ETV Bharat / bharat

ମୋତେ ଜେଲରେ ବିଷ ଦିଆଯାଉଛି, ମୃତ୍ୟୁ ପୂର୍ବରୁ କୋର୍ଟରେ ଏମିତି କହିଥିଲେ ଅନସାରୀ - Mukhtar Ansar death - MUKHTAR ANSAR DEATH

Mukhtar Ansari's letter viral: ମୁଖତାର ଅନସାରୀଙ୍କୁ ଜେଲରେ ବିଷ ଦିଆଯାଉଥିବା ଅଭିଯୋଗ ଆଣିଲେ ପୁଅ । ପୂର୍ବରୁ ଅନସାରୀ ମଧ୍ୟ ଏନେଇ କୋର୍ଟଙ୍କ ଜଣାଇଥିଲେ । ଅଧିକ ପଢନ୍ତୁ

ଜେଲରେ ମୁଖତାର ଅନସାରୀଙ୍କୁ ଦିଆଯାଉଥିଲା ବିଷ ! ଚିଠି ଭାଇରାଲ ପରେ ବଢିଲା ସନ୍ଦେହ

author img

By ETV Bharat Odisha Team

Published : Mar 29, 2024, 11:56 AM IST

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ଗତକାଲି ଅନସାରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଜେଲରେ ତାଙ୍କୁ ହୃଦଘାତ ଆସିବା ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଅନେକ ରାଜନେତା ଏବଂ ତାଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏହାରି ମଧ୍ୟରେ ଅନସାରୀଙ୍କ ଏକ ପୂର୍ବ ଲେଟର/ଚିଠି ଭାଇରାଲ ହେଉଛି, ଯାହାକୁ ତାଙ୍କର ଓକିଲ କିଛି ଦିନ ତଳେ କୋର୍ଟରେ ଦାଖଲ କରିଥିଲେ । ଏହି ଲେଟରରେ ଅନସାରୀଙ୍କୁ ଜେଲ ଭିତରେ ବିଷ ଦିଆଯାଉଥିବା ସେ ନିଜେ ଦାବି କରିଥିଲେ । ଏବେ ତାଙ୍କର ମୃତ୍ୟୁ ପରେ ଉକ୍ତ ଲେଟରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ଅନସାରୀଙ୍କ ବିରୋଧରେ କୌଣସି ମାମଲାରେ ବିଚାର ଚାଲୁଥିବା ବେଳେ ତାଙ୍କର ଓକିଲ ଏହି ଲେଟର କୋର୍ଟରେ ଦାଖଲ କରିଥିଲେ । ଏଥିରେ ଅନସାରୀ କୋର୍ଟଙ୍କୁ କହିଥିଲେ ଯେ, ଜେଲରେ ତାଙ୍କ ଖାଦ୍ୟରେ ବିଷ ମିଶାଯାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯାଉଛି । ମାର୍ଚ୍ଚ ୧୯ରେ ବାନ୍ଦା ଜେଲରେ ତାଙ୍କ ଖାଦ୍ୟରେ ବିଷ ଦିଆଯାଇଥିଲା । ଯାହାକୁ ଖାଇ ସେ ଗୁରୁତର ଭାବରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଜୀବନ ଚାଲିଗଲା ଭଳି ତାଙ୍କୁ ଅନୁଭବ ହେଉଥିଲା । ୪୦ ଦିନ ପୂର୍ବରୁ ତାଙ୍କ ଖାଦ୍ୟରେ ସ୍ଲୋ ପଏଜନ ବା ବିଷ ଦିଆଯାଇଥିଲା । ତେଣୁ ଜେଲରେ ଯେଉଁ କର୍ମଚାରୀ ତାଙ୍କୁ ଖାଦ୍ୟ ଦିଆଯିବା ପୂର୍ବରୁ ଏହାକୁ ଚାଖିଥିଲେ, ସେ ମଧ୍ୟ ଅସୁସ୍ଥ ହୋଇଯାଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଏହି ଆବେଦନ ପତ୍ର ବା ଲେଟର ଜରିଆରେ ତାଙ୍କର ଜୀବନ ପ୍ରତି ବିପଦ ଥିବା ଅନସାରୀ କୋର୍ଟଙ୍କୁ ଜଣାଇଥିଲେ ଏବଂ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜେଲରେ ପିନ୍ଧୁଥିଲା ବୁଲେଟପ୍ରୁଫ୍ ଜ୍ୟାକେଟ, ସେଲ୍ ଭିତରୁ ଲଢ଼ିଥିଲା ନିର୍ବାଚନ - Mukhtar Ansari Bulletproof Jacket

ସେପଟେ ମୁଖତାର ଅନସାରୀଙ୍କ ପୁଅ ଉମର ଅନସାରୀ ମଧ୍ୟ ତାଙ୍କ ବାପାଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ମୁଁ ବାପାଙ୍କୁ ଭେଟିବାକୁ ଜେଲକୁ ଯାଇଥିଲି । କିନ୍ତୁ ମୋତେ ଅନୁମତି ଦିଆଯାଇ ନଥିଲା । ପୂର୍ବରୁ ଆମେ କହିସାରିଛୁ ଏବଂ ଏବେ ମଧ୍ୟ କହୁଛି କି, ତାଙ୍କୁ ସ୍ଲୋ ପଏଜନ ଦିଆଯାଇଛି । ମାର୍ଚ୍ଚ ୧୯ ତାରିଖରେ ତାଙ୍କର ରାତ୍ରିଭୋଜନରେ ବିଷ ମିଶାଯାଇଥିଲା । ଏନେଇ ଆମେ କୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି କହିଛନ୍ତି ଉମର ଅନସାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.