ETV Bharat / bharat

ମହିଳା ଦିବସରେ ଆକର୍ଷଣ, ଦବଙ୍ଗ ଦିଲ୍ଲୀ ଟିମର ମାଲିକ ରାଧା କପୁର

author img

By ETV Bharat Odisha Team

Published : Mar 8, 2024, 9:49 PM IST

Dabang Delhi Team Owner Radha: ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି କବାଡିରେ ପାରଦର୍ଶିତା ହାସଲ କରିଥିବା ଦବଙ୍ଗ ଦିଲ୍ଲୀ ଟିମର ମାଲିକ ରାଧା କପୁର । ଜାଣନ୍ତୁ କେମିତି ଥିଲା ତାଙ୍କର ଯାତ୍ରା ।

Radha Kapoor
Radha Kapoor

ହାଇଦ୍ରାବାଦ: ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସରେ ଆକର୍ଷଣ ସାଜିଛନ୍ତି ରାଧା କପୁର । ସେ ହେଉଛନ୍ତି ଦବଙ୍ଗ ଦିଲ୍ଲୀ ଟିମର ମାଲିକ। ଯିଏକି ଏହି ଟିମରେ ଥିବା ପୁରୁଷଙ୍କ ମଧ୍ୟରେ ଏକମାତ୍ର ମହିଳା ରହିଛନ୍ତି । ତେବେ କବାଡି ଖେଳରେ ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍ ସଂଖ୍ୟାରେ ନଜର ଆସିଥାନ୍ତି । କବାଡି ଖେଳ ମୁଖ୍ୟତଃ ପୁରୁଷଙ୍କ ପାଇଁ ପ୍ରଯୁର୍ଜ୍ୟ ବୋଲି କୁହାଯାଏ । କାରଣ ଏହି ଖେଳ ପାଇଁ ଆବଶ୍ୟକ ମଜବୁତ ମାଂସପେଶୀ ଓ ଅଧିକ ଶକ୍ତି ।

ରାଧା କପୁର କହିଛନ୍ତି, "ଏମିତି ନୁହେଁ ଯେ, ମହିଳାଙ୍କୁ କବାଡିରେ ପ୍ରାଧାନ୍ୟ ଦିଆଯାଉ ନାହିଁ ବରଂ ଆମକୁ ଲିଙ୍ଗଗତ ବିଭେଦତାକୁ ବାଦ୍ ଦେଇ ପ୍ରତିଭା ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ । ଆମ ପ୍ରକାର ବିଭିନ୍ନ ପୃଷ୍ଠଭୂମିରୁ ଆସୁଥିବା ପ୍ରତିଭାବାନ ଖେଳାଳି ଅଛନ୍ତି ।" ରାଧା କପୁର ନ୍ୟୁୟର୍କରୁ ନିଜର ଗ୍ରାଜୁଏସନ ପାଠ୍ୟକ୍ରମ ଶେଷ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ନିଜର ଚମକଦାର ପ୍ରଦର୍ଶନ ଯୋଗୁ ସେ ଏହାକୁ ନିଜ କ୍ୟାରିଅର ଭାବେ ବାଛିଲେ ଆଉ ନୂଆ ଯାତ୍ରା ଆରମ୍ଭ କଲେ । ରାଧା ବିଶେଷ ଭାବେ ମହିଳା ସଶକ୍ତିକରଣ ଓ ଶିଶୁଙ୍କ ବିକାଶ ଦିଗରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ପ୍ରତିଭାମାନଙ୍କୁ ବିକଶିତ କରିବା ଦିଗରେ ଯେମିତି ସେ ପ୍ରତିଶ୍ରୁତିବଦ୍ଧ । 2013ରେ ନୂଆ କରି କିଛି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସେ ଶିକ୍ଷା କ୍ଷେତ୍ରରେ ମଞ୍ଚ ପ୍ରଧାନ କରିଥିଲେ । ଯୁବ ଡିଜାଇନରଙ୍କୁ ଶିକ୍ଷାଦାନ ଭଳି ମିଶନରୁ ଆରମ୍ଭ କରି କବାଡ଼ି ଲିଗ୍ ଭଳି ସ୍ବଦେଶୀ କ୍ରୀଡ଼ା ପାଇଁ ଯୁବ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇ ଆସିଛନ୍ତି ରାଧା ।"

ଏନେଇ ରାଧା କପୁର କହିଛନ୍ତି, "ମୁଁ ସର୍ବଦା ବ୍ୟକ୍ତି ବିଶେଷ ଓ ସମାଜକୁ ସଶକ୍ତ କରିବାକୁ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇଆସିଛି । କବାଡିକୁ ଆହୁରି ଅଧିକ ଲୋକପ୍ରିୟ କରିବାକୁ ଆମକୁ ବିଶ୍ବ ଦରବାରରେ ଏହାକୁ ପରିଚିତ କରାଇବାର ଆବଶ୍ୟକତା ରହିଛି । ଦେଶର ବହୁ ପ୍ରତିଭା ରହିଛନ୍ତି । ଦେଶରେ କେତେକ ବିଦ୍ୟାଳୟରେ ମଧ୍ୟ କ୍ରୀଡ଼ା ଉପରେ ଗୁରୁତ୍ବ ଦିଆଯାଉଥିବା ଦେଖିବାକୁ ମିଳୁଛି ।"

ଏହା ବି ପଢନ୍ତୁ...ଅନ୍ତର୍ଜାତୀୟ ମହିଳା ଦିବସ; ପିଙ୍କ ପାୱାର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୦ ଜିଲ୍ଲାର ସଫଳ ମହିଳା

ରାଧା କପୁର କ୍ରିକେଟ୍, ବ୍ୟାଡମିଟନ ଆଦି ଖେଳ ପ୍ରତି ମଧ୍ୟ ରୁଚି ରଖୁଥିବାବେଳେ କବାଡ଼ିକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । କବାଡ଼ି ଭଳି ଲୋକପ୍ରିୟ ଖେଳ ଏବେ ଲୋପ ପାଇବାକୁ ବସିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଅଧିକ ସମର୍ଥନ ମାଗିଛନ୍ତି ସେ । ପ୍ରୋ କବାଡ଼ି ଲିଗରେ କେତେ ଜଣ ମହିଳା ଥିବା ପ୍ରଶ୍ନର ଉତ୍ତର ରଖି ରାଧା କହିଛନ୍ତି, "ଆଡମିନିଷ୍ଟ୍ରେସନ ବ୍ୟତୀତ ଆଉ କେହି ମହିଳା ନାହାନ୍ତି । ମୋତେ ବାଦ୍ ଦେଲେ କେଉଁ ଟିମର ମାଲିକ ମହିଳା ନାହାନ୍ତି । ଏହାସହ ମ୍ୟାନେଜମେଣ୍ଟ ଓ ଫିଜିଓଥେରାପିଷ୍ଟ ପାଇଁ ମଧ୍ୟ କେହି ବି ମହିଳା ନାହାନ୍ତି । ତଥାପି କୌଣସି ସମସ୍ୟା ନାହିଁ । ଯୁବ ପ୍ରତିକ୍ଷାଙ୍କୁ ବିକଶିତ କରିବାକୁ ପ୍ରୟାସ କରିବା ହେଉଛି ଆମର ମୂଳ ଲକ୍ଷ୍ୟ । ଆମେ ବିଶେଷ କରି କବାଡ଼ି ପ୍ରତି ମହିଳାଙ୍କ ରୁଚି ବଢାଇବାକୁ ଚେଷ୍ଟା କରୁଛୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.