ETV Bharat / bharat

ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି କାଶୀ: ପ୍ରଧାନମନ୍ତ୍ରୀ ମୋଦି

author img

By ETV Bharat Odisha Team

Published : Feb 23, 2024, 3:49 PM IST

PM Modi Kashi Visit: ଭାରତର ଜ୍ଞାନ ଓ ପରମ୍ପରାର କେନ୍ଦ୍ର କାଶୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଶୀକୁ ଐତିହ୍ୟ ଓ ବିକାଶର ମଡେଲ କହିଲେ ମୋଦି । ଅଧିକ ପଢନ୍ତୁ

PM Modi Kashi Visit
PM Modi Kashi Visit

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଗସ୍ତରେ ଅଛନ୍ତି । ଏହି ଗସ୍ତରେ ଆଜି (ଶୁକ୍ରବାର) ମୋଦି କଳା ଐତିହ୍ୟ, ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, କ୍ରୀଡା ଭଳି ଅନେକ କ୍ଷେତ୍ରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ଏବେ କାଶୀ କଳା ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ସନ୍ଥ ରବିଦାସଙ୍କ ୬୪୭ ଜୟନ୍ତୀ ଅବସରରେ ଏକ ବିଶାଳ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବନାରସ ହିନ୍ଦୁ ୟୁନିଭର୍ସିଟି (BHU)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କାଶୀ ସଂସଦ ଜ୍ଞାନ ପ୍ରତିଯୋଗିତା, କାଶୀ ସଂସଦ ଫଟୋଗ୍ରାଫି ପ୍ରତିଯୋଗିତା ଓ କାଶୀ ସଂସନଦ ସଂସ୍କୃତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ସେମାନଙ୍କ ପିତାମାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, "ଆସନ୍ତା ୫ ବର୍ଷ ମଧ୍ୟରେ ଦେଶ ବିକାଶର ମଡେଲ ପାଲଟିବ । ଆଉ ଏହା ହେଉଛି ମୋଦି ଗ୍ୟାରେଣ୍ଟି । ବର୍ତ୍ତମାନ କାଶୀ ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି । ଏଠାରେ ଭାରତର ସମୃଦ୍ଧ କଳା ସଂସ୍କୃତି ସାରା ବିଶ୍ବରେ ପହଞ୍ଚିପାରିଛି ।"

ଏହା ବି ପଢନ୍ତୁ- ରାତି ଅଧରେ ଗାଡିରୁ ଓହ୍ଲାଇ ଫ୍ଲାଏ ଓଭରରେ ଚାଲି ଚାଲି ଗଲେ ପ୍ରଧାନମନ୍ତ୍ରୀ

ବିଶ୍ବବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ମୋଦି ଯୋଗଦେବା ପୂର୍ବରୁ ତାଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ସିଂ ଚୌଧୁରୀ ଭବ୍ୟ ସ୍ବାଗତ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସନ୍ଥ ଗୁରୁ ରବିଦାସଙ୍କ ୬୪୭ ଜୟନ୍ତୀ ଅବସରରେ ଏକ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରତିମୂର୍ତ୍ତି ଲୋକାର୍ପିତ କରିବା ପରେ ମୋଦି କହିଥିଲେ, "ରବିଦାସଜୀ ମୋତେ ବାରମ୍ବାର ତାଙ୍କ ଜନ୍ମଭୂମିକୁ ଆସିବା ପାଇଁ ସୁଯୋଗ ଦେଉଛନ୍ତି । ତାଙ୍କ ବିଚାରଧାରାକୁ ଆଗକୁ ବଢାଇବା ଲାଗି ମୋତେ ସୁଯୋଗ ମିଳିଛି । ଗୁରୁଙ୍କ ଜନ୍ମତୀର୍ଥରେ ତାଙ୍କର ସମସ୍ତ ଅନୁଗାମୀଙ୍କୁ ସେବା କରିବା ମୋ ପାଇଁ କୌଣସି ସୌଭାଗ୍ୟଠୁ କମ ନୁହେଁ ।"

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦,୯୭୨ କୋଟି ମୂଲ୍ୟର ପ୍ରାୟ ୨୩ଟି ଯୋଜନା ଲଞ୍ଚ କରିବାକୁ ଥିବା ବେଳେ ୨୧୯୫.୦୭ କୋଟି ମୂଲ୍ୟର ୧୨ଟି ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.