ETV Bharat / bharat

ବଢିଲା ଦୁଷ୍କର୍ମକାରୀ ଅଭିଯୁକ୍ତ ପ୍ରଜ୍ଜ୍ବଳ ରେବନ୍ନାଙ୍କ ଅଡୁଆ, ବ୍ୟାଙ୍କ ଖାତା ଅଚଳ କରିବ SIT - SIT To Freeze Revanna Bank Accounts - SIT TO FREEZE REVANNA BANK ACCOUNTS

PRAJWAL REVANNA: ଫେରାର ଦୁଷ୍କର୍ମକାରୀ ଅଭିଯୁକ୍ତ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବ ଏସଆଇଟି । ପ୍ରଜ୍ଜ୍ବଳଙ୍କ ବିରୋଧରେ ରହିଛି ଏକାଧିକ ଦୁଷ୍କର୍ମ ମାମଲା । ଅଧିକ ପଢନ୍ତୁ

PRAJWAL REVANNA
PRAJWAL REVANNA (ETV Bharat)
author img

By ETV Bharat Odisha Team

Published : May 19, 2024, 4:26 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଯୌନ କେଳେଙ୍କାରୀ ଓ ଅଶ୍ଳୀଳ ଭିଡିଓ ମାମଲା । ଘଟଣା ସାମ୍ନାକୁ ଆସିବା ପରେ ଫେରାର ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ନାତି ତଥା ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବଢିଲା ଅଡୁଆ । ସେ ଜାପାନରେ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସ୍ବଦେଶ ଫେରିଆସିବାକୁ ବାଧ୍ୟ କରିବା ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ଖୁବଶୀଘ୍ର ପ୍ରଜ୍ଜ୍ବଳଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାକୁ ଯାଉଛି ।

ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକ ହାସନ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କର ପ୍ରାୟ 7ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ତେବେ ଏସଆଇଟି ସମସ୍ତ ଆକାଉଣ୍ଟକୁ ଅଚଳ କରିବାକୁ ଯୋଜନା କରୁଛି । ଅନେକ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ସୁଟ୍‌ କରିବା ଭଳି ସଙ୍ଗୀନ ମାମଲା ପ୍ରଜ୍ଜ୍ବଳଙ୍କ ବିରୋଧରେ ରହିଛି । ଏହି ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଜ୍ଜ୍ବଳ ଜର୍ମାନୀକୁ ଫେରାର ହୋଇଯାଇଥିବା କୁହାଯାଉଛି । ତାଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଥିବା ବେଳେ ଏବେ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ ।

ଏହା ବି ପଢନ୍ତୁ- ନାତି ନାଁରେ ଯୌନ କେଳେଙ୍କାରୀ ମାମଲା, କଣ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା

ଏପଟେ ପ୍ରଜ୍ଜ୍ବଳଙ୍କ ପିତା ଏଚଡି ରେବନ୍ନାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ପ୍ରଜ୍ଜ୍ବଳ ଭାରତ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂତ୍ରରୁ ସୂଚନା ମିଳିଥିଲେ ସୁଦ୍ଧା, ସେ ପରବର୍ତ୍ତୀ ସମୟରେ ଟିକଟ କ୍ୟାନ୍ସେଲ କରିଥିବା ମଧ୍ୟ ଜଣାପଡ଼ିଛି । ଏଣୁ ତାଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ବାଧ୍ୟ କରିବା ଲାଗି ଏସଆଇଟି ଖୁବଶୀଘ୍ର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବାକୁ ଯାଉଛି । ଚଳିତ ଲୋକସଭା ନିର୍ବାଚନରେ ପ୍ରଜ୍ଜ୍ବଳ ବିଜେପି-ଜେଡିଏସ ମେଣ୍ଟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଗତ ମେ 1 ତାରିଖରେ ସେ କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଗଠିତ ହୋଇଥିବା ଏସଆଇଟି ଟିମ ଆଗରେ 7ଦିନ ମଧ୍ୟରେ ଆତ୍ମସମର୍ପଣ କରିବେ ବୋଲି Xରେ ପୋଷ୍ଟ କରି କହିଥିଲେ ।

ଏହା ବି ପଢନ୍ତୁ- ଜାରି ହେଲା ଲୁକଆଉଟ ନୋଟିସ, ହାଜର ନହେଲେ ଗିରଫ ହେବେ ପ୍ରଜ୍ଜ୍ବଳ ରେବନ୍ନା !

ହେଲେ ଉକ୍ତ ପୋଷ୍ଟକୁ 19 ଦିନ ବିତିଯାଇଥିଲେ ସୁଦ୍ଧା, ଏୟାବତ ପ୍ରଜ୍ଜ୍ବଳଙ୍କ ପତ୍ତା ମିଳିନାହିଁ । SIT ପ୍ରାୟ 3000 ଅଶ୍ଳୀଳ ଭିଡିଓ ଓ ଫଟୋକୁ ନେଇ ତଦନ୍ତ ଜାରି ରଖିଛି । ଏହି ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସେପଟେ ଶନିବାର ଏମପି ଏମଏଲଏ ସ୍ବତନ୍ତ୍ର କୋର୍ଟ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି । ଇଣ୍ଟରପୋଲ ପକ୍ଷରୁ ବ୍ଲୁ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.