ETV Bharat / bharat

ସରକାର ଗଠନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, 9ରେ ଶପଥ ଗ୍ରହଣ - Pm Modi Meets Prez Murmu

President invites Modi for swearing-in ceremony: ସରକାର ଗଠନ କରିବା ଲାଗି ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 9ରେ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ମୋଦି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 7, 2024, 8:06 PM IST

PM MODI MEETS PREZ MURMU
PM MODI MEETS PREZ MURMU (ANI)

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳର ନେତା ଭାବେ ନରେନ୍ଦ୍ର ମୋଦି ନିର୍ବାଚିତ ହେବା ପରେ ଆଜି (ଶୁକ୍ରବାର) ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ମୋଦି ଏନଡିଏର ନେତା ଭାବେ ନିର୍ବାଚିତ ହୋଇଥିବା ନେଇ ମେଣ୍ଟ ପକ୍ଷରୁ ଏକ ସମର୍ଥନ ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ପରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ କରିବା ଲାଗି ନିମନ୍ତ୍ରଣ କରିଛନ୍ତି । ଆସନ୍ତା 9 ତାରିଖ ସନ୍ଧ୍ୟା 6ଟାରେ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆଜି ମଧ୍ୟାହ୍ନରେ ଏନଡିଏ ମେଣ୍ଟର ବୈଠକ ବସିଥିଲା । ମେଣ୍ଟର ସଦସ୍ୟମାନେ ମୋତେ ଦଳର ନେତା ବାଛିଛନ୍ତି । ଏ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି । ଏନଡିଏ ମେଣ୍ଟର ନେତା ଭାବେ ରାଷ୍ଟ୍ରପତିଙ୍କୁ ଏକ ପତ୍ର ପ୍ରଦାନ କରାଯାଇଛି । ଏହାସହିତ ଶପଥ ଗ୍ରହଣ ଲାଗି ଉପଯୁକ୍ତ ସମୟ ପ୍ରଦାନ କରିବା ଲାଗି ମଧ୍ୟ କୁହାଯାଇଛି । ସେପଟେ ଶପଥ ଗ୍ରହଣ କରିବାକୁ ଥିବା ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିବା ଲାଗି ରାଷ୍ଟ୍ରପତି କହିଛନ୍ତି ।" ବିଜେପି ପକ୍ଷରୁ 9 ତାରିଖ ଶପଥ ପାଠ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ମୋଦି କହିଛନ୍ତି ।

ଏହା ବି ପଢନ୍ତୁ- ଆରମ୍ଭ ହେବ ମୋଦି 3.0; ଶପଥ ଗ୍ରହଣ ପୂର୍ବରୁ ଭେଟେରାନ ନେତାଙ୍କ ଆଶୀର୍ବାଦ ନେଲେ ମୋଦି

ମୋଦି ଆହୁରି କହିଛନ୍ତି, "ଆଜାଦି କା ଅମୃତ ମହୋତ୍ସବ ପରେ ଏହା ଥିଲା ଦେଶର ପ୍ରଥମ ନିର୍ବାଚନ । ତୃତୀୟ ଥର ଲାଗି ଏନଡିଏ ମେଣ୍ଟ ସରକାର ଗଠନ କରି ଦେଶବାସୀଙ୍କ ସେବାରେ ନିୟୋଜିତ ହେବାର ସୁଯୋଗ ପାଇବାକୁ ଯାଉଛି । ଗତ 2ଥର କାର୍ଯ୍ୟକାଳ ମଧ୍ୟରେ ଭାରତର ବିକାଶର ଗତି ଦ୍ରୁତ ଭାବରେ ଚାଲିଥିବା ବେଳେ ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦେଶର 25କୋଟି ଜନତା ଗରିବୀରୁ ବାହାରକୁ ଆସିଛନ୍ତି, ଯାହାକି ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଗତ 10ବର୍ଷ ମଧ୍ୟରେ ଭାରତ ବିଶ୍ବବନ୍ଧୁ ପାଲଟିଛି । ମୁଁ ନିଶ୍ଚିତ ଯେ ଆସନ୍ତା 5ବର୍ଷ ଭାରତ ଓ ବିଶ୍ବ ବାତାବରଣ ପାଇଁ ନିଶ୍ଚିତ ଉପକୂଳ ରହିବ । ଆମ ଦେଶ ବହୁ ସମସ୍ୟା, ବିପର୍ଯ୍ୟୟର ସାମ୍ନା କରିଛି । ଏହା ସତ୍ତ୍ବେ ଆମେ ଭାରତୀୟମାନେ ଆଜି ବିଶ୍ବର ଦ୍ରୁତଗାମୀ ଅର୍ଥନୀତି ହୋଇପାରିଛନ୍ତି । ଏହି ବିକାଶ ଲାଗି ବିଶ୍ବ ସ୍ତରରେ ମଧ୍ୟ ଦେଶକୁ ପ୍ରଶଂସା କରାଯାଇଛି ।"

ସୂଚନା ଥାଉ କି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, ନୀତିଶ କୁମାରଙ୍କ ଜେଡିୟୁ, ଏକନାଥ ସିନ୍ଦେଙ୍କ ଶିବସେନା, ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)କୁ 293ଟି ଆସନ ମିଳିଛି । କେନ୍ଦ୍ରରେ ସରକାର ଗଠନ କରିବା ଲାଗି 272 ଆସନ ଆବଶ୍ୟକ କରୁଥିବା ବେଳେ ଏନଡିଏ ମେଣ୍ଟକୁ ମ୍ୟାଜିକ ନମ୍ବରଠାରୁ ଅଧିକ ଆସନ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.