ETV Bharat / bharat

ସରିଲା ସପ୍ତମ ପର୍ଯ୍ୟାୟ ନିର୍ବାଚନ; ହାରାହାରି 59.53% ଭୋଟିଂ, ଜୁନ 4ରେ ଫଳାଫଳ - LOK SABHA ELECTION SEVENTH PHASE

author img

By ETV Bharat Odisha Team

Published : Jun 1, 2024, 7:05 AM IST

Updated : Jun 1, 2024, 9:11 PM IST

LOK SABHA ELECTION
LOK SABHA ELECTION

21:07 June 01

ସରିଲା ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ; ହାରାହାରି 59.53% ମତଦାନ ରେକର୍ଡ

LOK SABHA ELECTION
LOK SABHA ELECTION

ଶେଷ ହୋଇଛି ଲୋକସଭା ନିର୍ବାଚନ 2024ର ସପ୍ତମ ବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ହାରାହାରି 59.53% ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ 69.89 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେହିପରି ବିହାରରେ ସର୍ବନିମ୍ନ 50.98 ପ୍ରତିଶତ ମତଦାନ ହୋଇଛି ।

18:28 June 01

ସରିଲା ସପ୍ତମ ପର୍ଯ୍ୟାୟ ନିର୍ବାଚନ

ସନ୍ଧ୍ୟା 6ଟା ସୁଦ୍ଧା ଶେଷ ହୋଇଛି 2024 ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ।

17:45 June 01

ସନ୍ଧ୍ୟା 5ଟା ସୁଦ୍ଧା 58.34% ଭୋଟିଂ ରେକର୍ଡ

LOK SABHA ELECTION
LOK SABHA ELECTION

ଶେଷ ପର୍ଯ୍ୟାୟ ମତଦାନରେ ଦେଶରେ ସନ୍ଧ୍ୟା 5ଟା ସୁଦ୍ଧା 58.34% ଭୋଟିଂ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ 69.89 ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ମତଦାନ 48.86 ପ୍ରତିଶତ ବିହାରରେ ରେକର୍ଡ ହୋଇଛି । ଆଉ କେଉଁ ରାଜ୍ୟରେ କେତେ ପ୍ରତିଶତ ମତଦାନ ହୋଇଛି ବିସ୍ତୃତ ଭାବରେ ଜାଣନ୍ତୁ

15:34 June 01

ଅପରାହ୍ନ 3ଟା ସୁଦ୍ଧା 49.68% ଭୋଟିଂ

LOK SABHA ELECTION
LOK SABHA ELECTION

ଅପରାହ୍ନ 3ଟା ସୁଦ୍ଧା ଦେଶରେ 49.68 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ବିହାରରେ 42.95%, ଚଣ୍ଡିଗଡ଼ରେ 52.61%, ହିମାଚଳ ପ୍ରଦେଶରେ 58.41%, ଝାଡ଼ଖଣ୍ଡରେ 60.14%, ଓଡ଼ିଶାରରେ 49.77%, ପଞ୍ଜାବରେ 46.38%, ଉତ୍ତର ପ୍ରଦେଶରେ 46.83% ଓ ପଶ୍ଚିମବଙ୍ଗରେ 58.46% ମତଦାନ ରେକର୍ଡ ହୋଇଛି ।

13:44 June 01

ଦିନ 1ଟା ସୁଦ୍ଧା 40.09% ଭୋଟିଂ

1pm voting
1pm voting

ନୂଆଦିଲ୍ଲୀ: ସକାଳ 1ଟା ସୁଦ୍ଧା ଦେଶରେ 40.09 ପ୍ରତିଶତ ଭୋଟିଂ ହୋଇଛି । ବିହାରର 35.65, ହିମାଚଳ ପ୍ରଦେଶରେ 48.63, ଝାଡଖଣ୍ଡରେ 46.80, ଓଡିଶାରେ 37.64, ପଞ୍ଜାବରେ 39.31, ଉତ୍ତରପ୍ରଦେଶରେ 39.31, ପଶ୍ଚିମବଙ୍ଗରେ 45.07 ଏବଂ ଚଣ୍ଡିଗଡରେ 40.14 ପ୍ରତିଶତ ମତଦାନ ହୋଇଛି ।

13:03 June 01

ଭୋଟର ଦେଲେ ଆୟୁଷ୍ମାନ ଖୁରାନା

ଚଣ୍ଡିଗଡ: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଓଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା । ଚଣ୍ଡିଗଡ଼ର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇ ଆଙ୍ଗୁଠି ଦେଖାଇଛନ୍ତି । ସେ କହିଛନ୍ତି, "ଭୋଟ ଦେଇ ମୋ ଅଧିକାର ସାବ୍ୟସ୍ତ କରିବା ପାଇଁ ମୋ ସହରକୁ ଆସିଛି । ମୁମ୍ବାରେ କମ୍ ପ୍ରତିଶତ ଭୋଟିଂ ହୋଇଥିଲା । କିନ୍ତୁ ଆମକୁ ରେକର୍ଡ ସଂଖ୍ୟକ ଭୋଟ ଦେବା ଉଚିତ ।"

