ETV Bharat / bharat

କେଜ୍ରିୱାଲଙ୍କ '10 ଗ୍ୟାରେଣ୍ଟି'; ଦେଶବାସୀଙ୍କୁ ମାଗଣା ବିଜୁଳି, ଉତ୍ତମ ଶିକ୍ଷା-ସ୍ବାସ୍ଥ୍ୟ ସୁବିଧା - Kejriwal ki guarantee

author img

By ETV Bharat Odisha Team

Published : May 12, 2024, 4:10 PM IST

KEJRIWAL KI GUARANTEE: ଜେଲରୁ ବାହାରିବା ପରେ ଦେଶବାସୀଙ୍କୁ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ 10 ଗ୍ୟାରେଣ୍ଟି । ଦେଶବାସୀଙ୍କୁ ମାଗଣା ବିଜୁଳି ସହ ଉତ୍ତମ ଶିକ୍ଷା-ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ

Delhi CM Arvind Kejriwal
Delhi CM Arvind Kejriwal (Photo- ETV Bharat)

ନୂଆଦିଲ୍ଲୀ: ଜେଲରୁ ଅନ୍ତରୀଣ ଜାମିନରେ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଦେଶବାସୀଙ୍କୁ ଦେଲେ 10 ଗ୍ୟାରେଣ୍ଟି । ଯଦି ଇଣ୍ଟିଆ ମେଣ୍ଟ ସରକାର ଆସେ ତେବେ ଦେଶବାସୀଙ୍କୁ ମାଗଣା ବିଜୁଳିଠୁ ଆରମ୍ଭ କରି ମୋହଲ୍ଲା କ୍ଲିନିକ, ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ଏବଂ ଚୀନ ଅଧିକୃତ ଭାରତର ଜମିକୁ ଫେରସ୍ତ ଆଣିବା ପର୍ଯ୍ୟନ୍ତ ଅନେକ ପ୍ରତିଶୃତି ଦେଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି 10 ଗ୍ୟାରେଣ୍ଟି ଘୋଷଣା କରିଛନ୍ତି କେଜ୍ରିୱାଲ ।

ଏ ନେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୁଣା ଗ୍ୟାରେଣ୍ଟି ଉପରେ ଜୋର ଦେବାକୁ ଚାହୁଁଛି । ସେ କହିଥିଲେ ୟେ 15 ଲକ୍ଷ ଟଙ୍କା ସମସ୍ତଙ୍କ ଆକାଉଣ୍ଟକୁ ଯିବ । ଏଯାବତ ତାହା ହୋଇନାହିଁ । 2 କୋଟି ରୋଜଗାର ଦେବା ପାଇଁ କହିଥିଲେ, ତାହା ମଧ୍ୟ ହୋଇନାହିଁ । 2022 ପର୍ଯ୍ୟନ୍ତ ବୁଲେଟ ଟ୍ରେନ ଚଳାଚଳ ନେଇ ପ୍ରତିଶୃତି ଦେଇଥିଲେ ଏହା ମଧ୍ୟ ହୋଇନାହିଁ । କିନ୍ତୁ ଏପଟେ ଆପ୍‌ ପ୍ରତିଶୃତି ଦେଇଥିଲା ଯେ ମାଗଣା ବିଜୁଳି, ସ୍କୁଲରେ ଉତ୍ତମ ଶିକ୍ଷା, ମୋହଲ୍ଲା କ୍ଲିନିକ ଯାହା ବି ଆମେ ପ୍ରତିଶୃତି ଦେଇଥିଲୁ ତାହା ପୂରଣ କରିଛୁ । ଏ ନେଇ ମୁଁ ଇଣ୍ଡିଆ ମେଣ୍ଟ ସଦସ୍ୟଙ୍କ ସହିତ ଆଲୋଚନା କରିନାହିଁ । କିନ୍ତୁ ଏହି ପ୍ରତିଶୃତି ପୂରଣ ଉପରେ ଆମେ ଜୋର ଦେବୁ ।"

