ETV Bharat / bharat

ଜନାଦେଶ ୨୦୨୪: କେଉଁ ତାରକାଙ୍କ ଉପରେ ଜନତାଙ୍କ ଆଶୀର୍ବାଦ, ଆଗେଇ ଚାଲିଛନ୍ତି କୁଇନ - Lok Sabha Election 2024 Result

author img

By ETV Bharat Odisha Team

Published : Jun 4, 2024, 12:24 PM IST

Updated : Jun 4, 2024, 12:36 PM IST

Lok Sabha Election Results 2024: ଚାଲିଛି ଭୋଟ ଗଣତି । ଏଥର ଲୋକସଭା ନିର୍ବାଚନରେ ଅନେକ ତାରକାଙ୍କ ଭାଗ୍ୟ ପରୀକ୍ଷା ହୋଇଥିବା ବେଳେ ଆଜି ଆସିବ ଫଳାଫଳ । ତେବେ ତାରକାମାନେ ବଲିଉଡ ପରି ରାଜନୀତିରେ ମଧ୍ୟ ନିଜର ଜଲୱା ଦେଖାଇପାରୁଛନ୍ତି କି ନାହିଁ ତାହା ଆଜି ଜଣାପଡିବ । ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ଗଣନାରେ କିଏ ଆଗରେ ଏବଂ କିଏ ପଛରେ ଅଛନ୍ତି ? ଜାଣନ୍ତୁ,

ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ
ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ (ETV Bharat odisha)

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ଗଣନା ଜାରି ରହିଛି । ଇଣ୍ଡିଆ ଆଲାଇନ୍ସ ଏବଂ ଏନଡିଏ ମଧ୍ୟରେ କଡ଼ା ପ୍ରତିଯୋଗିତା ରହିଛି । ଏଥିସହ ଅନେକ ଚଳଚ୍ଚିତ୍ର ତାରକା ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ତାରକାମାନେ ବଲିଉଡ ପରି ରାଜନୀତିରେ ମଧ୍ୟ ନିଜର ଜଲୱା ଦେଖାଇପାରୁଛନ୍ତି କି ନାହିଁ ତାହା କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ତେବେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି କଙ୍ଗନା ରାଣାୱତ । ସେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ସେହିପରି ରାମାୟଣର 'ରାମ' ଫେମ ତାରକା ଅରୁଣ ଗୋଭିଲ ମଧ୍ୟ ବିଜେପି ପ୍ରାର୍ଥୀ ମେରଟରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଲୋକସଭା ନିର୍ବାଚନ ୨୦୨୪ର ଗଣନା ସମୟରେ, ଆସନ୍ତୁ ଜାଣିବା କିଏ ଆଗେଇ ଏବଂ କିଏ ପଛରେ ରହିଛନ୍ତି ।

ଜନାଦେଶ ୨୦୨୪
ଜନାଦେଶ ୨୦୨୪ (ETV Bharat Odisha)

