ETV Bharat / bharat

ସରିଲା ଷଷ୍ଠ ପର୍ଯ୍ୟାୟ ମତଦାନ; ହାରାହାରି 59% ମତଦାନ ରେକର୍ଡ, ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ - LOK SABHA ELECTION SIXTH PHASE

Etv BharatLOK SABHA ELECTION SIXTH PHASE
LOK SABHA ELECTION SIXTH PHASE
author img

By ETV Bharat Odisha Team

Published : May 25, 2024, 7:01 AM IST

Updated : May 25, 2024, 8:08 PM IST

19:46 May 25

ସରିଲା ଷଷ୍ଠ ପର୍ଯ୍ୟାୟ ମତଦାନ; ହାରାହାରି 59% ମତଦାନ ରେକର୍ଡ

LOK SABHA ELECTION SIXTH PHASE
LOK SABHA ELECTION SIXTH PHASE

ଦେଶରେ ଶେଷ ହୋଇଛି ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ଭୋଟିଂ ଶେଷ ହେବ ସୁଦ୍ଧା ହାରାହାରି 58.98% ମତଦାନ ରେକର୍ଡ ହୋଇଛି । ତେବେ ଷଷ୍ଠ ପର୍ଯ୍ୟାୟରେ କେତେ ପ୍ରତିଶତ ମତଦାନ ହୋଇଛି ସେ ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ପକ୍ଷରୁ ସୂଚନା ଦିଆଯିବ ।

17:42 May 25

ସନ୍ଧ୍ୟା 5ଟା ସୁଦ୍ଧା କେଉଁଠି କେତେ ମତଦାନ ?

LOK SABHA ELECTION SIXTH PHASE
LOK SABHA ELECTION SIXTH PHASE

ଷଷ୍ଠ ପର୍ଯ୍ୟାୟରେ ଦେଶରେ ସନ୍ଧ୍ୟା 5ଟା ସୁଦ୍ଧା 57.70% ମତଦାନ ରେକର୍ଡ ହୋଇଛି । ଝାଡଖଣ୍ଡରେ 61.41 ପ୍ରତିଶତ ମତଦାନ ହୋଇଥିବା ବେଳେ ଦିଲ୍ଲୀରେ 53.73%, ଓଡ଼ିଶାରେ 59.60% ଓ ଉତ୍ତର ପ୍ରଦେଶରେ 52.02 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନର ରେକର୍ଡ ହୋଇଛି ।

17:06 May 25

ଭୋଟ ଦେଲେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ

ଦେଶରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଜାରି ରହିଛି ମତଦାନ । ଏହି କ୍ରମରେ ଆଜି ଭୋଟ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ । ଭୋଟ ଦେବା ପରେ ସେ କହିଛନ୍ତି, "ମୁଁ ଭୋଟ ଦେଇ ଭାରତର ନାଗରିକ ଭାବେ ମୋର କର୍ତ୍ତବ୍ୟ ପୂରଣ କରିଛି ।"

15:55 May 25

ଅପରାହ୍ନ 3ଟା ସୁଦ୍ଧା କେଉଁଠି କେତେ ମତଦାନ ?

LOK SABHA ELECTION SIXTH PHASE
LOK SABHA ELECTION SIXTH PHASE

ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଅପରାହ୍ନ 3ଟା ସୁଦ୍ଧା ମୋଟ 50% ମତଦାନ ରେକର୍ଡ ହୋଇଛି । ଓଡ଼ିଶାରେ 48.44% ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ସର୍ବାଧିକ 70.19% ମତଦାନ ହୋଇଛି । ସେପଟେ ଉତ୍ତର ପ୍ରଦେଶ ମତଦାନରେ ସବୁଠୁ ପଛରେ ରହିଛି । ରାଜ୍ୟରେ ସର୍ବନିମ୍ନ 43.95% ମତଦାନ ରେକର୍ଡ ହୋଇଛି ।

