ETV Bharat / bharat

JEE ମେନ ରେଜଲ୍ଟ: ଅନ୍ବେଷ ଶୁଭମ ଓଡ଼ିଶା ଟପ୍ପର, 56 ଜଣଙ୍କୁ 100 ପର୍ସେଣ୍ଟାଇଲ୍ - JEE Mains result 2024

author img

By ETV Bharat Odisha Team

Published : Apr 25, 2024, 9:27 AM IST

Updated : Apr 25, 2024, 10:40 AM IST

JEE Mains result 2024: JEE ମେନ୍ ୨୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅନ୍ବେଷ ଶୁଭମ ପ୍ରଧାନ ହେଲେ ଓଡ଼ିଶା ଟପ୍ପର ହୋଇଛନ୍ତି । ଚଳିତବର୍ଷ 56 ଜଣ ହଣ୍ଟ୍ରେଡ ପର୍ସେଣ୍ଟାଇଲ୍ ରଖିଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ

JEE ମେନ ସେସନ-2 ରେଜଲ୍ଟ ପ୍ରକାଶ, ଅନ୍ବେଷ ଶୁଭମ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତ ବର୍ଷର JEE ମେନ୍ ରେଜଲ୍ଟ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ପରିଚାଳିତ JEE ମେନ ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅନ୍ବେଷ ଶୁଭମ ପ୍ରଧାନ ହୋଇଛନ୍ତି ଓଡ଼ିଶା ଟପ୍ପର । ସେ ୯୯.୯୯ ପ୍ରତିଶତ ସ୍କୋର ରଖି ସଫଳତା ଅର୍ଜନ କରିଛନ୍ତି । ଚଳିତ ପରୀକ୍ଷାରେ ମୋଟ ୫୬ ଜଣ ୧୦୦ ପର୍ସେଣ୍ଟାଇଲ ସ୍କୋର କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଛାତ୍ରୀ ରହିଛନ୍ତି ।

ପରୀକ୍ଷାର୍ଥୀମାନେ jemain.nta.ac.in ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ନିଜର ରେଜଲ୍ଟ ଜାଣିପାରିବେ । ଏନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଜାତୀୟ ଟେଷ୍ଟିଂ ଏଜେନ୍ସି ସୂଚନା ଅନୁଯାୟୀ, JEE ମେନ ପରୀକ୍ଷା ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ହୋଇଥିଲା । ସେସନ-୨ ପରୀକ୍ଷା ପାଇଁ ୧୧,୭୯,୫୬୯ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦,୬୭,୯୫୯ ଜଣ ପରୀକ୍ଷା ଦେଇଥିଲେ । ଇଂରାଜୀ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ଗୁରୁରାଟୀ, ଊର୍ଦ୍ଧୁ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା ହୋଇଥିଲା । ପରୀକ୍ଷା ଫଳ ପ୍ରକାଶ ପରେ ସାରା ଦେଶରୁ ମୋଟ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଛାତ୍ରଛାତ୍ରୀ JEE ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଫିସିଆଲ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ ରହିଛି ।

ଏହା ମଧ୍ୟ ପଢନ୍ତୁ: ଜେଇଇ ମେନ୍‌-1 ପରୀକ୍ଷା ଫଳ ପ୍ରକାଶ; ସତ୍ୟେନ୍ଦୁ କର ଓଡ଼ିଶା ଟପ୍ପର

୫୬ ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ସ୍କୋର ହାସଲ କରିଥିବା ବେଳେ ସେଥିମଧ୍ୟରେ ଓଡ଼ିଶାର କେହି ଜଣେ ବି ଛାତ୍ରଛାତ୍ରୀ ନାହାନ୍ତି । ଟପ୍ପରଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟରୁ ସର୍ବାଧିକ ରହିଛନ୍ତି । ତେଲଙ୍ଗାନାରୁ ୧୫, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ୭ ଜଣ ଲେଖାଏଁ ଏବଂ ଦିଲ୍ଲୀରୁ ୬ ଜଣ ଶତ ପ୍ରତିଶତ ସ୍କୋର ହାସଲ କରିଛନ୍ତି । କହିରଖୁଛୁ କି, ଭାରତର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ଜେଇଇ ମେନ ପରୀକ୍ଷା କରାଯାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ସ୍କୋର କରିବାରେ ସଫଳ ହୋଇଥିଲେ । ୧୩ଟି ଭାଷାରେ ହୋଇଥିଲା ଏହି ପରୀକ୍ଷା । ଦେଶ ବାହାରେ ୨୨ଟି ସହରରେ ଏହି ପରୀକ୍ଷା କରାଯାଇଥିଲା । ତେବେ ଏହି ଜେଇଇ ପରୀକ୍ଷା ପ୍ରାୟ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Last Updated : Apr 25, 2024, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.