ETV Bharat / bharat

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହକର୍ମୀଙ୍କ ହେବ ଲାଏ-ଡିଟେକ୍ସନ ଟେଷ୍ଟ, ସାମ୍ନାକୁ ଆସିବାରେ ଲାଗିଛି ସେଦିନ ରାତିର କଥା - Kolkata Doctor rape murder case

author img

By ETV Bharat Odisha Team

Published : Aug 24, 2024, 10:36 AM IST

Updated : Aug 24, 2024, 1:54 PM IST

Kolkata Doctor Rape Murder case: ଅଧିକ ଜଟିଳ ହେଉଛି ମାମଲା । ଘଟଣା ସମ୍ପର୍କରେ ଜାଣିଥିଲେ କି ପୀଡିତାଙ୍କ ସହକର୍ମୀ । ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ସହ 4 ସହଯୋଗୀଙ୍କର ଲାଏ-ଡିଟେକସନ ଟେଷ୍ଟ କରିବ ‘ସିବିଆଇ’ । ସେଦିନ ରାତିରେ କ’ଣ ଘଟିଥିଲା, ଧିରେ ଧିରେ ପଦାକୁ ଆସୁଛି ବିଭିନ୍ନ ରୋଚକ ତଥ୍ୟ । ଅଧିକ ପଢନ୍ତୁ

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହଯୋଗୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ
କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହଯୋଗୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ (ETV Bharat Odisha)

କୋଲକାତା: ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ 31ବର୍ଷୀୟା ପୀଡିତା ଡାକ୍ତରଙ୍କ ଚାରିଜଣ ସହକର୍ମୀ ଓ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କର ଲାଏ-ଡିଟେକ୍ଟସନ ଟେଷ୍ଟ କରିବ ‘ସିବିଆଇ’ । ଜେରା ବେଳେ ଏମାନଙ୍କ ବିବୃତ୍ତିରେ ତାଳମେଳ ନରହିବାରୁ ଏବେ ସନ୍ଦେହ ବଢିବାରେ ଲାଗିଛି । ଏଥିମଧ୍ୟରେ ଦୁଇଜଣ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ, ଜଣେ ଇଣ୍ଟର୍ଣ୍ଣ ଓ ଜଣେ ହାଉସ ସର୍ଜନ ରହିଛନ୍ତି । କେନ୍ଦ୍ରୀୟ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଏହି ଚାରିଜଣ ଡାକ୍ତର ଅପରାଧରେ ସମ୍ପୃକ୍ତ ଥିବା ପରି ଜଣାପଡୁ ନାହିଁ, ମାତ୍ର ଏମାନେ ଘଟଣା ସମ୍ପର୍କରେ ଜାଣିଥାଇ ପାରନ୍ତି ଓ ପ୍ରମାଣ ନଷ୍ଟ କରି ଘଟଣାକୁ ଭିନ୍ନ ମୋଡ ଦେବାରେ ସେମାନଙ୍କର ଭୂମିକା ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

CBI ଏପର୍ଯ୍ୟନ୍ତ କ’ଣ ପାଇଛି ?

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୀଡିତାଙ୍କ ମୃତଦେହ ମିଳିଥିବା ହସ୍ପିଟାଲ ବିଲ୍ଡିଂର ତୃତୀୟ ମହଲା ସେମିନାର ରୁମରେ ଏହି ଚାରିଜଣ ଡାକ୍ତରଙ୍କ ମଧ୍ୟରୁ ଦୁଇଜଣଙ୍କ ଫିଙ୍ଗର ପ୍ରିଣ୍ଟ ମିଳିଛି । ସେହିଦିନ ରାତିରେ ପ୍ରଥମ ମହଲାରୁ ତୃତୀୟ ମହଲାକୁ ଯାଉଥିବା ବେଳେ ହାଉସ୍ ସର୍ଜନ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛନ୍ତି । ସମ୍ପୃକ୍ତ ହାଉସ ସର୍ଜନ କହିଛନ୍ତି ଯେ, ସେ ରାତି ପ୍ରାୟ 2.45 ମିନିଟରେ ତୃତୀୟ ମହଲାକୁ ଯାଇଥିଲେ ।

ସେଦିନ ରାତିରେ କଣ ଘଟିଥିଲା:-

ସୂଚନାନୁସାରେ, ପୀଡିତା ଏବଂ ଦୁଇଜଣ ପ୍ରଥମ ବର୍ଷର ସ୍ନାତକୋତ୍ତର ଟ୍ରେନି ଡାକ୍ତର ପ୍ରାୟ ମଧ୍ୟରାତ୍ରିରେ ଏକାଠୀ ରାତ୍ରୀଭୋଜନ କରିଥିଲେ । ତା’ପରେ ସେମାନେ ସେମିନାର ରୁମକୁ ଯାଇ କିଛି ସମୟ ବିଶ୍ରାମ କରିଥିଲେ । ସେଠାରେ ସେମାନେ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଇଭେଣ୍ଟ ଦେଖିଥିଲେ । ରାତି ପ୍ରାୟ 2ଟା ସମୟରେ ଦୁଇ ସହକର୍ମୀ ସେମିନାର ହଲରୁ ଶୟନ କୋଠରୀକୁ ଯାଇଥିଲେ । ସେଠାରେ ସେମାନେ ଡ୍ୟୁଟିରେ ଥିବା ଡାକ୍ତରମାନଙ୍କ ବିଶ୍ରାମ ପାଇଁ ଥିବା ପ୍ରକୋଷ୍ଠରେ ବିଶ୍ରାମ କରିଥିଲେ । କିନ୍ତୁ ପୀଡିତା ସେମିନାର ରୁମରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ବନ୍ଧା ହେଲେ କୁବେର ରେଞ୍ଜ ଅଧିକାରୀ; ଆୟଠାରୁ ୨୧୪ ପ୍ରତିଶତ ଅଧିକ ସମ୍ପତ୍ତି ଠାବ, ଫାର୍ମହାଉସ ପାଲଟିଥିଲା ମିନି ଚିଡିଆଖାନା - Bibhudananda Mishra arrested

ସକାଳୁ ମିଳିଲା କ୍ଷତାକ୍ତ ମୃତଦେହ:-

ପୂର୍ବାହ୍ନ ପ୍ରାୟ 9.30 ସମୟରେ ପୀଡିତାଙ୍କ ସହ ରାତ୍ରିଭୋଜନ କରିଥିବା ଜଣେ ଟ୍ରେନି ଡାକ୍ତର ସେମିନାର ହଲକୁ ଯାଇଥିଲେ । ସେଠାରେ ପୀଡିତାଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ । ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଥିଲା । ପରଦିନ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରାଯାଇଥିଲା । ସନ୍ଦୀପ ଘୋଷ ତୁରନ୍ତ ମେଡିକାଲ କଲେଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ କିଛି ଘଣ୍ଟା ବ୍ୟବଧାନରେ ଆଉ ଏକ ସରକାରୀ ମେଡିକାଲ ପ୍ରତିଷ୍ଠାନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । 3 ଘଣ୍ଟା ପରେ ଏଫଆଇଆର ପଞ୍ଜୀକରଣ କରାଯିବାକୁ ସର୍ବୋଚ୍ଚକୋର୍ଟ ଭର୍ତ୍ସନା କରିଥିଲେ । ଏବେ ପ୍ରମାଣ ନଷ୍ଟ କିମ୍ବା ମାମଲାକୁ ଦବାଇ ଦେବାକୁ ଉଦ୍ୟମ କରାଯାଇଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 24, 2024, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.