ ୧୬ ତାରିଖରେ ହେବ କି ? ଏ ନେଇ ଜବାବ ରଖିଲେ ଦିଲ୍ଲୀ CEO । ଅଧିକ ପଢନ୍ତୁ

Lok Sabha polls on April 16
Lok Sabha polls on April 16
author img

By ETV Bharat Odisha Team

Published : Jan 23, 2024, 9:35 PM IST

ନୂଆଦିଲ୍ଲୀ: ଆଗାମୀ ଏପ୍ରିଲ ୧୬ ତାରିଖରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ଲାଗିଲା ବିରାମ । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ପକ୍ଷରୁ ମଙ୍ଗଳବାର ଏହାକୁ ଖଣ୍ଡନ କରାଯାଇଛି । ଏନେଇ ଏକ୍ସ ସାଇଟରେ ଏକ ପୋଷ୍ଟ ଜରିଆରେ ଦିଲ୍ଲୀ ସିଇଓ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଆଗାମୀ ଲୋକସଭା ସାଧାରଣ ନିର୍ବାଚନ ପାଇଁ ହେବାକୁ ଥିବା ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଯୋଜନା କରିବା ପାଇଁ ଏପ୍ରିଲ ୧୬ ତାରିଖକୁ ସମ୍ଭାବିତ ତାରିଖ ଭାବେ ଚୟନ କରାଯାଇଥିଲା ବୋଲି କୁହାଯାଇଛି ।

ଏନେଇ 'ଏକ୍ସ' ସାଇଟ୍‌ରେ ଦିଲ୍ଲୀ ସିଇଓଙ୍କ ପକ୍ଷରୁ କରାଯାଇଥିବା ପୋଷ୍ଟରେ କୁହାଯାଇଛି, " ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାରକୁ ନେଇ ମିଡିଆରେ ବାରମ୍ବାର ପ୍ରଶ୍ନ କରାଯାଉଥିଲା ଯେ କଣ ଏପ୍ରିଲ ୧୬ ତାରିଖ ଲୋକସଭା ନିର୍ବାଚନ ଲାଗି ସମ୍ଭାବିତ ତାରିଖ କି ? ତେବେ ଏଠାରେ ସ୍ପଷ୍ଟ କରାଯାଉଛି ଯେ ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଭିନ୍ନ ପ୍ରକାର ଯୋଜନା ପାଇଁ କେବଳ ଅଧିକାରୀଙ୍କ ଲାଗି ଏହି ତାରିଖକୁ ଚୟନ କରାଯାଇଥିଲା ।"

ଏହା ବି ପଢନ୍ତୁ- ଏକ ଦେଶ ଏକ ନିର୍ବାଚନ: 15 ବର୍ଷରେ ବଦଳିବ ଇଭିଏମ, ଖର୍ଚ୍ଚ ହେବ 10 ହଜାର କୋଟି

ସୂଚନା ଥାଉ କି ଦିଲ୍ଲୀରେ ମୋଟ ଲୋକସଭା ଆସନ ୭ଟି ରହିଛି । ୨୦୧୯ ଲୋକସଭା ନିର୍ବାଚନ ସମୟରେ ଦିଲ୍ଲୀର ସମସ୍ତ ଆସନରେ ମେ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉକ୍ତ ବର୍ଷ ୭ଟି ପର୍ଯ୍ୟାୟରେ ଏପ୍ରିଲ ୧୧ରୁ ନିର୍ବାଚନ ଆରମ୍ଭ ହୋଇ ମେ ୧୯ ପର୍ଯ୍ୟନ୍ତ କରାଯାଇଥିଲା । ମେ ୨୩ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ସୋମବାର ଦିଲ୍ଲୀର ନୂତନ ମତଦାତାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ୧୮ରୁ ୧୯ ବର୍ଷ ମଧ୍ୟରେ ଥିବା ଯୁବ ଭୋଟରଙ୍କ ସଂଖ୍ୟା ୮୫ ପ୍ରତିଶତ ବୃଦ୍ଧି ପାଇଛି ।

ସେହିପରି ମହିଳା ଭୋଟରଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ସେପଟେ ଦିଲ୍ଲୀ ସିଇଓଙ୍କ ପକ୍ଷରୁ କୁହାଯାଇଛି ଯେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ମୋଟ ୧ କୋଟି ୪୭ ଲକ୍ଷ ୧୮ ହଜାର ୧୧୯ ଜଣ ମତଦାତା ଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ୭୯,୮୬,୫୭୨ ଥିବା ବେଳେ ମହିଳା ୬୭,୩୦,୩୭୧ ଓ ତୃତୀୟ ଲିଙ୍ଗ ଭୋଟର ୧୧୭୬ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.