ETV Bharat / bharat

ଶେଷ ହେଲା ତୃତୀୟ ପର୍ଯ୍ୟାୟ ମତଦାନ: ଆସାମରେ ସର୍ବାଧିକ 74.86% ମତଦାନ, 1300ରୁ ଊର୍ଦ୍ଧ୍ବ ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ - LOK SABHA ELECTION 2024 - LOK SABHA ELECTION 2024

LOK SABHA ELECTION 2024
LOK SABHA ELECTION 2024
author img

By ETV Bharat Odisha Team

Published : May 7, 2024, 7:12 AM IST

Updated : May 7, 2024, 7:56 PM IST

19:51 May 07

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ

ନୂଆଦିଲ୍ଲୀ: ଆଜି ଚଳିତ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୩ ଟି ଲୋକସଭା ଆସନର ଭାଗ୍ୟ ଇଭିଏମ ମେସିନରେ ସିଲ୍ ହୋଇଯାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ସର୍ବାଧିକ ମତଦାନ ହୋଇଥିବା ପ୍ରଥମ ୩ ରାଜ୍ୟ ଗୁଡିକ ହେଉଛି- ଆସାମ (୭୪.୮୬%), ପଶ୍ଚିମବଙ୍ଗ (୭୩.୯୩%) ଓ ଗୋଆ (୭୨.୫୨%) । ସେହିଭଳି ମହାରାଷ୍ଟ୍ରରେ ସର୍ବନିମ୍ନ ୫୩.୪୦% ମତଦାନ ରେକର୍ଡ କରାଯାଇଛି । ଆଜି ୯୩ଟି ଆସନ ପାଇଁ ୧୩୦୦ରୁ ଉର୍ଦ୍ଧ୍ବ ପ୍ରାର୍ଥୀମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ, ଯେଉଁଥିରେ ୧୨୦ ଜଣ ମହିଳା ପ୍ରାର୍ଥୀ ସାମିଲ ଥିଲେ ।

17:54 May 07

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ଜାଣନ୍ତୁ କେଉଁଠି କେତେ ମତଦାନ ?

LOK SABHA ELECTION 2024
LOK SABHA ELECTION 2024

ନୂଆଦିଲ୍ଲୀ: ଅପରାହ୍ନ ୫ଟା ସୁଦ୍ଧା ଦେଶରେ ମୋଟ ୬୦.୧୯ % ମତଦାନ ରେକର୍ଡ କରାଯାଇଛି । ରାଜ୍ୟମାନଙ୍କ ମଧ୍ୟରେ ଆସାମରେ ସର୍ବାଧିକ ୭୪.୮୬% ଓ ମହାରାଷ୍ଟ୍ରରେ ସର୍ବନିମ୍ନ ୫୩.୪୦% ମତଦାନ ହୋଇଛି । ସେହିପରି ବିହାରରେ ୫୬.୦୧%, ଛତିଶଗଡରେ ୬୬.୮୭% , ଗୋଆରେ ୭୨.୫୨%, ଗୁଜୁରାଟରେ ୫୫.୨୨% , କର୍ଣ୍ଣାଟକରେ ୬୬.୦୫%, ମଧ୍ୟପ୍ରଦେଶରେ ୬୨.୨୮% , ଉତ୍ତର ପ୍ରଦେଶରେ ୫୫.୧୩%, ପଶ୍ଚିମବଙ୍ଗରେ ୭୩.୯୩% ଓ ଦାଦ୍ରା ନଗର ହାବେଳୀ ଏବଂ ଦାମନ ଓ ଡିଉରେ ୬୫.୨୩% ମତଦାନ ହୋଇଛି ।

15:51 May 07

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଅପରାହ୍ନ ୫ଟା ସୁଦ୍ଧା ଦେଶରେ ମୋଟ ୬୦.୧୯ % ମତଦାନ

LOK SABHA ELECTION 2024
LOK SABHA ELECTION 2024

15:47 May 07

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଦିନ ୩ଟା ସୁଦ୍ଧା ଜାଣନ୍ତୁ କେଉଁଠି କେତେ ମତଦାନ ?