15:02 May 25

ଭୋଟ ଦେଲେ CDS ଜେନେରାଲ ଅନିଲ ଚୌହାନ

CDS Gen Anil Chauhan with Wife
CDS Gen Anil Chauhan with Wife

ଭୋଟ ଦେଲେ ପ୍ରତିରକ୍ଷା ପ୍ରମୁଖ ତଥା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ଅନିଲ ଚୌହାନ । ଏହାସହିତ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ସାରା ଦେଶବାସୀଙ୍କୁ କଲେ ଅପିଲ୍‌ । ସେ ପତ୍ନୀ ଅନୁପମା ଚୌହାନଙ୍କ ସହିତ ଆସି ଦିଲ୍ଲୀର ଏକ ବୁଥରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।

13:53 May 25

ଦିନ 1ଟା ସୁଦ୍ଧା ଦେଶରେ 39.13% ଭୋଟିଂ

voting percentage
voting percentage

ନୂଆଦିଲ୍ଲୀ: ଦିନ 1ଟା ସୁଦ୍ଧା ଦେଶରେ 39.13 ପ୍ରତିଶତ ଭୋଟିଂ ହୋଇଛି । ବିହାରର ଏବଂ ହରିୟାଣାରେ 36.48, ଜମ୍ମୁକାଶ୍ମୀରରେ 35.22, ଝାଡଖଣ୍ଡରେ 42.54, ଦିଲ୍ଲୀରେ 34.37, ଓଡିଶାରେ 35.69, ଉତ୍ତରପ୍ରଦେଶରେ 37.23 ଏବଂ ପଶ୍ଚିମବଙ୍ଗରେ 54.80 ପ୍ରତିଶତ ଭୋଟିଂ ହୋଇଛି।

13:03 May 25

ଭୋଟ ଦେଲେ ମହେନ୍ଦ୍ର ସିଂହ ଧୋନୀ

ରାଞ୍ଚି: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ରାଞ୍ଚିର ଏକ ମତଦାନ କେନ୍ଦ୍ରକୁ ଆସି ସେ ମତ ସାବ୍ୟସ୍ତ କରିଛନ୍ତି ।

11:41 May 25

ସକାଳ 11 ସୁଦ୍ଧା ଦେଶରେ 25.76% ଭୋଟିଂ

voting percentage
voting percentage

ନୂଆଦିଲ୍ଲୀ: ଦିନ 11ଟା ସୁଦ୍ଧା ଦେଶରେ 25.76 ପ୍ରତିଶତ ଭୋଟିଂ ହୋଇଛି । ବିହାରର 23.67, ହରିୟାଣାରେ 22.09, ଜମ୍ମୁକାଶ୍ମୀରରେ 23.11, ଝାଡଖଣ୍ଡରେ 27.80, ଦିଲ୍ଲୀରେ 21.69, ଓଡିଶାରେ 21.30, ଉତ୍ତରପ୍ରଦେଶରେ 27.06 ଏବଂ ପଶ୍ଚିମବଙ୍ଗରେ 36.88 ପ୍ରତିଶତ ଭୋଟିଂ ହୋଇଛି।

11:27 May 25

ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ ନିଜ ପତ୍ନୀ, ପରିବାରର ସହିତ ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ମତ ସାବ୍ୟସ୍ତ କରିଛନ୍ତି । କଂଗ୍ରେସକୁ ଭୋଟ ଦେଲେ କେଜ୍ରିଓ୍ବାଲ । ଏଠାରେ ସରକାର ମେଣ୍ଟ ହୋଇଥିବା ବେଳେ କେଜ୍ରିଓ୍ବାଲଙ୍କ ମତଦାନ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ରହିଥିବା ବେଳେ ରାହୁଲଙ୍କ କ୍ଷେତ୍ରରେ ଆପ୍ ପ୍ରାର୍ଥୀ ଦେଇଛି ।