ଲୋକସଭା ନିର୍ବାଚନରେ ​​୨୦୨୪ (ଫଳାଫଳ)ରେ ଏହି ତାରକାମାନଙ୍କର ଭାଗ୍ୟ ସ୍ଥିର ହେବ

  • କଙ୍ଗନା ରାଣାୱତ- ମଣ୍ଡି (ହିମାଚଳ ପ୍ରଦେଶ)- ୩୪ ହଜାର ଭୋଟରେ ଆଗୁଆ (ବିଜେପି)
  • ଅରୁଣ ଗୋଭିଲ- ମେରଟ (ଉତ୍ତରପ୍ରଦେଶ)- ୨୨ ହଜାର ଭୋଟରେ ଆଗୁଆ (ବିଜେପି)
  • ରବି କିଶନ - ଗୋରଖପୁର (ଉତ୍ତରପ୍ରଦେଶ)- ୧୬,୬୬୩ ଭୋଟରେ ଆଗୁଆ (ବିଜେପି)
  • ମନୋଜ ତିୱାରୀ-(ଉତ୍ତର ପୂର୍ବ ଦିଲ୍ଲୀ)- ୩୬୫୭୪ ଭୋଟରେ ଆଗୁଆ (ବିଜେପି)
  • ହେମା ମାଳିନୀ- ମଥୁରା (ଉତ୍ତରପ୍ରଦେଶ)- ୧୦୦୬୦୩ ଭୋଟରେ ଆଗୁଆ (ବିଜେପି)
  • ସ୍ମୃତି ଇରାନୀ - ଆମେଠି (ଉତ୍ତରପ୍ରଦେଶ)- ୨୪୫୧୬ ଭୋଟରେ ପଛୁଆ (ବିଜେପି)
  • ପୱନ କଲ୍ୟାଣ-ପିଠାପୁରମ-(ଆନ୍ଧ୍ରପ୍ରଦେଶ)-୧୩ ହଜାରରୁ ଅଧିକ ଭୋଟରେ ଆଗୁଆ (ଜନସେନା ପାର୍ଟି ମୁଖ୍ୟ)
  • ସାୟୋନି ଘୋଷ- ଯାଦବପୁର- (ପଶ୍ଚିମବଙ୍ଗ)- ୪୩୫୬୦ ଭୋଟରେ ଆଗୁଆ (ଟିଏମସି)
  • ଶତ୍ରୁଘ୍ନ ସିହ୍ନା - ଆସାନସୋଲ୍ (ପଶ୍ଚିମବଙ୍ଗ)- ୪୩୦୨ ଭୋଟରେ ଆଗୁଆ (ଟିଏମସି)
  • ପୱନ ସିଂ- କରକାଟ(ବିହାର)- ୧୨୨୩୬ ଭୋଟରେ ପଛୁଆ (ସ୍ୱାଧୀନ)
  • ଲକେତ ଚାଟର୍ଜି- ହୁଗଲି (ପଶ୍ଚିମବଙ୍ଗ)-୯୯୩୫ ଭୋଟରେ ପଛୁଆ (ବିଜେପି)
  • ଦୀନେଶ ଲାଲ ଯାଦବ- ନିରୁହୁଆ- ଆଜମଗଡ-(ଉତ୍ତରପ୍ରଦେଶ)- ୨୨୩୦୫ ଭୋଟରେ ପଛୁଆ (ବିଜେପି)
  • କାଜଲ ନିଶାଦ- ଗୋରଖପୁର (ୟୁପି)- ୧୬୬୬୩ ଭୋଟରେ ପଛୁଆ(ସମାଜବାଦି ପାର୍ଟି)

କହିରଖୁଛୁ କି, ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ମଧ୍ୟ ପୂର୍ବ ଥରି ପରି ଏଥର ଉତ୍ତର ପ୍ରଦେଶର ମଥୁରା ଆସନରୁ ନିର୍ବାଚନ ଲଢୁଛନ୍ତି । 2014ରେ ନିର୍ବାଚନୀ ଏଣ୍ଟ୍ରି ମାରିଥିବା ହେମାମାଳିନୀ 2019ରେ ମଧ୍ୟ ଏହି ଆସନରେ ବିଜୟ ଲାଭ କରିଥିଲେ । ଏହା ତାଙ୍କର ମଥୁରାରୁ ତୃତୀୟ କ୍ରମାଗତ ପ୍ରତିଦ୍ବନ୍ଦ୍ବିତା । ସେହିପରି ଅଭିନେତା ଅରୁଣ ଗୋଭିଲ 2019ରେ ଉତ୍ତର ପ୍ରଦେଶର ମେରଟରୁ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଅଗ୍ରଓ୍ବାଲ ବିଏସପି ପ୍ରାର୍ଥୀ ହାଜି ମହମ୍ମଦ ୟାକୁବଙ୍କୁ ରେକର୍ଡ ସଂଖ୍ୟକ 5 ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ପୁଣି ଦଳ ତାଙ୍କୁ ଟିକେଟ ଦେଇଥିବା ବେଳେ ଏଥର ମଧ୍ୟ ଏହି ବ୍ୟବଧାନ ସହ ଅରୁଣ ବିଜୟୀ ହେବେ ବୋଲି ଜଣାପଡିଛି । ସେପଟେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ ପ୍ରଥମ ଥର ପାଇଁ ଟିକେଟ ପାଇବା ସହ ରାଜନୀତିରେ ଏଣ୍ଟ୍ରି କରିଛନ୍ତି । ରବି କିଶନ ୨୦୧୯ ଲୋକସଭା ନିର୍ବାଚନରେ ​​ଉତ୍ତରପ୍ରଦେଶର ଗୋରଖପୁର ଆସନରୁ ଜିତିଥିଲେ । ତେବେ ଅଭିନେତା ପୁଣି ଗୋରଖପୁରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମନୋଜ ତିୱାରୀ ୨୦୧୪ ଏବଂ ୨୦୧୯ରେ ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ସେ ପୁଣି ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପରଦା ନୁହେଁ ମଇଦାନରେ ଭାଗ୍ୟ ପରୀକ୍ଷା, ନିର୍ବାଚନ ଲଢୁଛନ୍ତି ଏସବୁ ଷ୍ଟାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 4, 2024, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.