ETV Bharat / bharat

ବେଙ୍ଗାଲୁରୁ ବିସ୍ଫୋରଣକୁ ନେଇ ରାଜନୀତି କରନ୍ତୁ ନାହିଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ - ବେଙ୍ଗାଲୁରୁ ବିସ୍ଫୋରଣ

Bengaluru Cafe Blast: ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣା । ବିଜେପି ସ୍ପଷ୍ଟ ବୋମା ବିସ୍ଫୋରଣ ନେଇ ଅଭିଯୋଗ ଆଣିବା ପରେ ଏହାକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଅଧିକ ପଢନ୍ତୁ

Karnataka Chief Minister Siddaramaiah
Karnataka Chief Minister Siddaramaiah
author img

By ETV Bharat Odisha Team

Published : Mar 1, 2024, 7:12 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ହ୍ବାଇଟଫିଲ୍ଡ ନିକଟସ୍ଥ ରାମେଶ୍ବରମ କାଫେରେ ଭୟାବହ ବିସ୍ଫୋରଣ ଘଟଣା । ଏଥିରେ ଏଯାବତ ପ୍ରାୟ ୯ ଜଣ ଆହତ ହୋଇଛନ୍ତି । ସିସିଟିଭି ଫୁଟେଜରେ ଜଣେ ଅଜଣା ବ୍ୟକ୍ତି ସନ୍ଦିଗ୍ଧ ବ୍ୟାଗ ରଖି ଚାଲିଯାଇଥିବା ଦେଖିବାକୁ ମିଳିଛି । ଏହା ସ୍ପଷ୍ଟ ଭାବରେ ଏକ ବୋମା ବିସ୍ଫୋରଣ, କୌଣସି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନୁହଁ ବୋଲି ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିସ୍ଫୋରଣକୁ ନେଇ ରାଜନୀତି କରା ନ ଯାଉ ବୋଲି ଅନୁରୋଧ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

ଆଜି (ଶୁକ୍ରବାର) ଅପରାହ୍ନ ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିଶେଷ କରି ରାମେଶ୍ବରମ କାଫେରେ ମଧ୍ୟାହ୍ନ ଭୋଜନ ସମୟରେ ଅଧିକ ଭିଡ଼ ଦେଖିବାକୁ ମିଳେ । ଠିକ ଏହି ସମୟରେ ହିଁ ବିସ୍ଫୋରଣ ହୋଇଥିଲା । ପ୍ରାଥମିକ ତଦନ୍ତ ବେଳେ ଏହା ସିଲିଣ୍ଡର ଗ୍ୟାସ ଫାଟି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଥିଲା । ମାତ୍ର ଏବେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ସିସିଟିଭି ଫୁଟେଜ ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, " କାଫେର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏଥିରେ ଦେଖିବାକୁ ମିଳିଛି ଯେ କେହି ଜଣେ ଏକ ସନ୍ଦିଗ୍ଧ ବ୍ୟାଗ କାଫେ ଭିତରେ ରଖି ଚାଲିଯାଇଥିଲା । ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଦଣ୍ଡିତ କରାଯିବ । ରାଜ୍ୟ ଗୃହ ମନ୍ତ୍ରୀ ଜି ପରମେଶ୍ବର ବିସ୍ଫୋରଣ ସାଇଟ ଗସ୍ତ କରି ତଦନ୍ତ ଜାରି ରଖିଛନ୍ତି ।"

ଏହା ବି ପଢନ୍ତୁ- ବେଙ୍ଗାଲୁରୁ ରାମେଶ୍ବରମ କାଫେରେ ବିସ୍ଫୋରଣ; 9 ଆହତ, ସନ୍ଦିଗ୍ଧ ବ୍ୟକ୍ତି ବ୍ୟାଗ ରଖିଥିବା ସିସିଟିଭିରେ ରେକର୍ଡ

ବିସ୍ଫୋରଣ ହେବା ପରେ ବିଜେପି ସାଂସଦ ତଥା ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟ ଅଭିଯୋଗ କରି କହିଥିଲେ, " ରାମେଶ୍ବରମ କାଫେ ବିସ୍ଫୋରଣ ସ୍ପଷ୍ଟ ଭାବେ ଏକ ବୋମା ବିସ୍ଫୋରଣ । ବିଜେପି ଯୁବ ୱିଙ୍ଗ ବିସ୍ଫୋରଣ ପରେ କାଫେ ମାଲିକଙ୍କ ସହିତ ଯୋଗାଯୋଗ କରିଥିଲା । କାଫେ ମାଲିକ କହିଥିଲେ ଯେ ଏହା ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ହୋଇନାହିଁ । ଏଥିରୁ ସ୍ପଷ୍ଟ ଯେ ଏହା ଏକ ବୋମା ବିସ୍ଫୋରଣ ।"

ସେପଟେ କର୍ଣ୍ଣାଟକ ଡିଜିପି ଆଲୋକ ମୋହନ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି, " ବିସ୍ଫୋରଣ ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଏ ନେଇ ତଦନ୍ତ ଜାରି ରହିଛି । ଆମେ ଫରେନ୍ସିକ ଟିମ ଠାରୁ ତଥ୍ୟ ସଂଗ୍ରହ କରୁଛୁ ।" ଅନ୍ୟପଟେ ବେଙ୍ଗାଲୁରୁ ପୋଲିସର ସିନିଅର ଟିମ ମଧ୍ୟ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (NIA) ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.