10:26 May 25

ଭୋଟ ଦେଲେ ପ୍ରିୟଙ୍କା ଗାନ୍ଧୀ

ହାଇଦ୍ରାବାଦ: ମତ ସାବ୍ୟସ୍ତ କଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନୂଆଦିଲ୍ଲୀର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ସେ କହିଛନ୍ତି, "ଆମେ ସମ୍ବିଧାନ ତଥା ଗଣତନ୍ତ୍ର ପାଇଁ ଭୋଟ ଦେଉଛୁ । "

09:53 May 25

ସକାଳ 9ଟା ସୁଦ୍ଧା ଦେଶରେ 10.82% ଭୋଟିଂ

voting percentage
voting percentage

ନୂଆଦିଲ୍ଲୀ: ସକାଳ 9ଟା ସୁଦ୍ଧା ଦେଶରେ 10.82 ପ୍ରତିଶତ ଭୋଟିଂ ହୋଇଛି । ବିହାରର 9.66, ହରିୟାଣାରେ 8.31, ଜମ୍ମୁକାଶ୍ମୀରରେ 8.89, ଝାଡଖଣ୍ଡରେ 11.74, ଦିଲ୍ଲୀରେ 8.94, ଓଡିଶାରେ 7.43, ଉତ୍ତରପ୍ରଦେଶରେ 12.33 ଏବଂ ପଶ୍ଚିମବଙ୍ଗରେ 16.54 ପ୍ରତିଶତ ଭୋଟିଂ ହୋଇଛି।

09:50 May 25

ଭୋଟ ଦେଲେ ସୋନିଆ-ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମତ ସାବ୍ୟସ୍ତ କଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ । ଭୋଟ ଦେବା ପରେ ରାହୁଲ ସୋନିଆଙ୍କ ସହିତ ସେଲ୍ଫି ନେଇଥିବା ନଜର ଆସିଛନ୍ତି । ତେବେ ରାହୁଲ ଗାନ୍ଧୀ ଆପ୍ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।

09:25 May 25

ଭୋଟ ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ନୂଆଦିଲ୍ଲୀ: ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଭୋଟ ଦେଇଛନ୍ତି । ନିଜ ସ୍ତ୍ରୀ ସହିତ ଦିଲ୍ଲୀର ଏକ ବୁଥକୁ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି ।

09:07 May 25

ମତ ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ମତ ସାବ୍ୟସ୍ତ କଲେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ।

08:47 May 25

ଭୋଟ ଦେଲେ ଦିଲ୍ଲୀ ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ ଦିଲ୍ଲୀର ଏକ ବୁଥକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ସମସ୍ତଙ୍କୁ ମତଦାନ କରିବା ପାଇଁ ଅପିଲ କରିଛନ୍ତି ।

07:59 May 25

ମତ ସାବ୍ୟସ୍ତ କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଭୋଟ ଦେଇଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ସେ କହିଛନ୍ତି, "ସମସ୍ତଙ୍କୁ ଭୋଟ ଦେବା ପାଇଁ ମୁଁ ଅପିଲ କରୁଛି । ଏହା ଆମର ଶକ୍ତି, ଏହା ଆମର ଗଣତନ୍ତ୍ର । ଗତ 10 ବର୍ଷ ମଧ୍ଯରେ ସରକାର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି । "

07:57 May 25

ଭୋଟ ଦେଲେ ବିଜେପି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ବାଂଶୁରୀ ସ୍ୱରାଜ

ନୂଆଦିଲ୍ଲୀ: ଲୋକସଭା ବିଜେପି ପ୍ରାର୍ଥୀ ବାଂଶୁରୀ ସ୍ୱରାଜ ସକାଳୁ ମତଦାନ କେନ୍ଦ୍ରକୁ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେଇ ସେ ବେଶ୍ ଖୁସିଥିବା ନଜର ଆସିଛନ୍ତି । ବିକଶିତ ଭାରତ ପାଇଁ ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ବାଂଶୁରୀ ।

