ETV Bharat / bharat

ମୋଦି 3.0: 72 ମନ୍ତ୍ରୀ ନେଲେ ଶପଥ, କ୍ୟାବିନେଟରେ ଧର୍ମେନ୍ଦ୍ର-ଜୁଏଲ-ଅଶ୍ବିନୀ - PM Oath Taking ceremony

author img

By ETV Bharat Odisha Team

Published : Jun 9, 2024, 6:25 PM IST

Updated : Jun 9, 2024, 10:37 PM IST

PM Oath Taking ceremony
PM Oath Taking ceremony (ETV Bharat Odisha)

ନୂଆଦିଲ୍ଲୀ: ଆରମ୍ଭ ହେଲା ମୋଦି 3.0 । କ୍ରମାଗତ ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି । ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ ସମାରୋହରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଉପସ୍ଥିତ ଅଛନ୍ତି ଅନେକ ବିଶ୍ବନେତା । ମୋଦିଙ୍କ ଏହି ଐତିହାସିକ ରେକର୍ଡର ସାକ୍ଷୀ ହୋଇଛନ୍ତି ଅତିଥି ବୃନ୍ଦ । ଜନତା ଜନାର୍ଦ୍ଦନଙ୍କ ସମର୍ଥନରେ ବିଜେପି ନେତୃତ୍ବାଧୀନ NDA ମେଣ୍ଟ ବହୁମତ ସହିତ ସରକାର ଗଢିବାକୁ ଯାଉଛି । ଏଥର ସରକାର ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦଳର ଦୁଇ ମୁଖ୍ୟ ସହଯୋଗୀ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥିତ ଅଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋଦିଙ୍କ ସହିତ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନବନିର୍ବାଚିତ ସାଂସଦ କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି ।

LIVE FEED

9:36 PM, 9 Jun 2024 (IST)

ଶପଥ ନେଉଛନ୍ତି ରାଷ୍ଟ୍ର ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଆଉ କିଛି ନେତାଙ୍କ ତାଲିକା

ଏଲ ବର୍ମା

ଶାନ୍ତନୁ ଠାକୁର

ସୁରେଶ ଗୋପୀ

ଏଲ୍‌ ମୁରୁଗନ୍‌

ଅଜୟ ଟମଟା

ବଣ୍ଡି ସଞ୍ଜୟ କୁମାର

ସତୀଶ ଚନ୍ଦ୍ର ଦୁବେ

ସଞ୍ଜୟ ସେଠ

ରୱନିତ ସିଂ ବିଟୁ

ଦୁର୍ଗାଦାସ ଉଇକେ

ରକ୍ଷାନିଖିଲ ଖଡସେ

ସୁକାନ୍ତ ମଜୁମଦାର

ସାବିତ୍ରୀ ଠାକୁର

ତୋଖନ ସାହ

ରାଜଭୂଷଣ ଚୌଧୁରୀ

9:22 PM, 9 Jun 2024 (IST)

ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ଏମାନେ

ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ସାମିଲ ହୋଇଥିବା ବେଳେ କିଛି ନେତାଙ୍କୁ ନୂଆ କରି ମୋଦିଙ୍କ କ୍ୟାବିନେଟରେ ସାମିଲ କରାଯାଇଛି ।

Cabinet Ministers
Cabinet Ministers (null)

9:02 PM, 9 Jun 2024 (IST)

ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି NDA ନେତା

ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ନେତାମାନେ ହେଉଛନ୍ତି

ନିତ୍ୟାନନ୍ଦ ରାଏ

ଅନୁପ୍ରିୟା ସିଂ ପଟେଲ

ବି ସୋମନ୍ନା

ଚନ୍ଦ୍ରଶେଖର ପେମାସାନି

ଏସ.ପି ସିଂହ ବଘେଲ

ଶୋଭା କରନ୍ଦଲାଜେ

କୀର୍ତ୍ତିବର୍ଦ୍ଧନ ସିଂ

8:48 PM, 9 Jun 2024 (IST)

