ETV Bharat / bharat

ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ? ଏହି ନାମ ସାମିଲ - Mobi cabinet Formation - MOBI CABINET FORMATION

List of Ministers likely to get Minister posts: କିଛି ସମୟ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତାଙ୍କ ସହିତ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିବେ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବେ ସାମିଲ ? କାହାକୁ କେଉଁ ବିଭାଗ ମିଳିବ ? କିଏ ନୂଆ କରି ମନ୍ତ୍ରୀ ପଦ ସମ୍ଭାଳିବେ ? ପୁରୁଣା ଚେହେରା ଭାବରେ କିଏ ରହିବେ ? ଏ ନେଇ ଅନେକଙ୍କ ନାଁ ଚର୍ଚ୍ଚା ହେଉଛି । ଜାଣନ୍ତୁ

Narendra Modi oath taking ceremony
Narendra Modi oath taking ceremony (ETV Bharat Odisha)
author img

By ETV Bharat Odisha Team

Published : Jun 9, 2024, 5:22 PM IST

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା । କ୍ରମାଗତ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା 7ଟା 15 ମିନିଟରେ ଏନଡିଏ ନେତା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ । ମିଡିଆ ରିପୋର୍ଟ ଅନୁସାରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସାଂସଦଙ୍କୁ ନେଇ ଚର୍ଚ୍ଚା ହେଉଛି । ଏମାନଙ୍କ ମଧ୍ୟରେ ରାଜନାଥ ସିଂ, ଶିବରାଜ ଚୌହାନ, ନୀତିନ ଗଡ଼କରୀ ମଧ୍ୟ ସାମିଲ ଅଛନ୍ତି । ଓଡ଼ିଶାରୁ 2 ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଏଥର ବିଜେପି ଏହାର ସହଯୋଗୀମାନଙ୍କ ଉପରେ ନିର୍ଭରଶୀଳ । ସରକାର ଗଠନ କରିବା ଲାଗି ନୀତିଶ କୁମାରଙ୍କ JDU ଓ ଚନ୍ଦ୍ରବାବୁ ନାଇଡୁଙ୍କ TDPର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହୁଛି । ଉଭୟ ଦଳ ଏନଡିଏ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନେ ବିଜେପି ସହିତ ରହିବେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କହିବା କଥା ସେ ଚାହୁଁଛନ୍ତି ଯେ କେନ୍ଦ୍ର ସରକାର ବିହାରର ଅସମାପ୍ତ କାର୍ଯ୍ୟଗୁଡିକୁ ସମାପ୍ତ କରୁ । ଏଣୁ ସେ ବିଜେପି ସହିତ ଅଛନ୍ତି । ସେପଟେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ତଥା ଦୂରଦୃଷ୍ଟି ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ।

ଏହା ବି ପଢନ୍ତୁ- ସନ୍ଧ୍ୟାରେ ଶପଥ ନେବେ ମୋଦି: 30 ମନ୍ତ୍ରୀ ନେଇପାରନ୍ତି ଶପଥ, ନୀତିଶ-ନାଇଡୁଙ୍କୁ ମିଳିପାରେ ଏହି ମନ୍ତ୍ରଣାଳୟ

ଗତ ଶୁକ୍ରବାର ଜାତୀୟ ରାଜଧାନୀ ଦିଲ୍ଲୀରେ ବସିଥିଲା ଏନଡିଏ ସଂସଦୀୟ ଦଳ ବୈଠକ । ଏହି ବୈଠକରେ ମେଣ୍ଟର ସଦସ୍ୟ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ନିଜର ନେତା ବାଛିଥିଲେ । ପୁରୁଣା ସଂସଦ ଭବନରେ ଏହି ବୈଠକର ଆୟୋଜନ କରାଯାଇଥିବା ବେଳେ ଏନଡିଏ ମେଣ୍ଟର ନବନିର୍ବାଚିତ ସାଂସଦ ଓ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ । ଅନ୍ୟପଟେ ଶପଥ ଗ୍ରହଣ ସମାରୋହ ପାଖେଇ ଆସୁଥିବା ବେଳେ କିଏ ମନ୍ତ୍ରୀ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବେ ସାମିଲ ? କାହାକୁ କେଉଁ ବିଭାଗ ମିଳିବ ? କିଏ ନୂଆ କରି ମନ୍ତ୍ରୀ ପଦ ସମ୍ଭାଳିବେ ? ପୁରୁଣା ଚେହେରା ଭାବରେ କିଏ ରହିବେ ? ଏଭଳି ଅନେକ ଚର୍ଚ୍ଚା ହେଉଛି । ବିଜେପି ଅର୍ଥ, ପ୍ରତିରକ୍ଷା, ବୈଦେଶିକ, ଗୃହ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିବାକୁ ଚାହୁଁଛି ।

କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ମୋହର ବାଜିବାକୁ ଥିବା ସାଂସଦମାନଙ୍କ ମଧ୍ୟରେ ରାଜନାଥ ସିଂ, ଶିବରାଜ ଚୌହାନ, ନିତୀନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଚିରାଗ ପାସୱାନ, ଜୟନ୍ତ ଚୌଧୁରୀ, ଜିତନ ରାମ ମାଞ୍ଝୀ ଓ ଲଲନ ସିଂ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ ଏସ. ଜୟଶଙ୍କର ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବେ ଶପଥ ପାଠ କରିପାରନ୍ତି ବୋଲି କୁହାଯାଉଛି ।

ମୋଦିଙ୍କ ସମ୍ଭାବ୍ୟ ମନ୍ତ୍ରୀ:-

ଏସ ଜୟଶଙ୍କର, ଜିତେନ୍ଦ୍ର ସିଂ, ପୀୟୁଷ ଗୋୟଲ, ହରଦୀପ ସିଂ ପୁରୀ, ନିର୍ମଳା ସୀତା ରମଣ, ଅର୍ଜୁନ ରାମ ମେଘୱାଲ, ନିତ୍ୟାନନ୍ଦ ରାୟ, ଅନ୍ନାମଲାଇ, କୁମାର ସ୍ବାମୀ, ଧର୍ମେନ୍ଦ୍ର ପ୍ରଧାନ, ସର୍ବାନନ୍ଦ ସୋନୋୱାଲ, ରକ୍ଷା ଖଡସେ, କିରଣ ରିଜିଜୁ, ଜି.କିଶନ ରେଡ୍ଡୀ, ହର୍ଷ ମଲହୋତ୍ରା, ଅନୁପ୍ରିୟା ପଟେଲ, ମନୋହର ଲାଲ ଖଟ୍ଟର, ଅଶ୍ବିନୀ ବୈଷ୍ଣବ, ଶାନ୍ତନୁ ଠାକୁର, ରାଓ ଇନ୍ଦ୍ରଜିତ ସିଂ, ଜୁଏଲ ଓରାମ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓ, ରୱନିତ ସିଂ ବିଟ୍ଟୁ, ମୋହନ ନାଇଡୁ, କୀର୍ତ୍ତିବର୍ଦ୍ଧନ ସିଂ, ବି.ଏଲ ବର୍ମା, ଗଜେନ୍ଦ୍ର ଶେଖାୱତ, ଭାଗିରଥୀ ଚୌଧୁରୀ, ସି.ଆର ପଟେଲଙ୍କ ନାଁ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.