07:39 May 25

ଭୋଟ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଦିଲ୍ଲୀରେ ମତ ସାବ୍ୟସ୍ତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର । ଭୋଟ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ବର୍ତ୍ତମାନ ଭୋଟ ଦେଇ ସାରିଛି । ଏହି ବୁଥର ମୁଁ ପ୍ରଥମ ପୁରୁଷ ଭୋଟର ଥିଲି । ବର୍ତ୍ତମାନ ଦେଶ ପାଇଁ ଏକ ନିର୍ଣ୍ଣାୟକ ମୁହୁର୍ତ୍ତ । ମୁଁ ଚାହେଁ ଲୋକ ଆସି ଭୋଟ ଦିଅନ୍ତୁ ।"

07:22 May 25

ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ମଧ୍ୟ 7 ଆସନରେ ଭୋଟିଂ ଆରମ୍ଭ ହୋଇଛି । ତେବେ ସକାଳୁ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ପତ୍ନୀ ଲକ୍ଷ୍ମୀ ପୁରୀଙ୍କ ସହିତ ଆସି ମତ ସାବ୍ୟସ୍ତ କରିଛନ୍ତି ।

07:19 May 25

ମତ ସାବ୍ୟସ୍ତ କରିବା ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅଧିକ ମାତ୍ରାରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, "୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ସମସ୍ତ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ମୁଁ ଅନୁରୋଧ କରୁଛି। ପ୍ରତ୍ୟେକ ଭୋଟ୍ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ ଭୋଟ୍ ମଧ୍ୟ ! ଗଣତନ୍ତ୍ର ସେତେବେଳେ ସୁଦୃଢ଼ ହୁଏ ଯେତେବେଳେ ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବରେ ସାମିଲ ହୁଅନ୍ତି । ମୁଁ ବିଶେଷ କରି ମହିଳା ଓ ଯୁବ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରୁଛି।"

07:09 May 25

ଭୋଟ ଦେଲେ ମନୋହର ଲାଲ ଖଟ୍ଟର

ଚଣ୍ଡିଗଡ: ହରିୟାଣାର ଆଜି 10 ଆସନରେ ଭୋଟିଂ ଆରମ୍ଭ ହୋଇଛି । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କର୍ଣ୍ଣଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ମନୋହର ଲାଲ ଖଟ୍ଟର ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ପ୍ରକାଶଥାଉକି, ତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଦିବ୍ୟାଶୁଂ ବୁଦ୍ଧିରାଜ ।

06:10 May 25

ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ

LOK SABHA ELECTION SIXTH PHASE
LOK SABHA ELECTION SIXTH PHASE

ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନର 5ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ଭୋଟିଂ । ଆଜିର ଏହି ପର୍ଯ୍ୟାୟରେ 6ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58ଟି ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । 7ଟାରୁ ଭୋଟ୍ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ । ଷଷ୍ଠ ପର୍ଯ୍ୟାୟରେ ବିହାରର8, ହରିୟାଣାର 10, ଜମ୍ମୁ କାଶ୍ମୀରର 1, ଝାଡଖଣ୍ଡର 4, ଦିଲ୍ଲୀର 7, ଓଡିଶାର 6, ଉତ୍ତରପ୍ରଦେଶର 14 ଏବଂ ପଶ୍ଚିମବଙ୍ଗର 8 ଆସନରେ ଭୋଟ ଦେଉଛନ୍ତି ଜନତା । ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୈଦାନରେ ଅଛନ୍ତି ମୋଟ 889 ପ୍ରାର୍ଥୀ । ସେଥି ମଧ୍ୟରୁ 791 ଜଣ ପୁରୁଷ ଓ 95 ଜଣ ମହିଳା ଓ ତୃତୀୟ ଲିଙ୍ଗୀ 3 ଜଣ ପ୍ରାର୍ଥୀ ଅଛନ୍ତି । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।

Last Updated : May 25, 2024, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.