ETV Bharat / bharat

ଇସ୍ତଫା ଦେବା ପରେ ହେମନ୍ତ ସୋରେନ ଗିରଫ, କାଲି କୋର୍ଟରେ ହାଜର କରିବ ED

author img

By ETV Bharat Odisha Team

Published : Jan 31, 2024, 8:30 PM IST

Updated : Jan 31, 2024, 10:29 PM IST

Land Scam Case: ଜମି ଘୋଟାଲା ମାମଲାରେ ଗିରଫ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅପରାହ୍ନରୁ ଜେରା ଜାରି ରଖିଥିବା ଇଡି ବିଳମ୍ବିତ ସଂଧ୍ୟାରେ ଗିରଫ କରିଥିବା ସୂଚନା । ଅଧିକ ପଢନ୍ତୁ

କାଲି କୋର୍ଟରେ ହାଜର କରିବ ED
କାଲି କୋର୍ଟରେ ହାଜର କରିବ ED

ରାଞ୍ଚି: ବହୁଚର୍ଚ୍ଚିତ ଜମି ଘୋଟାଲା ମାମଲାରେ ଗିରଫ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ଇଡି’ ହେମନ୍ତଙ୍କୁ ପ୍ରାୟ 6 ଘଣ୍ଟା ଜେରା କରିବା ପରେ ରାତିରେ ଗିରଫ କରିଛି । ଏହା ପୂର୍ବରୁ ସେ ଇଡି ଅଧିକାରୀଙ୍କ ସହ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ସେ ଇଡି କଷ୍ଟଡିରେ ରାତି କାଟିବେ । ଆସନ୍ତାକାଲି ସକାଳେ ତାଙ୍କୁ କୋର୍ଟରେ ହାଜର କରି କେନ୍ଦ୍ରୀୟ ସଂସ୍ଥା । ଝାଡଖଣ୍ଡ ରାଜଭବନ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସବୁ ସ୍ଥାନରେ ଧାରା 144 ଜାରି କରାଯିବା ସହ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ଦଳର ନେତା ଓ ବିଧାୟକ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ଯାଇଥିଲେ । ହେଲେ ମାତ୍ର 5 ଜଣ ବିଧାୟକଙ୍କ ସହ ରାଜ୍ୟପାଳ ସାକ୍ଷାତ କରିବାକୁ ସୁଯୋଗ ଦେଇଥିଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୋଟ 45 ବିଧାୟକଙ୍କ ସମର୍ଥନପତ୍ର ସହ ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ପରିବହନ ମନ୍ତ୍ରୀ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେବାକୁ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏଥିପାଇଁ ସମୟ ଦିଆଯିବା ନେଇ ରାଜଭବନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ଏହା ସଠିକ ସମୟ: ବିଜେପି ସାଂସଦ

ଏକଧିକ ଥର ସମନକୁ ଏଡାଇବା ପରେ ଆଜି ହେମନ୍ତ କେନ୍ଦ୍ରୀୟ ସଂସ୍ଥା ନିକଟରେ ହାଜର ହୋଇଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ ନିବାସରେ ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା । ଅପରାହ୍ନରେ ତାଙ୍କୁ ଜେରା ଆରମ୍ଭ ହୋଇଥିଲା ବେଳେ ସମୟ ପ୍ରାୟ ସାଢେ 8 ଟା ବେଳେ ସେ ରାଜଭବନ ଅଭିମୁଖେ ବାହାରିଥିଲେ । ଗତକାଲି ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ହୋଇଥିବା ଚଢାଉରେ ପ୍ରାୟ 30 ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ଏକ ଏସୟୁଭି କାର ମଧ୍ୟ ଜବତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2024, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.