ଶପଥ ନେଉଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

ମୋଦିଙ୍କ ତୃତୀୟ ପାଳିରେ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି

ରାଓ ଇନ୍ଦ୍ରଜିତ ସିଂ

ଡ. ଜିତେନ୍ଦ୍ର ସିଂ

ଅର୍ଜୁନ ରାମ ମେଘୱାଲ

ରାଜୀବ ରଞ୍ଜନ ସିଂ

ଜୟନ୍ତ ସିଂ ଚୌଧୁରୀ

ଜିତିନ ପ୍ରସାଦ

ଶ୍ରୀପଦ ନାୟକ

ପଙ୍କଜ ଚୌଧୁରୀ

ଶିବସେନା ପ୍ରତାପରାଓ ଗଣପତରାଓ ଯାଦବ

କ୍ରିଷ୍ଣପାଲ ଗୁରଜର

ରାମଦାସ ଅଠାୱଲେ

8:41 PM, 9 Jun 2024 (IST)

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ

ମୋଦିଙ୍କ ତୃତୀୟ ପାଳି ଆରମ୍ଭ ହୋଇଥିବା ବେଳେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । X ସାଇଟରେ ଏକ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

8:34 PM, 9 Jun 2024 (IST)

ଅନ୍ନପୂର୍ଣ୍ଣା ଦେବୀଙ୍କ ଶପଥ ପାଠ, ମୋଦିଙ୍କ କ୍ୟାବିନେଟରେ ଦ୍ବିତୀୟ ମହିଳା

ମୋଦିଙ୍କ କ୍ୟାବିନେଟରେ ଦ୍ବିତୀୟ ମହିଳା ମନ୍ତ୍ରୀ ଭାବେ ଅନ୍ନପୂର୍ଣ୍ଣା ଦେବୀ ଶପଥ ଗ୍ରହଣ କରିଛନ୍ତି ।

8:31 PM, 9 Jun 2024 (IST)

ଚିରାଗ ପାସୱାନଙ୍କ ଶପଥ ପାଠ

ଲୋକଶକ୍ତି ଜନତା ପାର୍ଟିର ମୁଖ୍ୟ ତଥା ଅଭିନେତାରୁ ରାଜନେତା ପାଲଟିଥିବା ଚିରାଗ ପାସୱାନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିହାର ହାଜିପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

8:28 PM, 9 Jun 2024 (IST)

ଜି କିଶନ ରେଡ୍ଡୀଙ୍କ ଶପଥ ପାଠ

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଜି କିଶନ ରେଡ୍ଡୀ । ତେଲେଙ୍ଗାନା ସିକନ୍ଦରାବାଦରୁ ନିର୍ବାଚିତ ହୋଇଛନ୍ତି । 2021ରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।

8:26 PM, 9 Jun 2024 (IST)

କିରନ ରିଜିଜୁଙ୍କ ଶପଥ ପାଠ

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ କିରନ ରିଜଜୁ । ଅରୁଣାଚଳ ୱେଷ୍ଟରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । କିରନ ପୂର୍ବରୁ ଆଇନ ମନ୍ତ୍ରୀ ଓ ଭୂବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।

8:22 PM, 9 Jun 2024 (IST)

ଶପଥ ନେଲେ ହରଦ୍ବୀପ ପୁରୀ ଓ ମନସୁଖ ମାଣ୍ଡଭିୟା

ମୋଦିଙ୍କ ତୃତୀୟ ପାଳିରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ହରଦ୍ବୀପ ସିଂ ପୁରୀ ଓ ଡ. ମନସୁଖ ମାଣ୍ଡଭିୟା ।

8:17 PM, 9 Jun 2024 (IST)

ଭୂପେନ୍ଦ୍ର ଯାଦବଙ୍କ ଶପଥ ପାଠ

ବିଜେପି ନେତା ତଥା ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଥିବା ଭୂପେନ୍ଦ୍ର ଯାଦବ ମୋଦିଙ୍କ କ୍ୟାବିନେଟ ମନ୍ତ୍ର ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦିଙ୍କ ଦ୍ବିତୀୟ ପାଳରେ ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିଲେ ।

8:16 PM, 9 Jun 2024 (IST)

