ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ଝଟକା, ଅମିତ ଶାହଙ୍କ ସମ୍ବନ୍ଧୀୟ ଆବେଦନ ପତ୍ର ଖାରଜ - ଝାଡ଼ଖଣ୍ଡ ହାଇକୋର୍ଟ

Jharkhand HC refuses Rahul Gandhi Plea: ରାହୁଲ ଗାନ୍ଧୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଝଟକା । ଅମିତ ଶାହଙ୍କ ସମ୍ବନ୍ଧୀୟ ମାନହାନି ମାମଲା ଉପରେ ରୋକ ଲଗାଇବା ଲାଗି କରିଥିବା ଆବେଦନ ପତ୍ରକୁ ଖାରଜ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

Rahul Gandhi
Rahul Gandhi
author img

By ETV Bharat Odisha Team

Published : Feb 23, 2024, 8:54 PM IST

ରାଞ୍ଚି: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟଙ୍କ ଝଟକା । ଅମିତ ଶାହଙ୍କ ବିରୋଧରେ ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ଶୁଣାଣି ପ୍ରକ୍ରିୟା ଉପରେ ରୋକ ଲଗାଇବା ଲାଗି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ଆଜି (ଶୁକ୍ରବାର) ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ଏହାସହ ମାମଲାର ଶୁଣାଣି ନିମ୍ନ ଅଦାଲତରେ ଜାରି ରହିବ ବୋଲି ହାଇକୋର୍ଟ କହିଛନ୍ତି ।

ଗତ ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ରାହୁଲ ଗାନ୍ଧୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏନେଇ ବିଜେପି କର୍ମୀ ନବୀନ ଝା ମାନହାନି ମାମଲା ରୁଜୁ କରିଥିଲେ । ନବୀନଙ୍କ ଅଭିଯୋଗ ଅନୁସାରେ ରାହୁଲ ଗାନ୍ଧୀ କହିଥିଲେ ଯେ ' ହତ୍ୟା ଅଭିଯୁକ୍ତକୁ ବିଜେପି ନିଜ ଅଧ୍ୟକ୍ଷ ଭାବେ ଚୟନ କରିପାରୁଛି, ହେଲେ କଂଗ୍ରେସ ନିଜ ଦଳରେ ସାମିଲ କରିପାରିବ ନାହିଁ ।' ଅମିତ ଶାହଙ୍କ ବିରୋଧରେ ପରୋକ୍ଷରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ୧୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ ।

ମାତ୍ର ୨୦୧୮ ଜୁଲାଇ ୭ ତାରିଖରେ ଏସଡିଜେଏମ ଅଜୟ କୁମାର ଗୁଡ୍ଡିୟା ଏହି ଆବେଦନକୁ ଖାରଜ କରିଦେଇଥିଲେ । ପରେ ଏହାକୁ ଚ୍ୟାଲେଞ୍ଜ କରି ନବୀନ ଝା ରାଞ୍ଚି କୋର୍ଟରେ କ୍ରିମିନାଲ ରିଭିଜନ ପିଟିସନ ଫାଇଲ କରିଥିଲେ । ଏହାପରେ ଜୁଡିସିଆଲ କମିଶନର ଏସଡିଜେଏମଙ୍କ ନିର୍ଦ୍ଦେଶକୁ ଖାରଜ କରିବା ସହ ସେପ୍ଟେମ୍ବର ୧୫ ତାରିଖରେ ଶୁଣାଣି କହି କହିଥିଲେ ' ଭାଷଣ ପଢିବା ପରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ବିଜେପି ଓ ଏହାର କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ କୁହାଯାଉଛି । ହେଲେ ଏହା ମାନହାନି ମାମଲା ଅଧୀନରେ ଆସିବ କି ନାହିଁ ତାହା ବିଚାର କରାଯିବ । ଏଠାରେ ଏହି କଥା ହଠାତ କୁହାଯାଇଛି କି ନାହିଁ ତା ଜରୁରୀ ନୁହେଁ ।'

ଏହା ବି ପଢନ୍ତୁ- ମାନହାନି ମାମଲାରେ ମୋତେ ସବୁଠୁ ବଡ ସଜ୍ଜା ମିଳିଛି: ରାହୁଲ

ଏହାପରେ ଏସଡିଜେଏମ ଦ୍ବିତୀୟ ଥର ନଭେମ୍ବର ୨୯ରେ ଶୁଣାଣି କରି କହିଥିଲେ ଯେ ଏହି ମାମଲାରେ ଅଭିଯୁକ୍ତ ଆଇପିସି ଧିରା ୫୦୦ର ଉଲ୍ଲଙ୍ଘନ କରିଛନ୍ତି । ଏହାପରେ ରାହୁଲ ଗାନ୍ଧୀଙ୍କୁ କୋର୍ଟ ହାଜର ହେବା ଲାଗି ଆଦେଶ ଦେଇଥିଲେ । ଏହାପରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଆଇନଜୀବୀ କୌଶିକ ସାରଖେଲ ଚ୍ୟାଲେଞ୍ଜ କରି ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ଏହି ଆବେଦନ ଖାରଜ କରି କହିଛନ୍ତି ଯେ ସାକ୍ଷ ପ୍ରମାଣ ଆଧାରରେ ନିମ୍ନ ଅଦାଲତ ଏହି ମାମଲା ଉପରେ ଶୁଣାଣି କରିବେ ।

ସେପଟେ ଆବେଦନକାରୀ ନବୀନ ଝାଙ୍କ ଆଇନଜୀବୀ ବିନୋଦ କୁମାର ସାହୁ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଝାଡ଼ଖଣ୍ଡରେ ମୋଟ ୩ଟି ମାମଲା ବିଚାରଧୀନ ରହିଛି । ଗୋଟିଏ ମାମଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜଡ଼ିତ ଥିବା ବେଳେ ଅନ୍ୟ ୨ଟି ମାମଲା ଅମିତ ଶାହଙ୍କ ସହିତ ଜଡ଼ିତ । ଚାଇବାସା କୋର୍ଟ ମଧ୍ୟ ଅମିତ ଶାହଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ନେଇ ୱାରେଣ୍ଟ ଜାରି କରିଥିଲେ । ଏହି ୩ଟି ମାମଲାକୁ ଖାରଜ କରିବା ଲାଗି ରାହୁଲ ଗାନ୍ଧୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ ହୋଇଥିଲା । କିନ୍ତୁ ତାଙ୍କୁ ଆଶ୍ବସ୍ତି ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.