କେଜ୍ରିୱାଲଙ୍କ 10 ଗ୍ୟାରେଣ୍ଟି:-

  1. ସମଗ୍ର ଦେଶରେ ଗରିବ ଲୋକଙ୍କୁ 200 ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ ।
  2. ଦେଶର ସମସ୍ତ ସରକାରୀ ବିଦ୍ୟାଳୟଗୁଡିକୁ ଘରୋଇ ବିଦ୍ୟାଳୟଠାରୁ ଉନ୍ନତ କରାଯିବ । ଦେଶରେ ସମସ୍ତ ଛାତ୍ରଛାତ୍ରଙ୍କୁ ଉତ୍ତମ, ଉତ୍କୃଷ୍ଟ ଏବଂ ମାଗଣା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ।
  3. ସମସ୍ତଙ୍କ ପାଇଁ ଉତ୍ତମ ଚିକିତ୍ସା ବ୍ୟବସ୍ଥା । ଦେଶର ପ୍ରତ୍ୟେକ ଗ୍ରାମ ଏବଂ ସ୍ଥାନୀୟ ଅଞ୍ଚଳରେ ମୋହଲ୍ଲା କ୍ଲିନିକ ଖୋଲାଯିବ, ଜିଲ୍ଲା ଡାକ୍ତରଖାନା ବିଳାସପୂର୍ଣ୍ଣ ଘରୋଇ ଡାକ୍ତରଖାନା ପରି ନିର୍ମାଣ କରାଯିବ । ବୀମା ଭିତ୍ତିକ ନୁହେଁ, କିନ୍ତୁ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ହେବ । ଏଥିପାଇଁ ଆମେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବୁ ।
  4. 'ରାଷ୍ଟ୍ର ସର୍ବୋପରି' ହେଉଛି ଆମର ଚତୁର୍ଥ ଗ୍ୟାରେଣ୍ଟି । ସମଗ୍ର ବିଶ୍ବ ଜାଣେ ଯେ ଚୀନ ଆମ ଦେଶର ଜମି ଦଖଲ କରିଛି । ଆମର କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଆସୁଛନ୍ତି । ଚୀନ ଦ୍ବାରା କବଜା ହୋଇଥିବା ଦେଶର ସମସ୍ତ ଜମିକୁ ମୁକ୍ତ କରାଯିବ। ଏଥିପାଇଁ ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯିବ ଏବଂ କୂଟନୈତିକ ସ୍ତରରେ ମଧ୍ୟ ଉଦ୍ୟମ କରାଯିବ ।
  5. ଅଗ୍ନିବୀର ଯୋଜନାକୁ ବନ୍ଦ କରାଯିବ । ଏଯାବତ ଯେତେ ଜଣ ଅଗ୍ନିବୀରରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବ ।
  6. ସ୍ବାମୀନାଥନ ରିପୋର୍ଟ ଆଧାରରେ ଚାଷୀଙ୍କ ଦାବିକୁ ପୂରଣ କରାଯିବ । ଚାଷୀଙ୍କୁ ସର୍ବମୂଲ୍ୟ ସହାୟତା ରାଶି ପ୍ରଦାନ କରାଯିବ ।
  7. ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ ।
  8. ବେରୋଜଗାରୀକୁ ସମ୍ପୂର୍ଣ୍ଣ ଶେଷ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । 1ବର୍ଷରେ 2କୋଟି ରୋଜଗାରର ବ୍ୟବସ୍ଥା କରାଯିବ ।
  9. ଭ୍ରଷ୍ଟାଚାରର ବିନାଶ ହେବ । ସଚ୍ଚୋଟ ବ୍ୟକ୍ତିଙ୍କୁ ଜେଲକୁ ପଠାଇବା ଓ ଭ୍ରଷ୍ଟାଚାରଙ୍କୁ ବଞ୍ଚାଇବା ବ୍ୟବସ୍ଥାକୁ ହଟାଯିବ ।
  10. ଜିଏସଟିକୁ PMLAରୁ ବାହାର କରାଯାଇ ଏହାକୁ ସରଳୀକରଣ କରାଯିବ । ନୂଆ ବାଣିଜ୍ୟ ବ୍ୟବସାୟ ଓ ଉଦ୍ୟୋଗ ଆରମ୍ଭ କରିବାର ବ୍ୟବସ୍ଥା କରାଯିବ । ଏଥିଲାଗି ସମସ୍ତ ବର୍ଗର ବ୍ୟବସାୟୀଙ୍କୁ ଆଗକୁ ବଢିବାର ସୁଯୋଗ ଦିଆଯିବ ।

ଏହା ବି ପଢନ୍ତୁ- କିଏ ପୂରଣ କରିବ ମୋଦି ଗ୍ୟାରେଣ୍ଟି, ପ୍ରଧାନମନ୍ତ୍ରୀ ମୋଦି ହୋଇଯିବେ ରିଟାୟର: କେଜ୍ରିୱାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.