ବିଜେପି ନେତା ଗଜେନ୍ଦ୍ର ସିଂ ଶେଖାୱତଙ୍କ ଶପଥ ପାଠ

ରାଜସ୍ଥାନ ଯୋଧପୁର ଆସନରୁ ନିର୍ବାଚିତ ହୋଇଥିବା ସାଂସଦ ଗଜେନ୍ଦ୍ର ସିଂ ଶେଖାୱତ ମୋଦିଙ୍କ ତୃତୀୟ ପାଳିରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । 2014ରୁ ସେ ଲଗାତାର ଭାବେ ଯୋଧପୁରରୁ ନିର୍ବାଚନ ଲଢି ବିଜୟୀ ହୋଇ ଆସୁଛନ୍ତି ।

8:14 PM, 9 Jun 2024 (IST)

ଅଶ୍ବିନୀ ବୈଷ୍ଣବ ଓ ସିନ୍ଧିଆଙ୍କ ଶପଥ ପାଠ

ମୋଦିଙ୍କ ତୃତୀୟ ପାଳିରେ କ୍ୟାବିନେଟରେ ସାମିଲ ହୋଇଛନ୍ତି ଅଶ୍ବିନୀ ବୈଷ୍ଣବ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅଶ୍ବିନୀ ରେଳ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । ସେ ରାଜ୍ୟସଭା ସାଂସଦ ଅଛନ୍ତି । ସେହିପରି ସିନ୍ଧିଆ ବେସାମରିକ ଚଳାଚଳ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । ମଧ୍ୟ ପ୍ରଦେଶ ଗୁନା ଆସନରୁ ନିର୍ବାଚିତ ହୋଇଛନ୍ତି ସିନ୍ଧିଆ ।

8:11 PM, 9 Jun 2024 (IST)

ଗିରିରାଜ ସିଂଙ୍କ ଶପଥ ପାଠ

ମୋଦିଙ୍କ କ୍ୟାବିନେଟରେ ସାମିଲ ହେଲେ ଗିରିରାଜ ସିଂ । ସେ ବିହାର ବେଗୁସରାଇରୁ ନିର୍ବାଚିତ ହୋଇଛନ୍ତି ଗିରିରାଜ ସିଂ ।

8:08 PM, 9 Jun 2024 (IST)

ଜୁଏଲ ଓରାମଙ୍କ ଶପଥ ପାଠ

ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି ଜୁଏଲ ଓରାମ । ସେ ପୂର୍ବରୁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ପୂର୍ବରୁ ସାଂସଦ ରହିଛନ୍ତି ଓରାମ ।

8:04 PM, 9 Jun 2024 (IST)

ପ୍ରହ୍ଲାଦ ଯୋଶୀଙ୍କ ଶପଥ ପାଠ

ମୋଦିଙ୍କ ତୃତୀୟ ପାଳି ଆରମ୍ଭ ହୋଇଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରହ୍ଲାଦ ଯୋଶୀ । ସେ ମୋଦିଙ୍କ ଦ୍ବିତୀୟ ପାଳିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।

8:03 PM, 9 Jun 2024 (IST)

TDP ନେତା କେ ରାମ ମୋହନ ନାଇଡୁଙ୍କ ଶପଥ ପାଠ

ତେଲୁଗୁ ଦେଶମ ପାର୍ଟି (TDP) ନେତା କିଞ୍ଜାରାପୁ ରାମ ମୋହନ ନାଇଡୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

7:59 PM, 9 Jun 2024 (IST)

ମୋଦିଙ୍କ କ୍ୟାବିନେଟରେ ସର୍ବାନନ୍ଦ ସୋନୱାଲ ଓ ଲଲନ ସିଂ

ଆସାମରୁ ଦିବ୍ରୁଗଡ଼ରୁ ନିର୍ବାଚିତ ସାଂସଦ ସର୍ବାନନ୍ଦ ସୋନୱାଲ ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି । ସେହିପରି ଜେଡିୟୁ ନେତା ଲଲନ ସିଂଙ୍କ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

7:57 PM, 9 Jun 2024 (IST)

ମୋଦିଙ୍କ କ୍ୟାବିନେଟରେ ଜୀତନରାମ ମାଞ୍ଝୀ

ହାମ୍‌ ଦଳର ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି । ସେ ଗୟା ଆସନରୁ ନିର୍ବାଚିତ ହୋଇଛନ୍ତି । 2014ରେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ ।

