ETV Bharat / bharat

'ବିଚାରପତିଙ୍କ ଦ୍ବାରା ବି ଭୁଲ ହୋଇପାରେ', ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି ମାମଲାରେ କାହିଁକି ଏମିତି କହିଲେ କୋର୍ଟ - Even a judge can make mistakes

author img

By ETV Bharat Odisha Team

Published : Jul 20, 2024, 10:08 PM IST

Karnataka high court: ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି ମାମଲାରେ ପୂର୍ବ ରାୟକୁ ଫେରାଇ ନେଲେ କର୍ଣ୍ଣାଟକ ହାଇକୋର୍ଟ । କହିଲେ 'ବିଚାରପତିଙ୍କ ଦ୍ବାରା ବି ଭୁଲ ହୋଇପାରେ' । କାହିଁକି ଏପରି କହିଲେ ପଢନ୍ତୁ ପୂରା ଖବର

Karnataka high court
Karnataka high court (ETV Bharat)

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଜୁଲାଇ 10ରେ ଚାଇଲ୍ଡ ପୋର୍ଣ୍ଣାଗ୍ରାଫି ବା ଶିଶୁ ଯୌନ ଶୋଷଣ ମାମଲାରେ ଏକ ରାୟ ଦେଇଥିଲେ । ଯାହାକୁ ଆଜି କୋର୍ଟ ଫେରାଇ ନେଇଛନ୍ତି । ଆଜି ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ ବିଚାରପତି ବି ଜଣେ ମଣିଷ, ତାଙ୍କ ଦ୍ବାରା ବି ଭୁଲ ହୋଇପାରେ । ପୂର୍ବ ରାୟକୁ ତ୍ରୁଟିପୂର୍ଣ୍ଣ କହି ଫେରାଇ ନେବା ପରେ କୋର୍ଟ ଏପରି କହିଥିଲେ ।

ଜୁଲାଇ 10 ତାରିଖରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଇଣ୍ଟରନେଟରେ କେବଳ ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି ଭିଡିଓ ଦେଖିବା ଆଇଟି ଆକ୍ଟ 67B ଅନୁସାରେ ଅପରାଧ ନୁହେଁ ବୋଲି କୋର୍ଟ କହିଥିଲେ । ଶିଶୁଙ୍କ ଅଶ୍ଳୀଳ ଫଟୋ ଦେଖିବା ଲାଗି କର୍ଣ୍ଣାଟକ ହୋସକୋଟର ଜଣେ ବ୍ୟକ୍ତି ଏନ. ଇନାୟତୁଲ୍ଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହା ଉପରେ କୋର୍ଟ ରାୟ ଦେଇ ଏପରି କହିଥିଲେ । ଯାହାକୁ କୋର୍ଟ ଆଜି ଫେରାଇ ନେଇଛନ୍ତି ।

ଜୁଲାଇ 10 ତାରିଖରେ ଏହି ମାମଲାରେ ଜଷ୍ଟିସ ଏମ. ନାଗପ୍ରସନ୍ନଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ରାୟ ଶୁଣାଇ କହିଥିଲେ ଯେ ଆବେଦନକାରୀ କେବଳ ଚାଇଲ୍ଡ ପୋର୍ଣ୍ଣାଗ୍ରାଫି ଦେଖିଛନ୍ତି । ସେ ଏହାକୁ କାହା ସହିତ ସେୟାର କରିନାହାନ୍ତି । ଏଣୁ ଆଇଟି ଆକ୍ଟର 67B ଅନୁସାରେ ଏହା ଅପରାଧ ନୁହେଁ । ଆବେଦନକାରୀଙ୍କ ବିରୋଧରେ ସୂଚନା ପ୍ରଯୁକ୍ତିବିଦ୍ୟାର ଧାରା 67B (b) ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।