ନୂଆଦିଲ୍ଲୀ: ଦିନ ୩ ଟା ସୁଦ୍ଧା ଦେଶରେ ମୋଟ ୫୦.୭୧ % ମତଦାନ ରେକର୍ଡ କରାଯାଇଛି । ରାଜ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗରେ ସର୍ବାଧିକ ୬୩.୧୧% ଓ ମହାରାଷ୍ଟ୍ରରେ ସର୍ବନିମ୍ନ ୪୨.୬୩% ମତଦାନ ହୋଇଛି । ସେହିପରି ବିହାରରେ ୪୬.୬୯%, ଛତିଶଗଡରେ ୫୮.୧୯% , ଗୋଆରେ ୬୧.୩୯%, ଗୁଜୁରାଟରେ ୪୭.୦୩% , କର୍ଣ୍ଣାଟକରେ ୫୪.୨୦%, ମଧ୍ୟପ୍ରଦେଶରେ ୫୪.୦୯% , ଉତ୍ତର ପ୍ରଦେଶରେ ୪୬.୭୮% ଓ ଦାଦ୍ରା ନଗର ହାବେଳୀ ଏବଂ ଦାମନ ଓ ଡିଉରେ ୫୨.୪୩% ମତଦାନ ହୋଇଛି ।

14:55 May 07

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଅପରାହ୍ନ ୩ ଟା ସୁଦ୍ଧା ଦେଶରେ ମୋଟ ୫୦.୭୧ % ମତଦାନ

13:55 May 07

ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ମହାରାଷ୍ଟ୍ରରେ ସର୍ବାନିମ୍ନ ମତଦାନ

LOK SABHA ELECTION 2024
LOK SABHA ELECTION 2024

ନୂଆଦିଲ୍ଲୀ: ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ 49.27 ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାନିମ୍ନ 31.56% ପ୍ରତିଶତ ମତଦାନ ହୋଇଛି । ଆସାମରେ 45.88% , ବିହାରରେ 36.69% , ଛତିଶଗଡରେ 46.14%, ଦାଦ୍ରା ନଗରହାବେଳି-ଡାମନ ଡିଉ 39.94%, ଗୋଆ 49.04%, ଗୁଜୁରାଟ 37.83% , କର୍ଣ୍ଣାଟକ 41.59% , ମଧ୍ୟ ପ୍ରଦେଶ 46.67%, ମହାରାଷ୍ଟ୍ର 31.55% ଓ ଉତ୍ତର ପ୍ରଦେଶରରେ 38.12% ମତଦାନ ହୋଇଛି ।

13:45 May 07

ଆଙ୍ଗୁଠିରେ ସେ ମତଦାନ କଲେ ଦିବ୍ୟାଙ୍ଗ ଭୋଟର

ଗାନ୍ଧୀନଗର: ମତଦାନ କଲେ ଦିବ୍ୟାଙ୍ଗ ଭୋଟର ଅଙ୍କିତ ସୋନି । ହାତରେ ନୁହଁ ବରଂ ପାଦ ଆଙ୍ଗୁଠିରେ ସେ ମତଦାନ କରିଛନ୍ତି । ଗୁଜୁରାଟର ନଡିଆଡର ଏକ ପୋଲିଂ ବୁଥରେ ସେ ମତଦାନ କରିଛନ୍ତି । 20 ବର୍ଷ ତଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ସେ ତାଙ୍କ 2ଟି ହାତ ହରାଇଥିଲେ । କିନ୍ତୁ ଏହା ପରେ ବି ସେ ଭାଙ୍ଗିପଡି ନଥିଲେ । ତାଙ୍କ ଶିକ୍ଷକଙ୍କ ସହଯୋଗ ଯୋଗୁଁ ସେ ସ୍ନାତକ ପାଢିଛନ୍ତି । ନିଜେ ଭୋଟ ଦେବା ସମସ୍ତଙ୍କୁ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ସେ ଅପିଲ କରିଛନ୍ତି ।