7:53 PM, 9 Jun 2024 (IST)

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ଉଜ୍ଜ୍ବଳା ମ୍ୟାନ ଭାବେ ପରିଚିତ ତଥା ଓଡ଼ିଆ ପୁଅ ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି । ସମ୍ବଲପୁରରୁ ସାଂସଦ ଭାବେ ବିପୁଳ ବିଜୟ ହାସଲ କରିଛନ୍ତି । ପୂର୍ବରୁ ପେଟ୍ରୋଲିୟମ ଓ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି ।

7:51 PM, 9 Jun 2024 (IST)

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ପୀୟୂଷ ଗୋୟଲ ଓ କୁମାରସ୍ବାମୀ

ମୁମ୍ବାଇ ନର୍ଥରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଛନ୍ତି । ଏଚ.ଡି କୁମାରସ୍ବାମୀ ମଧ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ସେ କର୍ଣ୍ଣାଟକ ମାଣ୍ଡ୍ୟା ଆସନରୁ ନିର୍ବାଚିତ ହୋଇଛନ୍ତି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡ଼ାଙ୍କ ପୁତ୍ର ।

7:46 PM, 9 Jun 2024 (IST)

କ୍ୟାବିନେଟ ମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟରଙ୍କ ଶପଥ ପାଠ

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି । ସେ ରାଜ୍ୟରେ ପ୍ରାୟ 10ବର୍ଷ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଛନ୍ତି ।

7:44 PM, 9 Jun 2024 (IST)

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଏସ. ଜୟଶଙ୍କର

କ୍ୟାବିନେଟ ମନ୍ତ୍ରୀ ଭାବେ ସୁବ୍ରମଣ୍ୟମ ଜୟଶଙ୍କର ଶପଥ ଗ୍ରହଣ କରିଛନ୍ତି । ସେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । ଭାରତର ପୂର୍ବ ବୈଦେଶିକ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କୂଟନୈତିକ ଓ ଆନ୍ତର୍ଜାତିକ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି ।

7:42 PM, 9 Jun 2024 (IST)

କ୍ୟାବିନେଟ ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କ ଶପଥ ପାଠ

କ୍ୟାବିନେଟ ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଶପଥ ଗ୍ରହଣ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି ସୀତାରମଣ ।

7:38 PM, 9 Jun 2024 (IST)

କ୍ୟାବିନେଟ ମନ୍ତ୍ରୀ ଭାବେ ଶିବରାଜ ସିଂ ଚୌହାନଙ୍କ ଶପଥ ଗ୍ରହଣ

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ବିଦିଶାରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଶିବରାଜ ସିଂଙ୍କ ନେତୃତ୍ବରେ ରାଜ୍ୟରେ ବିଜେପିକୁ ଅପୂର୍ବ ସଫଳତା ମିଳିଛି ।

7:35 PM, 9 Jun 2024 (IST)

କ୍ୟାବିନେଟ ମନ୍ତ୍ରୀ ଭାବେ ଶାହ-ଗଡକରୀ-ନଡ୍ଡାଙ୍କ ଶପଥ ପାଠ

ବିଜେପି ନେତା ଅମିତ ଶାହ ଓ ନୀତିନ ଗଡ଼କରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

7:32 PM, 9 Jun 2024 (IST)

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ରାଜନାଥ ସିଂ

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ରାଜନାଥ ସିଂ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

7:25 PM, 9 Jun 2024 (IST)

ଶପଥ ନେଲେ ନରେନ୍ଦ୍ର ମୋଦି

କ୍ରମାଗତ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

7:23 PM, 9 Jun 2024 (IST)

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭ ଆଗମନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ସମାରୋହରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ପହଞ୍ଚିବା ପରେ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଗାନ କରାଯାଇଛି ।

7:16 PM, 9 Jun 2024 (IST)

ପହଞ୍ଚିଲେ ନରେନ୍ଦ୍ର ମୋଦି

ଶପଥ ଗ୍ରହଣ ସମାରୋହରେ ସମସ୍ତ ଅତିଥିଙ୍କ ପରେ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି । ସମସ୍ତଙ୍କୁ ହାତ ଯୋଡ଼ି ପ୍ରଣାମ କରିଛନ୍ତି ମୋଦି । ସମାରୋହରେ ଉପସ୍ଥିତ ଥିବା ଅତିଥି ବୃନ୍ଦ ମଧ୍ୟ ମୋଦିଙ୍କୁ କରତାଳି ସହ ସ୍ବାଗତ କରିଛନ୍ତି ।

