ETV Bharat / bharat

କୋଲକାତାରେ ଚାଞ୍ଚଲ୍ୟ: ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା - JUNIOR DOCTOR RAPED IN KOLKATA

author img

By ETV Bharat Odisha Team

Published : Aug 10, 2024, 5:45 PM IST

Junior Doctor Raped in Kolkata: ସରକାରୀ ହସ୍ପିଟାଲରେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା । ସେମିନାର ହଲରୁ ମିଳିଲା କ୍ଷତାକ୍ତ ମୃତଦେହ । ଧାରଣାରେ ମେଡିକାଲ ଷ୍ଟାଫ । ମମତାଙ୍କୁ ଘେରିଲେ ବିରୋଧୀ । ଅଧିକ ପଢନ୍ତୁ

କୋଲକାତାରେ ଚାଞ୍ଚଲ୍ୟ: ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା
କୋଲକାତାରେ ଚାଞ୍ଚଲ୍ୟ: ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା (ETV Bharat Odisha)

କୋଲକାତା: ଏକ ସରକାରୀ ହସ୍ପିଟାଲରେ ଜଣେ କନିଷ୍ଠ ମହିଳାଙ୍କୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ମେଡିକାଲ କଲେଜର ସେମିନାର ହଲରୁ ମହିଳା ଡାକ୍ତରଙ୍କ ଅର୍ଦ୍ଧନଗ୍ନ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯିବା ପରେ ଏହା ଏକ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଡାକ୍ତର ଓ ମେଡିକାଲ ଷ୍ଟାଫମାନେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି । ସରକାରୀ ହସ୍ପିଟାଲ ଭିତରେ ଜଣେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ସହ ଏପରି ଜଘନ୍ୟ କାଣ୍ଡ ଏବେ ପୁଣି ଥରେ ପଶ୍ଚିମବଙ୍ଗର ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନଘେରକୁ ଟାଣିଛି ।

ସରକାରୀ ହସ୍ପିଟାଲରେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା
ସରକାରୀ ହସ୍ପିଟାଲରେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା (ETV Bharat Odisha)

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, 31 ବର୍ଷୀୟ ପୀଡିତା କନିଷ୍ଠ ଡାକ୍ତର ଜଣକ କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ନାତକୋତ୍ତର ମେଡିକାଲ ଛାତ୍ରୀ ଥିଲେ । ଗତକାଲି ରାତିରେ ସେ ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ଆଜି ସକାଳୁ ସେମିନାର ହଲରୁ ତାଙ୍କ ଅର୍ଦ୍ଧନଗ୍ନ,କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି । ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଦୁର୍ବୃତ୍ତ ହସ୍ପିଟାଲ ଓ୍ବାର୍ଡରେ ପଶି ରାତିରେ ଦାୟିତ୍ବରେ ଥିବା ଡାକ୍ତରଙ୍କ ସହ ଏପରି କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି । ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫମାନେ କାର୍ଯ୍ୟବନ୍ଦ ଧାରଣା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଝିଅମାନଙ୍କୁ ବିନ୍ଦି ଓ ତିଳକ ଲଗାଇବାକୁ ବ୍ୟାନ କରିବେ କି ? କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ - Supreme Court on hijab ban

କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି । ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି) ଏହାର ତଦନ୍ତ କରୁଛି । ଏଥିରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ଯେକେହି ବି ସମ୍ପୃକ୍ତ ଥିବେ ସମସ୍ତଙ୍କୁ ଗିରଫ କରାଯିବ । ସେପଟେ ବିରୋଧୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ସେମାନେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.