11:56 May 07

ଦିନ 11 ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ମହାରାଷ୍ଟ୍ରରେ ସର୍ବାନିମ୍ନ ପ୍ରତିଶତ ମତଦାନ

LOK SABHA ELECTION 2024
LOK SABHA ELECTION 2024

ନୂଆଦିଲ୍ଲୀ: ସକାଳ 9ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ 32.82 ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାନିମ୍ନ 18.18% ପ୍ରତିଶତ ମତଦାନ ହୋଇଛି । ଆସାମରେ 27.34% , ବିହାରରେ 24.41% , ଛତିଶଗଡରେ 29.90%, ଦାଦ୍ରା ନଗରହାବେଳି-ଡାମନ ଡିଉ 24.69% , ଗୋଆ 30.94%, ଗୁଜୁରାଟ 24.35% , କର୍ଣ୍ଣାଟକ 24.48% , ମଧ୍ୟ ପ୍ରଦେଶ 30.21%, ମହାରାଷ୍ଟ୍ର 18.18% ଓ ଉତ୍ତରପ୍ରଦେଶରରେ 26.12% ମତଦାନ ହୋଇଛି ।

11:43 May 07

ମତଦାନ କଲେ ଗୌତମ ଆଦାନୀ

ଗାନ୍ଧୀନଗର: ଭୋଟ ଦେଲେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ । ଅହମ୍ମଦାବାଦର ଏକ ପୋଲିଂ ବୁଥରେ ସେ ମତଦାନ କରିଛନ୍ତି ।

10:31 May 07

ଭୋଟ ଦେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ । ଚଳିତ ନିର୍ବାଚନରେ ସେ ହାଭେରି ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି ।

10:30 May 07

ମତଦାନ କେନ୍ଦ୍ରରେ ଚାଲିଗଲା ପ୍ରିଜାଡିଂ ଅଫିସରଙ୍କ ଜୀବନ

ପାଟନା: ମତଦାନ କେନ୍ଦ୍ରରେ ଅଭାବନୀୟ ଘଟଣା । ଭୋଟିଂ ଜାରି ରହିଥିବା ବେଳେ ଚାଲିଗଲା ପ୍ରିଜାଡିଂ ଅଫିସରଙ୍କ ଜୀବନ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁପାଉଲ ବୁଥରେ ଘଟିଛି ଏପରି ଘଟଣା ।

10:30 May 07

ଭୋଟ ଦେଲେ କଂଗ୍ରେସ ମୁଖ୍ୟ ଖଡଗେ

ବେଙ୍ଗାଲୁରୁ: ଭୋଟ ଦେଲେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । କର୍ଣ୍ଣାଟକ କାଲାବୁରାଗୀର ଗୁଣ୍ଡୁଗୁର୍ତ୍ତୀ ଗାଁର ଏକ ମତଦାନ କେନ୍ଦ୍ରରେ କଂଗ୍ରେସ ମୁଖ୍ୟ ମତଦାନ କରିଛନ୍ତି । କାଲାବୁରାଗୀ ନିର୍ବାଚନମଣ୍ଡଳୀରୁ ରାଧାକୃଷ୍ଣଙ୍କୁ ପ୍ରାର୍ଥୀ କରିଛି ଦଳ ।

10:10 May 07

ମତଦାନ ପରେ ଜନସାଧାରଣଙ୍କୁ ଭେଟିଲେ ମୋଦି

LOK SABHA ELECTION 2024
LOK SABHA ELECTION 2024

ଗାନ୍ଧୀନଗର: ମତଦାନ ପରେ ଜନସାଧାରଣଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିପୁଳ ମାତ୍ରାରେ ଭୋଟ ଦେବାକୁ ଜନସାଧାରଣଙ୍କୁ କଲେ ଅପିଲ ।

10:10 May 07

ସକାଳ 9ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ମହାରାଷ୍ଟ୍ରରେ ସର୍ବାନିମ୍ନ ପ୍ରତିଶତ ମତଦାନ