କିନ୍ତୁ ଆଜି ଶୁଣାଣି ସମୟରେ ସୂଚନା ପ୍ରଯୁକ୍ତି ଅଧିନିୟମର ଧାରା 67B (b) ଅନୁସାରେ ଇଣ୍ଟରନେଟରେ ଶିଶୁଙ୍କ ଅଶ୍ଳୀଳ ଫଟୋ ଖୋଜିବା, ଦେଖିବା, ଡାଉନଲୋଡ୍ ଏବଂ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ । ଏପରି କରିବା ସୂଚନା ଅଧିକାରର ଉଲ୍ଲଂଘନ । ତେଣୁ ଧାରା 67 ବି (ଖ) ଅନୁଯାୟୀ ଆବେଦନକାରୀଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ତାକୁ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ । ତେଣୁ କୋର୍ଟ ନିଜର ପୂର୍ବ ରାୟ ଫେରାଇ ନେଇଛନ୍ତି ବୋଲି ବେଞ୍ଚ କହିଛି । ମାମଲାର ଅଧିକ ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଆହୁରି କହିଥିଲେ, "ବିଚାରପତିମାନେ ମଧ୍ୟ ମଣିଷ । ଏଣୁ ଜଜମାନଙ୍କ ଦ୍ବାରା ବି ଭୁଲ ହୋଇପାରେ । କୋର୍ଟ 67B (b) ଧାରାକୁ ଭଲ ଭାବେ ଅବଗତ ନ ହୋଇ ରାୟ ଶୁଣାଇଥିଲେ । ଯାହାକି ଏକ ଭୁଲ ଥିଲା ।"

କଣ ଘଟଣା ?

ଆବେଦନକାରୀ ଇନାୟତୁଲ୍ଲା 2023 ମାର୍ଚ୍ଚ 23 ତାରିଖ ଅପରାହ୍ନ 3.30ରୁ 4.40 ମଧ୍ୟରେ ନିଜ ମୋବାଇଲ୍ ଫୋନ୍ ମାଧ୍ୟମରେ ଚାଇଲ୍ଡ ପୋର୍ଣ୍ଣାଗ୍ରାଫି ଦେଖିଥିଲେ । ମହିଳା ଓ ଶିଶୁଙ୍କ ପ୍ରତି ଯୌନ ହିଂସାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପୋର୍ଟାଲ ମାଧ୍ୟମରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଏ ସମ୍ପର୍କରେ ଖବର ପାଇଥିଲା । ଏହାପରେ ବେଙ୍ଗାଲୁରୁ ସିଟି ସିଆଇଡିର ବେଙ୍ଗାଲୁରୁ ସାଇବର କ୍ରାଇମ ଷ୍ଟେସନକୁ ଏକ ରିପୋର୍ଟ ପଠାଇଥିଲା ।

ଏହି ରିପୋର୍ଟ ଆସିବା ପରେ, ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି ଦେଖୁଥିବା ବ୍ୟକ୍ତି ଜଣକ ହୋସକୋଟର ଇନାୟତୁଲ୍ଲା ବୋଲି ଜଣାପଡିଥିଲା । ବେଙ୍ଗାଲୁରୁ ସାଇବର କ୍ରାଇମ୍ ଅନ୍ତର୍ଗତ ସୂଚନା ପ୍ରଯୁକ୍ତି ଅଧିନିୟମର ଧାରା 67B (b) ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଆବେଦନକାରୀ ଜଣକ ମାମଲାର ପ୍ରତ୍ୟାହାର କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢନ୍ତୁ- ଧର୍ମ ପରିବର୍ତ୍ତନ ବିନା ବିବାହ କରିପାରିବେନି ହିନ୍ଦୁ-ମୁସଲିମ: ମଧ୍ୟ ପ୍ରଦେଶ ହାଇକୋର୍ଟ

ଜୁଲାଇ 10ରେ ଏହି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ 'ଆବେଦନକାରୀ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବାରେ ଅଭ୍ୟସ୍ତ । କିନ୍ତୁ ଏଭଳି କୌଣସି ଭିଡିଓ ସେ ନିଜେ ପ୍ରସ୍ତୁତ କରନ୍ତି ନାହିଁ କିମ୍ବା କାହା ସହିତ ସେୟାର କରିନାହାନ୍ତି । ତେଣୁ ଏହି ମାମଲାକୁ ପ୍ରତ୍ୟାହାର କରିବା ଉଚିତ । NCRB ପକ୍ଷରୁ କେସ ଲଢୁଥିବା ଓକିଲ ଏହାକୁ ବିରୋଧ କରି କହିଥିଲେ ଯେ 'ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିଥିବା ଆବେଦନକାରୀ ସ୍ବୀକାର କରିଛନ୍ତି । ଏହା ସୂଚନା ଅଧିକାର ଅଧିକାରର ଉଲ୍ଲଂଘନ । ତେଣୁ ତଦନ୍ତ ଜାରି ରହିବା ଉଚିତ ଏବଂ ଆବେଦନକାରୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ।" ଏହାପରେ କୋର୍ଟ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.