12:59 June 01

ଘୋଡାରେ ଆସି ଭୋଟ ଦେଲେ ଭୋଟର

ଲକ୍ଷ୍ନୌ: ଉତ୍ତରପ୍ରଦେଶର 13ଟି ଆସନରେ ଜାରି ରହିଛି ଭୋଟିଂ । ତେବେ ସକାଳ 7ଟାରୁ ଶାନ୍ତିଶୃଙ୍ଖଳାର ସହିତ ଜାରି ରହିଛି ଭୋଟିଂ । ଏହାରି ଭିତରେ ଜଣେ ଭୋଟର ଘୋଡାରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । କୁଶିନଗରର ଏକ ମତଦାନ କେନ୍ଦ୍ରକୁ ଆସି ସେ ଭୋଟ ଦେଇଛନ୍ତି । ତେବେ 2012 ପରଠାରୁ ହୋଇଥିବା ନିର୍ବାଚନରେ ସେ କେବଳ ଘୋଡାରେ ଆସି ମତସାବ୍ୟସ୍ତ କରିଥିବା କଥା କହିଛନ୍ତି ।

12:24 June 01

ମତ ସାବ୍ୟସ୍ତ କଲେ ତେଜସ୍ବୀ ଯାଦବ

ପାଟନା: ବିହାରର 8ଟି ଆସନରେ ଜାରି ରହିଛି ମତଦାନ । ଏହି କ୍ରମରେ ପାଟନାର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ ଯାଦବ ।

11:37 June 01

ଦିନ 11ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଦିନ 11ଟା ସୁଦ୍ଧା ଦେଶରେ 26.30 ପ୍ରତିଶତ ଭୋଟିଂ ହୋଇଛି । ବିହାରର 24.25, ହିମାଚଳ ପ୍ରଦେଶରେ 31.92, ଝାଡଖଣ୍ଡରେ 29.55, ଓଡିଶାରେ 22.97, ପଞ୍ଜାବରେ 23.91, ଉତ୍ତରପ୍ରଦେଶରେ 28.02, ପଶ୍ଚିମବଙ୍ଗରେ 28.10 ଏବଂ ଚଣ୍ଡିଗଡରେ 25.03 ପ୍ରତିଶତ ମତଦାନ ହୋଇଛି ।

11:33 June 01

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ

ଶିମଲା: ଭୋଟ୍ ଦେଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ । ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ହାମିରପୁରର ଏକ ମତଦାନ କେନ୍ଦ୍ରକୁ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି ।

10:55 June 01

ଭୋଟ ଦେଲେ ସୁଦୀପ ବନ୍ଦୋପାଧ୍ୟାୟ

କୋଲକାତା: ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସୁଦୀପ ବନ୍ଦୋପାଧ୍ୟାୟ । ପରିବାର ସହିତ ଆସି ସେ ଭୋଟ ଦେଇଛନ୍ତି । ସେ ଭୋଟ ଦେବା ପରେ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, "ମୁଁ ଭୋଟ ଦେଇଛି । ବର୍ତ୍ତମାନ ମୁଁ ମୁଁ ମୋ ନିର୍ବାଚନମଣ୍ଡଳୀରେ ବୁଲିବି । ମୁଁ 5ମ ଥର ପାଇଁ ଜିତିବି ।"

09:39 June 01

ସକାଳ 9ଟା ସୁଦ୍ଧା ଦେଶରେ 11.31% ଭୋଟିଂ

voting percentage
voting percentage

ନୂଆଦିଲ୍ଲୀ: ସକାଳ 9ଟା ସୁଦ୍ଧା ଦେଶରେ 11.31 ପ୍ରତିଶତ ଭୋଟିଂ ହୋଇଛି । ବିହାରର 10.58, ହିମାଚଳ ପ୍ରଦେଶରେ 14.35, ଝାଡଖଣ୍ଡରେ 12.15, ଓଡିଶାରେ 7.69, ପଞ୍ଜାବରେ 9.64, ଉତ୍ତରପ୍ରଦେଶରେ 12.94, ପଶ୍ଚିମବଙ୍ଗରେ 12.63 ଏବଂ ଚଣ୍ଡିଗଡରେ 11.64 ପ୍ରତିଶତ ମତଦାନ ହୋଇଛି ।