LOK SABHA ELECTION 2024
LOK SABHA ELECTION 2024

ନୂଆଦିଲ୍ଲୀ: ସକାଳ 9ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ 14.60 ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାନିମ୍ନ 6.64 ପ୍ରତିଶତ ମତଦାନ ହୋଇଛି । ଆସାମରେ 10.12% , ବିହାରରେ 10.03% , ଛତିଶଗଡରେ 13.24%, ଦାଦ୍ରା ନଗରହାବେଳି-ଡାମନ ଡିଉ 10.13% , ଗୋଆ 12.35%, ଗୁଜୁରାଟ 9.87%, କର୍ଣ୍ଣାଟକ 9.45%, ମଧ୍ୟ ପ୍ରଦେଶ 14.22%, ମହାରାଷ୍ଟ୍ର 6.64%, ପଶ୍ଚିମବଙ୍ଗ 14.60% ଓ ଉତ୍ତରପ୍ରଦେଶରରେ 11.63% ମତଦାନ ହୋଇଛି ।

08:40 May 07

ମତଦାତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ଅହମ୍ମଦାବାଦରେ ମତଦାନ ପରେ ମତଦାତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ହାତକରେ ରାକ୍ଷୀ ବାନ୍ଧିଲେ ବୃଦ୍ଧା ।

08:40 May 07

ଭୋଟ ଦେଲେ ରିତେଶ ଓ ଜେନେଲିଆ

ମୁମ୍ବାଇ: ମହାରାଷ୍ଟ୍ରର ଲାଟୁରରେ ଭୋଟ ଦେଲେ ଷ୍ଟାର ଦମ୍ପତି ରିତେଶ ଓ ଜେନେଲିଆ ।

08:38 May 07

ଜନସାଧାରଣଙ୍କୁ ଭେଟିଲେ ଅମିତ ଶାହ

ଗାନ୍ଧୀନଗର: ମତଦାନ ପରେ ଜନସାଧାରଣଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ । ଗାନ୍ଧୀନଗରରୁ ବିଜେପି ସାଂସଦ ପ୍ରାର୍ଥୀ ରହିଛନ୍ତି ଶାହ ।

07:48 May 07

ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମ୍ମଦାବାଦର ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଲେ ଭୋଟ ।

07:37 May 07

ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ମୋଦି-ଶାହ

ଗାନ୍ଧୀନଗର: ଣତନ୍ତ୍ରର ମହାନପର୍ବରେ ସାମିଲ ହେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଅହମ୍ମଦାବାଦର ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଉ କିଛି ସମୟ ପରେ କରିବେ ମତଦାନ ।

07:33 May 07

ଆଜି ମତ ସାବ୍ୟସ୍ତ କରିବେ ମୋଦି-ଶାହ

ଗାନ୍ଧୀନଗର: ଆଜି ଅହମ୍ମଦାବାଦରେ ଭୋଟ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମତ ସାବ୍ୟସ୍ତ କରିବେ । ଗୁଜୁରାଟର ଗାନ୍ଧିନଗରରୁ ଅହମ୍ମଦାବାଦ ଅଭିମୁଖେ ବାହାରିଲେ ମୋଦି । ଅମିତ ଶାହ ମଧ୍ୟ ଏହି ବୁଥରେ ମତଦାନ କରିବେ ।

07:04 May 07

ଭୋଟ ଦେବାକୁ ଦେଶବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

06:21 May 07

ତୃତୀୟ ପର୍ୟ୍ୟାୟ ଲୋକସଭା ନିର୍ବାଚନ, ମତଦାନ କରିବେ 17.24 କୋଟି ଭୋଟର

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାନପର୍ବ । ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । 11 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 93ଟି ଆସନ ପାଇଁ ଚାଲିଛି ମତଦାନ । ମତଦାନ କେନ୍ଦ୍ରରେ ନିଜ ପସନ୍ଦର ନେତା ବାଛୁଛନ୍ତି ଜନତା । ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5ଟାରେ ଶେଷ ହେବ । 1331 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

Last Updated : May 7, 2024, 7:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.