ETV Bharat / bharat

ବିଚାରପତି ପଦରୁ ଇସ୍ତଫା ଦେଇ ରାଜନୀତିକୁ ଆସିବେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ - କୋଲକାତା ହାଇକୋର୍ଟ

Justice Abhijit Gangopadhyay to Quit Judiciary: ନ୍ୟାୟପାଳିକା ଛାଡିବେ କୋଲକାତା ହାଇକୋର୍ଟର ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ । ରାଜନୀତିରେ କରିବେ ଏଣ୍ଟ୍ରି । ଅଧିକ ପଢନ୍ତୁ

ନ୍ୟାୟପାଳିକା ଛାଡିବେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ, ରାଜନୀତିରେ କରିବେ ଏଣ୍ଟ୍ରି

author img

By ETV Bharat Odisha Team

Published : Mar 3, 2024, 7:58 PM IST

Updated : Mar 3, 2024, 11:00 PM IST

କୋଲକାତା: ଗତ କିଛି ଦିନ ଏକାଧିକ ପ୍ରସଙ୍ଗରେ ଚର୍ଚ୍ଚାରେ ଥିବା କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ବିଚାରପତି ଜୀବନରୁ ଅବ୍ୟାହତି ନେଇ ରାଜନୀତିରେ ପ୍ରବେଶ କରିବେ । ଆଜି ଜଷ୍ଟିସ ଅଭିଜିତ ନିଜେ ଗଣମାଧ୍ୟମ ସମ୍ମୁଖରେ ଏହି ଘୋଷଣା କରିଛନ୍ତି । ତେବେ ସେ ଖୁବଶୀଘ୍ର ବିଚାରପତି ଭାବେ ଇସ୍ତଫା ଦେବା ସହ ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି । ମାତ୍ର କେଉଁ ଦଳରେ ସାମିଲ ହେବେ, ନିର୍ବାଚନ ଲଢିବେ କି ନାହିଁ, ସେନେଇ କୌଣସି ସୂଚନା ଦେଇନାହାନ୍ତି । ସେ ରାଜ୍ୟରେ ଶାସନରେ ଥିବା ତୃଣମୂଳ କଂଗ୍ରେସରେ ସାମିଲ ହେଉନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଜଷ୍ଟିସ ଅଭିଜିତ କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ-217 ଅନୁସାରେ, ସେ ବିଚାରପତି ପଦରୁ ଇସ୍ତଫା ଦେବେ । ତେବେ ସାଧାରଣ ନିର୍ବାଚନ ଋତୁ ଆରମ୍ଭରେ ଜଷ୍ଟିସ ଅଭିଜତଙ୍କ ଏହି ନିଷ୍ପତ୍ତି ତାଙ୍କର ନିର୍ବାଚନ ଲଢିବା ଆକାଂକ୍ଷା ବୋଲି ଚର୍ଚ୍ଚା ହେଉଛି । ସେ ନିର୍ବାଚନ ଲଢିବେ କି ନାହିଁ, ତାହା ସ୍ପଷ୍ଟ ହୋଇନି । ତାଙ୍କୁ ଗ୍ରହଣ କରିବା ପାଇଁ ବାମପନ୍ଥୀ ଦଳମାନେ ଇଚ୍ଛୁକ ଥିବା ମଧ୍ୟ ସୂତ୍ର କହୁଛି ।

ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାର ଶୁଣାଣି କରୁଥିବା ଏହି ବରିଷ୍ଠ ବିଚାରପତି ଗଣମାଧ୍ୟମରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ସେତେବେଳେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ମାମଲା ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଉଚ୍ଚ ନ୍ୟାୟଳୟର କେହି କାର୍ଯ୍ୟରତ ବିଚାରପତି ବିଚାରାଧୀନ ମାମଲା ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା କିମ୍ବା ଟିପ୍ପଣୀ ରଖିବା ଅନୁଚିତ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । କେବଳ ଏହି ପ୍ରସଙ୍ଗ ନୁହେଁ, ବରଂ ଅନ୍ୟ କିଛି ମାମଲାରେ ମଧ୍ୟ ଟିଏମସିକୁ ସେ ପରୋକ୍ଷ ସମାଲୋଚନା କରିଥିଲେ । ଏହା ପରେ ଟିଏମସି ମଧ୍ୟ ତାଙ୍କୁ ପାଲଟା ସମାଲୋଚନା କରିବାର କୌଣସି ଅବସର ଛାଡିନଥିଲା ।

ଏହା ମଧ୍ୟ ପଢନ୍ତୁ :- ପାଟନାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲା ‘ଇଣ୍ଡିଆ’ ମେଣ୍ଟ, ଗଣତନ୍ତ୍ର ବଞ୍ଚାଇବାକୁ ମାଗିଲା ଭୋଟ

ତେବେ ଏହି ନିଷ୍ପତ୍ତିକୁ ଟିଏମସି ନେତା କୁନାଲ ଘୋଷ ସ୍ବାଗତ କରିବା ସହ କଟାକ୍ଷ ଛଳରେ ପ୍ରଶ୍ନ ମଧ୍ୟ କରିଛନ୍ତି । ଦୁର୍ନୀତିକୁ ସର୍ବଦା ସମାଲୋଚନା କରୁଥିବା ଜଷ୍ଟିସ ଅଭିଜିତ କେଉଁ ଦଳକୁ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ କୁନାଲଙ୍କ ସମ୍ପର୍କରେ ଅଭିଜତ କହିଛନ୍ତି, "ସେ ତାଙ୍କୁ ବହୁବର୍ଷ ଧରି ଜାଣନ୍ତି । ସେ ଜଣେ ଭଲ ବ୍ୟକ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 3, 2024, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.