09:24 June 01

ମତ ସାବ୍ୟସ୍ତ କଲେ କଙ୍ଗନା ରଣାଓ୍ବତ

ଶିମଲା: ମତଦାନ କଲେ ବଲିଉଡ କୁଇନ ତଥା ମଣ୍ଡି ଲୋକସଭା ବିଜେପି ପ୍ରାର୍ଥୀ କଙ୍ଗନା ରଣାଓ୍ବତ । ମଣ୍ଡିର ଏକ ମତଦାନ କେନ୍ଦ୍ରକୁ ଆସି ସେ ଭୋଟ ଦେଇଛନ୍ତି । ପ୍ରକାଶଥାଉକି, ମଣ୍ଡି ଲୋକସଭା ଆସନରୁ କଂଗ୍ରେସ ବିକ୍ରମାଦିତ୍ୟ ସିଂଙ୍କୁ ମୈଦାନକୁ ଓହ୍ଲାଇଛି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି ।

08:55 June 01

ଭୋଟ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ସେ ନିଜ ସ୍ତ୍ରୀ ଡ. ଗୁରୁପ୍ରିତ କୌରଙ୍କ ସହ ସଙ୍ଗରୁରର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ଏହି ଆସନରେ କଂଗ୍ରେସର ମୁଖପାଲ ସିଂ, ବିଜେପିର ଅରବିନ୍ଦ ଖାନ୍ନା, ଆପର ଗୁରମିତ ସିଂ ମିତ ହାୟର ଏବଂ ଶିରୋମଣି ଅକାଳୀର ଦଳରୁ ଇକବଲ ସିଂ ଏବଂ ଅମୃତସର ଆସନରୁ ସିମରଞ୍ଜିତ ସିଂ ମାନ୍ ପ୍ରତିଦ୍ବନ୍ଦିତା କରୁଛନ୍ତି ।

08:50 June 01

ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଶିମଲା: ବାପାଙ୍କ ସହ ଆସି ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ପ୍ରକାଶଥାଉକି ହାମିରପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ଅନୁରାଗ । ତେବେ ତାଙ୍କ ବିରୋଧରେ କଂଗ୍ରେସ ସତପଲ ସିଂ ରାଇଜାଦାକୁ ମଇଦାନକୁ ଓହ୍ଲାଇଛି ।

08:29 June 01

ପରିବାର ସହ ଆସି ଭୋଟ ଦେଲେ ଲାଲୁ ଯାଦବ

ପାଟନା: ସପରିବାର ଆସି ଭୋଟ ଦେଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ରାବ୍ରୀ ଦେବୀ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଆସି ପାଟନାର ଏକ ବୁଥରେ ଭୋଟ ଦେଇଛନ୍ତି । ପ୍ରକାଶଥାଉକି ଶରଣରୁ ନିର୍ବାଚନ ଲଢୁଛନ୍ତି ରୋହିଣା ଆଚାର୍ଯ୍ୟ । ତେବେ ଭୋଟ ଦେବା ପରେ ରାବ୍ରି ଦେବୀ କହିଛତନ୍ତି, "ଆମେ ବିହାରରେ ସମସ୍ତ 40 ସିଟରେ ଜିତିବୁ । ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବ ।"

08:25 June 01

କେଉଁ ଲୋକସଭା ଆସନରେ କେତେ ଜଣ ପ୍ରାର୍ଥୀ

state wise candidate
state wise candidate

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯାୟ ମତଦାନ । ସପ୍ତମ ପର୍ଯ୍ୟାୟରେ ମୈଦାନରେ ମୋଟ 904 ପ୍ରାର୍ଥୀ ରହିଛନ୍ତି । 7ଟି ଲୋକସଭା ଆସନ ସହିତ ଓଡିଶାରେ 42ଟି ବିଧାନସଭା ଆସନରେ ପଡୁଛି ଭୋଟ । ନଜର ପକାନ୍ତୁ କେଉଁ ଲୋକସଭା ଆସନରେ କେତେ ଜଣ ପ୍ରାର୍ଥୀ ରହିଛନ୍ତି ।

08:19 June 01

ଭୋଟ ଦେଲେ ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ବେଲଗାଛିଆର ଏକ ମତଦାନ କେନ୍ଦ୍ରକୁ ଆସି ସେ ଭୋଟ ଦେଇଛନ୍ତି । ତେବେ ମତ ସାବ୍ୟସ୍ତ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, " ମୁଁ ଜଣେ ବିଜେପି କ୍ୟାଡର, ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି । "

07:48 June 01

ଭୋଟ ଦେଲେ ସାଂସଦ ହରଭଜନ ସିଂହ

ଚଣ୍ଡିଗଡ: ଭୋଟ ଦେଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଆପ୍ ରାଜ୍ୟସଭା ସାଂସଦ ହରଭଜନ ସିଂହ । ଜଳନ୍ଧରର ଏକ ମତଦାନ କେନ୍ଦ୍ରକୁ ଆସି ସେ ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ କହିଛନ୍ତି, "ମୁଁ ଆଶା କରୁଛି ଯେ ବହୁ ସଂଖ୍ୟାରେ ଲୋକ ଭୋଟ୍ ଦେବେ ଏବଂ ଜଳନ୍ଧରରେ ସର୍ବାଧିକ ଭୋଟ ହେଉ ବୋଲି ମୁଁ ଚାହୁଁଛି । ଏହା ଆମର କର୍ତ୍ତବ୍ୟ ।"

07:44 June 01

ଭୋଟ ଦେଲେ ମନ୍ତ୍ରୀ ଓମ୍‌ ପ୍ରକାଶ ରାଜବର

ଲକ୍ଷ୍ନୌ: ସୁହେଲଦେବ ଭାରତୀୟ ସମାଜ ପାର୍ଟି (SBSP) ମୁଖ୍ୟ ତଥା ୟୁପି ମନ୍ତ୍ରୀ ଓମ୍‌ ପ୍ରକାଶ ରାଜବର ଗଣତନ୍ତ୍ର ମହାପର୍ବରେ ସାମିଲ ହୋଇଛନ୍ତି । ବାଲିଆର ଏକ ମତଦାନ କେନ୍ଦ୍ରକୁ ଆସି ମତ ସାବ୍ୟସ୍ତ କରିଛନ୍ତି ।

07:18 June 01

ଭୋଟ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଶିମଲା: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ହିମାଚଳ ପ୍ରଦେଶ ବିଳାସପୁରରେ ଏକ ମତଦାନ କେନ୍ଦ୍ରକୁ ଆସି ସେ ଭୋଟ ଦେଇଛନ୍ତି । ଜଣେ ଦକ୍ଷ ତଥା ଆତ୍ମନିର୍ଭରଶୀଳ ଭାରତ ପାଇଁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି ବୋଲି ସେ କହିଛନ୍ତି ।

07:15 June 01

ମତ ସାବ୍ୟସ୍ତ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଭୋଟ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୋରଖପୁରର ଏକ ମତଦାନ କେନ୍ଦ୍ରକୁ ଆସି ସେ ଭୋଟ ଦେଇଛନ୍ତି । ଗୋରଖପୁର ଆସନରୁ ବିଜେପି ରବି କିଶାନ ମୈଦାନକୁ ଓହ୍ଲାଇଛନ୍ତି ।

07:11 June 01

ଭୋଟ ଦେଲେ ରାଘବ ଚଢା

ଚଣ୍ଡିଗଡ: ସକାଳୁ ସକାଳୁ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଲେ ଆପ୍ ସାସଂଦ ରାଘବ ଚଢା । ଆନନ୍ଦପୁର ସାହିବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାହିବଜାଦା ଅଜିତ ସିଂ ନଗରର ମତଦାନ କେନ୍ଦ୍ରକୁ ଆସି ମତସାବ୍ୟସ୍ତ କରିଛନ୍ତି ।

07:08 June 01

ମତ ସାବ୍ୟସ୍ତ କରିବା ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ । ତେବେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ।

06:05 June 01

ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ

candidate
candidate

ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନର ଆଜି ଶେଷ ପର୍ଯ୍ୟାୟ ଭୋଟ୍ । ସପ୍ତମ ପର୍ଯ୍ୟାୟର 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57ଟି ଆସନରେ ଭୋଟ ଗ୍ରହଣ । ବିହାର, ଚଣ୍ଡିଗଡ, ହିମାଚଳପ୍ରଦେଶ, ଝାଡଖଣ୍ଡ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ 57ଟି ଲୋକସଭା ଆସନ ସହିତ ଓଡିଶାରେ 42ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । 7ଟାରୁ ଭୋଟ୍ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ । ଅନ୍ତିମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ 13 ଲେଖାଏଁ ଆସନ, ବିହାରରେ 8, ଓଡିଶାରେ 6, ହିମାଚଳପ୍ରଦେଶରେ 4, ଝାଡଖଣ୍ଡରେ 3 ଏବଂ ଚଣ୍ଡୀଗଡରେ ଗୋଟିଏ ଆସନରେ ଶେଷ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ମୈଦାନରେ ଥିବା 904 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତାଦାତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପର୍ଯ୍ୟାୟରେ ମୈଦାନରେ ଅଛନ୍ତି । ସପ୍ତମ ପର୍ଯ୍ୟାୟରେ ମୈଦାନରେ ମୋଟ 904 ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ 809 ଜଣ ପୁରୁଷ ଥିବା ବେଳେ 94ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।

Last Updated : Jun 1, 2024, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.