7:13 PM, 9 Jun 2024 (IST)

ପହଞ୍ଚିଲେ ମରିସସ ପ୍ରଧାନମନ୍ତ୍ରୀ

ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ମଧ୍ୟ ଏହି ଭବ୍ୟ ସମାରୋହରେ ସାମିଲ ହୋଇଛନ୍ତି ।

7:10 PM, 9 Jun 2024 (IST)

ପହଞ୍ଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ

ବିଶ୍ବନେତାଙ୍କ ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ମଧ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ଭାରତର ପଡ଼ୋଶୀ ରାଷ୍ଟ୍ର ଭାବେ ଶ୍ରୀଲଙ୍କା ସହିତ ଭାରତର ଉତ୍ତମ ସମ୍ପର୍କ ରହିଛି ।

7:06 PM, 9 Jun 2024 (IST)

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ମାଳଦ୍ବୀପ ରାଷ୍ଟ୍ରପତି ମୋଇଜୁ

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ । ମାଳଦ୍ବୀପର ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବା ପରେ ଏହା ମୋଇଜୁଙ୍କ ପ୍ରଥମ ଭାରତ ଗସ୍ତ । ନିକଟରେ ଲାକ୍ଷାଦ୍ବୀପକୁ ନେଇ ଭାରତ ଓ ମାଳଦ୍ବୀପ ମଧ୍ୟରେ ଦେଖିବାକୁ ମିଳିଥିଲା ବିବାଦ । ଫଳରେ ମୋଇଜୁଙ୍କ ଉପସ୍ଥିତି ଗୁରୁତ୍ବ ବହନ କରୁଛି ।

7:03 PM, 9 Jun 2024 (IST)

ପହଞ୍ଚିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ଆଉ କିଛି ସମୟ ପରେ କ୍ରମାଗତ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ।

6:54 PM, 9 Jun 2024 (IST)

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ବଲିଉଡ କ୍ବିନ କଙ୍ଗନା

ବଲିଉଡରୁ ଲୋକପ୍ରିୟତା ହାସଲ କରିବା ପରେ ରାଜନୀତିରେ ବି ସୁପରହିଟ ହୋଇଛନ୍ତି ବଲିଉଡ କ୍ବିନ କଙ୍ଗନା ରଣାୱତ । ଗୃହ ରାଜ୍ୟ ହିମାଚଳ ପ୍ରଦେଶ ମଣ୍ଡିରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ନବନିର୍ବାଚିତ ସାଂସଦ କଙ୍ଗନା ମଧ୍ୟ ସମାରୋହରେ ସାମିଲ ହୋଇଛନ୍ତି ।

6:51 PM, 9 Jun 2024 (IST)

ସମାରୋହରେ ସାମିଲ ହେବା ପାଇଁ ପହଞ୍ଚିଲେ ଗୌତମ ଆଦାନି

ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନି ଓ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପରିବାର ସମାରୋହରେ ସାମିଲ ହୋଇଛନ୍ତି ।

6:48 PM, 9 Jun 2024 (IST)

ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଶେଷ, ପହଞ୍ଚୁଛନ୍ତି ନେତା-ଅଭିନେତା

ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଉ କିଛି ସମୟରେ ଆରମ୍ଭ ହେବ ଭବ୍ୟ ସମାରୋହ । ରାଷ୍ଟ୍ରପତି ଭବନରେ ପହଞ୍ଚୁଛନ୍ତି ନେତା ଓ ଅଭିନେତା । ଅଶ୍ବିନୀ ବୈଷ୍ଣବ, ଶିବରାଜ ସିଂ ଚୌହାନ, ନିର୍ମଳୀ ସୀତାରମଣ, ଅମିତ ଶାହଙ୍କ ସମେତ ବଲିଉଡ ବାଦଶାହ ଶାହାରୁଖ ଖାନ, ଅକ୍ଷୟ କୁମାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ।

Last Updated : Jun 9, 2024, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.